ସଡକ ଦୁର୍ଘଟଣା ଜଣେ ମୃତ ଦୁଇ ଗୁରୁତର

207 0

କାଶୀପୁର /ରାୟଗଡା:(ଅଞ୍ଜନ କୁମାର ନାଏକ )କାଶୀପୁର ଥାନା ଅନ୍ତର୍ଗତ କାଙ୍ଗତୁମ୍ବା ଘାଟିରେ ଏକ ସଡକ ଦୁର୍ଘଟଣାରେ ଓଡ଼ି ୦୮ ୩୯୨୨ ବାଇକ ରେ ଯାଉଥିବା ୩ ଜଣଙ୍କ ମଧ୍ୟର ଜଣଙ୍କର ମୃତ ହେଇଯାଇଥିବାବେଳେ ଅନ୍ୟ ଦୁଇ ଗୁରୁତର । ମୃତ ଯୁବତୀ ଜଣକ ହେଲେ ସନମ ମହାନ୍ତି ଗୁରୁତର ଅନ୍ୟ ଦୁଇ ମଧ୍ୟରୁ ରସନ ଦାସ ଙ୍କୁ କୋରାପୁଟ ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିବାବେଳେ ଅନ୍ୟ ଜଣେ ଗୁରୁତର ଯୁବତୀ ହେଲେ କରିସ୍ମା ମହାନ୍ତି ତାଙ୍କୁ ବର୍ତ୍ତମାନ କାଶୀପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରଯାଇଛି । । ସନମ ମହାନ୍ତି ଓ କରିସ୍ମା ମହାନ୍ତି ଉଭୟ ଦୁଇଭଉଣୀ ।

ସେମାନେ ଗତ କାଲି ଲାଞ୍ଜିଗଡ଼ ଠାରୁ କାଶୀପୁର ଆସିଥିଲେ । ଅଞ୍ଚଳ ରେ ଆଦିବାସୀ ସମ୍ପ୍ରଦାୟ ଉପରେ ରିଶୋର୍ଚ୍ଚ କରିବାର କାର୍ଯ୍ୟକ୍ରମ ଥିଲା । ଆଜି ପ୍ରଥମ ଥର ପାଇଁ ୭ ଜଣ ୩ ଟି ବାଇକ ରେ ଆଜି ସକାଳ ପ୍ରାୟ ୧୦ ଟା ସମୟରେ କାଶୀପୁର ଠାରୁ ମାଣ୍ଡିବିଶି ଅଭିମୁଖେ ବାହାରିଥିଲେ । ହେଲେ କାଙ୍ଗତୁମ୍ବା ଘାଟିରେ ରସନ ଦାସ ର ଅସାବଧାନତା ହେତୁ କୌଣସ କାରଣ ରୁ ଗଡାଣି ରାସ୍ତା ରେ ଥିବା ବୁଲାଣି ରେ ଭାରସାମ୍ୟ ହରାଇ ପଛରେ ଥିବା ଅନ୍ୟ ଦୁଇଟି ବାଇକ ଆରହିଙ୍କ ସମ୍ମୁଖରେ ଘାଟିର ପ୍ରାୟ ୫୦ ଫୁଟ ତଳକୁ ଖସିଯାଇଥିଲେ ।

ଫଳରେ ଘଟଣା ସ୍ଥଳରେ ସନମ ମହାନ୍ତି ଙ୍କର ମୃତ୍ୟୁ ହେଇଯାଇଥିବାବେଳେ ଉକ୍ତ ଉଭୟ ଗୁରୁତର ଅବସ୍ଥାରେ ଘଟଣା ସ୍ଥଳରେ ପଡିରହିଥିଲେ । ଏହି ଖବର କାଶୀପୁର ପୋଲିସ ଜାଣିବା ପରେ ସବଇନ୍ସପେକ୍ଟର ପୁରୁଷୋତ୍ତମ ଜାନୀ ଙ୍କ ନେତୃତ୍ୱ ରେ ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ରସନ ଦାସ ଙ୍କୁ କୋରାପୁଟ ଓ କରିସ୍ମା ଙ୍କୁ କାଶୀପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିବାବେଳେ ସନମ ମହାନ୍ତି ଙ୍କର ମୃତ ଦେହକୁ ତାଙ୍କ ପରିବାର ଲୋକଙ୍କ ଉପସ୍ଥିତିରର ବ୍ୟବଛେଦ ପାଇଁ ପଠାଯାଇଥିବା ଜଣାପଡିଛି ।

