ବୌଦ୍ଧ ଜିଲ୍ଲା କଂଗ୍ରେସ ଦ୍ୱାରା ନବ ସଂକଳ୍ପ ଶିବିର ଉଦଯାପିତ

117 0

ବୌଦ୍ଧ : ବୌଦ୍ଧ ଜିଲ୍ଲା କଂଗ୍ରେସ ର ସଭାପତି ଶ୍ରୀଯୁକ୍ତ ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ହରଭଙ୍ଗା ବ୍ଲକ ବିରନରସିଂହ ପୁର ଫରେଷ୍ଟ ନରସେରୀ ସଭାଗୃହ ଠାରେ ଏହି ସଂକଳ୍ପ ଶିବିରର ଅୟଂ ଆରମ୍ଭ କରାଯାଇ ସର୍ବ ପ୍ରଥମେ ଜିଲ୍ଲା କଂଗ୍ରେସ ଉପ ସଭାପତି ସମ୍ମାନୀୟ ଅତିଥି ବୃନ୍ଦଙ୍କୁ ମଂଚାସୀନ ହେବାକୁ ଅନୁରୋଧ କରିଥିବା ବେଳେ ବୌଦ୍ଧ ଜିଲ୍ଲା ଶକ୍ତିପୀଠ ଭାବେ ପରିଚିତ ମା ଭୈରବୀ ଙ୍କ ତୈଳ ଚିତ୍ର ରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ପ୍ରଦ୍ୱୀପ ପ୍ରଜ୍ବଳନ କରିବା ସହ ସଭାପତି ନବ କୁମାର ମିଶ୍ରଙ୍କ ସଭାପତିତ୍ୱ ରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା

ସଭାପତି ଶ୍ରୀଯୁକ୍ତ ମିଶ୍ର ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ ପୂର୍ବକ ତାଙ୍କରି ସଂକ୍ଷିପ୍ତ ଅଭିଭାଷଣ ମାଧ୍ୟମରେ ଭାରତ ବର୍ଷର ନବନିର୍ମାତା ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହୁରୁ, ସର୍ଦାର ବଲ୍ଲଭ ଭାଇ ପଟେଲ ଏବଂ ତାଙ୍କରି ସହଯୋଗୀ ମନେ ଆତ୍ମନିର୍ଭରଶୀଳ ଭାରତ ଗଠନ ଦିଗରେ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିଥିଲେ | ନେହୁରୁ ଙ୍କ ସମୟରେ ନିଆ ଯାଇଥିବା ପଞ୍ଚବାର୍ଷିକ ଯୋଜନା ଏବଂ ଲାଲ ବହାଦୁର ଶାସ୍ତ୍ରୀ ଙ୍କ ଦ୍ୱାରା ଆଗତ ଶ୍ୱେତ ବିଳ୍ପବ ଯୋଜନା ଓ ଦୁଗ୍ଧ ଉତ୍ପାଦନ କୁ ଗୁରୁତ୍ବ ଆରୋପ କରାଯାଇ ଏକ ସ୍ୱାବଲମ୍ବନଶୀଳ ଭାରତ ଗଠନ ଦିଗରେ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଥିଲା |

ଦେଶ ପରାଧୀନ ଶୃଙ୍ଖଳରୁ ମୁକ୍ତି ଲାଭ କରି ସ୍ୱାଧୀନତା ସ୍ୱାଦ ପାଇଲା ବେଳକୁ ଦେଶର ଜନସାଧାରଣ ଖାଦ୍ୟଭାବ, କର୍ମନିଯୁକ୍ତି ର ଅଭାବ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦେଶ ଚରମ ଅନାଗ୍ରସରତା ଭିତର ଦେଇ ଗତି କରୁ ଥିଲା ସେହି ସମୟରେ ଜାତୀୟ କଂଗ୍ରେସ ଦଳର ଶାସକଗଣ ଏସବୁକୁ ସାମ୍ନା କରିବା ସହ ଦେଶର ଅଭାବ ଦୂର କରିବା ଦିଗରେ ବିକାଶର ପଥ ଖୋଲିବା ସହ ନୂତନ ଭାରତ ଗଠନ ଦିଗରେ ନିଜକୁ ସାମିଲ କରିଥିଲେ |

