ରଜ ପର୍ବରେ ଜିଲ୍ଲପାଳ କୋମଳମତୀ ଶିଶୁଙ୍କ ମୁହଁରେ ହସ ଫୁଟାଇଲ

59 0

ସୋନପୁର:(ଅଜିତ କୁମାର ପୂଜାହାରୀ)ଶିଶୁ ଯତ୍ନ ଅନୁଷ୍ଠାନ ସୋନପୁରରେ ରହୁଥିବା ବାପା, ମାଆ ସ୍ନେହ ଶ୍ରଦ୍ଧା ରୁ ବଞ୍ଚିତ, ସେବା ଓ ଯତ୍ନ ଆବଶ୍ୟକ କରୁଥିବା କୋମଳମତି ଶିଶୁଙ୍କ ଆବେଗ ଓ ଉତ୍କଣ୍ଠା କୁ ହୃଦୟଙ୍ଗମ କରି ଜିଲ୍ଲାପାଳ ଶ୍ରୀମତୀ ଆବୋଲୀ ସୁନିଲ ନରୱଣେ ସ୍ୱତନ୍ତ୍ର ଆଗ୍ରହ ପ୍ରଦାନ କରି ଶିଶୁମାନଙ୍କୁ ରଜ ଅବସରରେ ନିଜ ପାଇଁ ଆବଶ୍ୟକ ପୋଷାକ ନିଜ ଇଚ୍ଛାରେ କିଣି ପିନ୍ଧିବାକୁ ପଦକ୍ଷେପ ନେଇ ଶିଶୁଙ୍କ ମୁହଁରେ ହସ ଦେଇଛନ୍ତି l

ପ୍ରଥମ ଥର ପାଇଁ ଶିଶୁ ଗୃହରେ ରହୁଥିବା ଶିଶୁ ଙ୍କୁ ଏହି ସ୍ୱତନ୍ତ୍ରତା ପ୍ରଦାନ କରି ଜିଲ୍ଲାପ୍ରଶାସନ ଶିଶୁଙ୍କ ମନୋବଳ କୁ ବୃଦ୍ଧି କରିବା ସହିତ ଆତ୍ମବଳ କୁ ଦୃଢ କରିବାକୁ ପ୍ରଯତ୍ନ କରିଛି l ଏହି ପରିପ୍ରେକ୍ଷୀରେ ଶିଶୁ ଗୃହର ୪୧ ଜଣ ଶିଶୁ ଅନ୍ତେବାସୀ ସ୍ଥାନୀୟ ନିୟୁ ସତ୍ୟମ କ୍ଲଥ ଷ୍ଟୋର କୁ ଯାଇ ନିଜ ପସନ୍ଦ ମୁତାବକ ନିଜ ପାଇଁ ପୋଷାକ କିଣିଛନ୍ତି l ସେମାନେ ନିଜ ପସନ୍ଦର ପୋଷାକ କିଣିବା ପରେ ରଜରେ ପିନ୍ଧିବୁ ବୋଲି କହିବା ସହ ବହୁତ ଖୁସି ଥିବା କହିଛନ୍ତି, ଜିଲ୍ଲାପାଳ ସୁବର୍ଣ୍ଣପୁର ଙ୍କ ଉଦାରତା ନିମନ୍ତେ ଏହା ସମ୍ଭବ ହୋଇଥିବା ରୁ ଧନ୍ୟବାଦ ଜଣାଇଛନ୍ତି l

ଏହି ସମସ୍ତ ବ୍ୟବସ୍ଥା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କରାଯାଇଥିବା ବେଳେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ସଦସ୍ୟା ରଞ୍ଜିତା ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ l

 

Facebook Notice for EU! You need to login to view and post FB Comments!

Related Post

ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନ ପରିଚାଳନା ନେଇ ବୈଠକ ଅନୁଷ୍ଠିତ

Posted by - January 13, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ ଗୃହରେ ପଂଚାୟତ ନିର୍ବାଚନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ…

ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗ; ଜିଲାପାଳ ଙ୍କ କଡା କାର୍ଯ୍ୟାନୁଷ୍ଠାନ,୨ କର୍ମଚାରୀ ନିଲମ୍ବିତ

Posted by - February 16, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗ ରେ ଯାଜପୁର ଜିଲାପାଳ ଙ୍କ କଡା କାର୍ଯ୍ୟାନୁଷ୍ଠାନ। ୨ କର୍ମଚାରୀ ଙ୍କୁ ନିଲମ୍ବିତ ସହିତ…

ଦ୍ୱିତୀୟ ଦିନରେ ମା ବିରଜା ଙ୍କ ରଥ ସମ୍ପୂର୍ଣ୍ଣ ମନ୍ଦିର ପରିକ୍ରମା

Posted by - October 7, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଆଜି ଦ୍ୱିତୀୟ ଦିନରେ ମା ବିରଜା ଙ୍କ ରଥ ସମ୍ପୂର୍ଣ୍ଣ ମନ୍ଦିର ପରିକ୍ରମା କରିଛି। ଗତକାଲି ପରମ୍ପରା ମୁତାବକ ରଥ ପ୍ରତିଷ୍ଠା…

ଓଡିଶା ର ବମଦଳ ଗୁଡିକ ପକ୍ଷରୁ ୬ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା

Posted by - July 15, 2021 0
ବୌଦ୍ଧ୧୫/୭( ଚିତ୍ତରଂଜନ ସିଂ) ତେଲ ଓ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ପ୍ରତିବାଦ ଆଜି ଓଡିଶା ର ବମଦଳ ଗୁଡିକ ପକ୍ଷରୁ ୬ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା…

ଜନ୍ମଦିନ ପାଳନ ବଦଳରେ କରୋନା ପାଣ୍ଠିକୁ ଦାନ

Posted by - April 18, 2020 0
ଭୁବନେଶ୍ୱର:ତା ୧୮/୪ : ଯାଜପୁର ସହରସ୍ଥିତ କୋଦଣ୍ଡପୁର ଗ୍ରାମ ନିବାସୀ ସୂର୍ଯ୍ୟ ପ୍ରକାଶ ନାୟକ ଓ ସରସ୍ୱତୀ ଧଳଙ୍କର ସନ୍ ପବ୍ଲିକ ସ୍କୁଲର ଏଲ୍‌.କେଜିରେ ପଢ଼ୁଥିବା ଝିଅ…