Related Post

କମ୍ଯୁନିଟ ହୋଲ ପରିସର ଠାରେ ମୁନିଗୁଡା ପୋଲିସ ଦ୍ବାର ଜୀବନ ରକ୍ଷା ସଡକ ସୁରକ୍ଷା କାର୍ଯ୍ଯକ୍ରମ

Posted by - November 27, 2022 0
ମୁନିଗୁଡା:(ରମାକାନ୍ତ ପୋଢଳ )ରାୟଗଡ ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ କମ୍ଯୁନିଟ ହୋଲ ପରିସର ଠାରେ ପୋଲିସ ପକ୍ଷରୁ ଆଜି ସଡକ ସୁରକ୍ଷା ଓ ଜୀବନ ରକ୍ଷା କୁ…

ବରଦାନ୍ୟ ବ୍ୟକ୍ତି ସମାଜସେବୀ ଲକ୍ଷ୍ମୀ କାନ୍ତ କଲେ ଠେମରା ଗାଁ ଠାରେ ନୂତନ ଖେଲ ପାଡ଼ିଆର ଭୁମି ପୂଜନ ଓ ମରାମତି

Posted by - December 9, 2021 0
ବଙ୍ଗୋମୁଣ୍ଡା: (ଅଭୀମନ୍ୟୁ ବହିଦାର) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଠେମରା ଗାଁ ଠାରେ ନୂତନ ଖେଳ ପଡ଼ିଆର ଭୂମି ପୂଜନ ଓ ମରାମତି ପୁନରୁଦ୍ଧାର କାମକଲେ…

ହରଭଙ୍ଗା ତହସିଲ ବ୍ରାହ୍ମଣ ସମାଜ ର ବାର୍ଷିକ ଅଧିବେଶନ

Posted by - January 11, 2022 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅନ୍ତର୍ଗତ ବ୍ରାହ୍ମଣ ସମାଜ ର ବାର୍ଷିକ ଅଧିବେଶନ ତିଲେଶ୍ଵର ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରେ କେଦାରେ ଶୋର ମିଶ୍ର…

ଭୈରବୀ କନିଷ୍ଠ ମହାବିଦ୍ୟାଳୟ ତରଫରୁ ସ୍ଵଚ୍ଚ ଭାରତ କାର୍ଯ୍ୟକ୍ରମ

Posted by - April 16, 2022 0
ହରଭଙ୍ଗା :୧୫/୦୪.(ଚିତ୍ତରଂଜନସିଂ) ହରଭଙ୍ଗା ବ୍ଲକ ପୁରୁଣାକଟକ ଭୈରବୀ କନିଷ୍ଠ ମହାବିଦ୍ୟାଳୟ ଯୁବ ରେଡ଼କ୍ରସ ତରଫରୁ ମହାବିଦ୍ୟାଳୟର ଅଧକ୍ଷ ମନୋଜ କୁମାର ପାଠୀଙ୍କ ନେତୃତ୍ୱରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ…

ଯୁକ୍ତ -୨ ବିଜ୍ଞାନ ଓ ବାଣିଜ୍ୟ ପରିକ୍ଷାରେ ବିକାଶ ହାଇଅର ସେକେଣ୍ତାରୀ ସ୍କୁଲକୁ ମିଳିଛି ବଡ ସଫଳତା

Posted by - July 29, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ )ଚଳିତ ବର୍ଷ ଯୁକ୍ତ -୨ ବିଜ୍ଞାନ ଓ ବାଣିଜ୍ୟ ପରିକ୍ଷାରେ ସମ୍ବଲପୁର ଧନକଉଡ଼ା ବ୍ଲକର ଶାସନ ସ୍ଥିତ ବିକାଶ ହାଇଅର ସେକେଣ୍ତାରୀ ସ୍କୁଲକୁ ମିଳିଛି…