ପୋଲିସ ବିଭାଗ ପକ୍ଷରୁ ମେଗା ରକ୍ତ ଦାନ ଶିବିର ଆୟୋଜିତ , ସମୁଦାୟ ୧୮୧ ୟୁନିଟ ରକ୍ତ ସଂଗ୍ରହ

44 0

ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲାର ଆଦର୍ଶ ଥାନା ପରିସର ରେ ମୋ ସରକାର ମାଧ୍ୟମ ଏକ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି l ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅମରେଶ ପଣ୍ଡା ମୁଖ୍ୟ ଅତିଥି ଭାବରେ ଏ ରକ୍ତ ଦାନ ଶିବିର ରେ ଯୋଗଦାନ କରି ରକ୍ତ ଦାତା ଙ୍କୁ ଧନ୍ୟବାଦ ଦେଇଥିଲେ । ଯେପରି ଜିଲ୍ଲାର ରକ୍ତ କେନ୍ଦ୍ର ରେ ରକ୍ତ ର ଅଭାବ ରହିବ ନାହିଁ ଓ ରକ୍ତ ର ଅଭାବକୁ ପୂରଣ କରିବା ସକାଶେ ଓଡ଼ିଶା ପୋଲିସ ତାର ଚେଷ୍ଟା ଜାରୀ ରଖିବାକୁ ଆରକ୍ଷୀ ଅଧିକ୍ଷକ କହିଛନ୍ତି।

ଏହି ରକ୍ତ ଦାନ ଶିବିର ରେ ଉପଖଣ୍ଡ ପୋଲିସ ଅଧିକାରୀ ଡୋଳାମଣି ଭୋଇ , ଥାନା ଅଧିକାରୀ ଅଞ୍ଜଳି କୁମ୍ଭାର , ଜିଲ୍ଲା ଆରକ୍ଷୀ ନିରୀକ୍ଷକ ପ୍ରଦୁମନ୍ ପଟେଲ, ଜିଲ୍ଲା ପୋଲିସ ରକ୍ତ ସଂଯୋଜକ ମନୋଜ ପଣ୍ଡା , ଜିଲ୍ଲା ଶାଖା ସଂଘ ସଭାପତି କୁମୁଦ ରଂଜନ ମେହେର, ସମ୍ପାଦକ ସୁଧାଂଶୁ ଶେଖର ମେଣ୍ଡେଲି , କନଷ୍ଟେବଳ ଧିରେନ୍ ବିଶ୍ଵାଳ , ହାବିଲଦାର ବିନୋଦ ବିହାରି ସାମନ୍ତ ରାୟ ତଥା ଅନ୍ୟାନ୍ୟ ଥାନା ଓ ଫାଣ୍ଡି ଅଧିକାରୀ ମିଶି ଏ ରକ୍ତ ଦାନ ଶିବିର କୁ ସଫଳ ମଣ୍ଡିତ କରିଥିଲେ ।

ଡ୍ରାଇଭର ମହାସଂଘ , ଏନସିସି ଛାତ୍ର ଛାତ୍ରୀ , ଜୀବନ ବିନ୍ଦୁ ର କର୍ମକର୍ତ୍ତା , ସହୟୋଗ ସମାଜ ସେବୀ ଅନୁଷ୍ଠାନ , ବିଜୁଳି ବିଭାଗ କର୍ମଚାରୀ , ବଜରଙ୍ଗ ଦଳଓ ସର୍ବୋପରି ଅଞ୍ଚଳ ର ସମସ୍ତ ରକ୍ତ ଦାତା ରକ୍ତ ଦାନ ଶିବିର ରେ ରକ୍ତ ଦାନ କରିଥିଲେ । ଜିଲ୍ଲା ରକ୍ତ ଭଣ୍ଡାର ର ଡ୍ର ବିଶ୍ୱନାଥ ଜେନା , ସୁବାଷ ପଣ୍ଡା , ଜଗତ ଦରୁଆନ, ଟଙ୍କଧର କୁମର ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ ଓ ବୁର୍ଲ୍ଲା ର ରକ୍ତ ସଂଗ୍ରହ କରି ଦଳ ମଧ୍ୟ ଭାଗ ନେଇଥିଲେ ।

 

Related Post

ବିବାହ ର ସୁବର୍ଣ୍ଣ ଜୟନ୍ତୀ ବାର୍ଷିକ ପାଳନରେ ଶରୀର ଦାନ ପାଇଁ କଲେ ସଂଙ୍କଳ୍ପ

Posted by - May 24, 2022 0
ସମ୍ବଲପୁର :(ରାମାକାନ୍ତ ବିଶ୍ଵାଳ )ନିଜ ବିବାହ ର ସୁବର୍ଣ୍ଣ ଜୟନ୍ତୀ ବାର୍ଷିକ ପାଳନ କୁ ନିଆରା ଭାବରେ ପାଳନ କରି ସମାଜ ପାଇଁ ଉଦାହରଣ ସୄଷ୍ଠି କଲେ…

ସ୍ବଚ୍ଛଭାରତ ମିସନ ଅଧୀନରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - October 26, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ)ସାମାଜିକ ସଂଗଠନ ଡି ଏସ୍ ଓଡିଶା ଡେଭଲପମେଣ୍ଟ ଅର୍ଗାନାଇଜେସନ ଲଙ୍ଗଳେଶ୍ବର ପକ୍ଷରୁ ଆଜି ସ୍ବଚ୍ଛଭାରତ ମିସନ ଅଧୀନରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପ୍ରଥମେ ସଂଗଠନର…

ଭାଲୁମୁଣ୍ଡା ସମବାୟ ସମିତିରେ ଧାନ କ୍ରୟ କେନ୍ଦ୍ର ଉଦଘାଟନ

Posted by - December 7, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) ଭାଲୁମୁଣ୍ଡା କୃଷି ସମବାୟୁ ସମିତ ର ଆଜି କୋଲଣିପଡା ଠାରେ ଧାନବି କ୍ରୟ କେନ୍ଦ୍ରର ଶୁଭ ଉଦ୍ଧଘାଟନ ହୋଇଛି ।ଉକ୍ତ ଧାନ ମଣ୍ଡି କୁର…

ଆମେରିକାର ସର୍ବବୃହତ୍‍ ହିନ୍ଦୁ ମନ୍ଦିରରେ ରଥଯାତ୍ରା ଆୟୋଜନ

Posted by - July 16, 2021 0
ମିନିଆପଲିସି:- ୧୫ା୭ : ଯୁକ୍ତରାଷ୍ଟ୍ର ଆମେରିକାର ସର୍ବବୃହତ ହୀନ୍ଦୁ ମନ୍ଦିରଠାରେ ବ୍ରହ୍ମାଣ୍ଡର ସବୁଠୁ ବଡ଼ଠାକୁରଙ୍କର ପବିତ୍ର ରଥଯାତ୍ରା ପର୍ବ ପାଳନ କରାଯାଇଛି ।ମିନେସୋଟ୍ଟା ରାଜ୍ୟର ମାପଲଗ୍ରୋଭ ସହର…