ଗଠିତ ହୋଇଥିବା ଯୋଜନା ଆୟୋଗ ଦ୍ୱାରା ପ୍ରତି ୫ ବର୍ଷରେ ଯୋଜନା ସମୂହ ପ୍ରଣୟନ କରାଯାଇ ଦେଶରେ ଖାଦ୍ୟ ଶସ୍ୟ ଉତ୍ପାଦନ ବୃଦ୍ଧି, ଜଳସେଚନ, ବିଦ୍ୟୁତ ଉତ୍ପାଦନ, ଆଣବିକ ଶକ୍ତିର ଉତ୍ପାଦନ, ପର୍ଯ୍ୟାପ୍ତ ରାସ୍ତା ଘାଟ, ବିଭିନ୍ନ ଦିଗକୁ ରେଳ ସେବା ଯୋଗାଇବା ସହ ଦୂର ସଂଚାର କାର୍ଯ୍ୟକ୍ରମ, ଶିକ୍ଷା ଓ ସ୍ୱାସ୍ଥ୍ୟ ର ସାଙ୍ଗକୁ ଦେଶ ସୁରକ୍ଷା ଦିଗରେ ଦୃଢ଼ ଭିତିଭୂମି ପକାଇବାରେ ସହାୟକ ହୋଇ ଥିଲେ |
ସତୁରି ଦଶକରେ ଭାରତ ବିଶ୍ୱରେ ଏକ ଚମକ ପ୍ରଦ ପରିଚୟ ସୃଷ୍ଟି କରିବା ସହ ପାକିସ୍ତାନ ଠାରୁ ପୃଥକ କରି ନୂତନ ବାଂଲାଦେଶ ଗଠନ,ସିକିମ କୁ ଭାରତର ମାନଚିତ୍ରରେ ଯୋଡିବା ସାଙ୍ଗକୁ ପଂଚାୟତି ରାଜ ଶାସନ ର ମୂଳଦୁଆ ପକାଇବା ଏବଂ ମ୍ୟୁନୁସିପାଲିଟି ନୂତନ ଆଇନ ପ୍ରଚଳିତ ହୋଇଥିଲା |

୧୯୯0 ପରବର୍ତ୍ତୀ କଂଗ୍ରେସ ସରକାର ଦ୍ୱାରା ଆଗତ ମୁକ୍ତ ଅର୍ଥନୀତି କୁ ପ୍ରଚଳନ କରି ଏକ ଯୁଗାନ୍ତକାରୀ ପଦକ୍ଷେପ ନେବା ଏବଂ ନୂତନ ଭାରତ ଗଠନ ର ମୂଳଦୁଆ ପକାଇବାରେ ସକ୍ଷମ ହୋଇଥିଲା , 2004 ରୁ 2014 ପର୍ଯ୍ୟନ୍ତ ୟୁ ପି ଏ ସରକାର ଅମଳରେ ବିଶ୍ୱରେ ବ୍ୟାପକ ଆର୍ଥିକ ଦୁଃସ୍ଥିତି ଥିବା ବେଳେ କଂଗ୍ରେସ ସରକାର ସେଥିରୁ ମୁକଳିବା ସହ ଦେଶରେ ଆର୍ଥିକ ସ୍ୱଚ୍ଛଳତା ପ୍ରତିପାଦନ କରିବା ଦିଗରେ ସହାୟକ ହୋଇ ପାରିଥିଲା | ଏହି ସମୟରେ ଦେଶର ପ୍ରତ୍ୟେକ ନାଗରିକର ଅଧିକାର ଅଧିକରୁ ଅଧିକ ସୁଦୃଢ଼ ହୋଇ ପାରିଥିଲା , ଯାହାକି ତନମଧ୍ୟରୁ ଖାଦ୍ୟପ୍ରାପ୍ତି ଅଧିକାର, କାମ କରିବା ଅଧିକାର, ଶିକ୍ଷାପ୍ରାପ୍ତି ଅଧିକାର, ସୂଚନା ଅଧିକାର, ବନବାସୀଙ୍କ ପାଇଁ ଜଙ୍ଗଲ ଜମି ଅଧିକାର, ଦଳିତ ବର୍ଗର ଅଧିକାର, ଚାଷୀ ମାନଙ୍କ ଅଧିକାର ଆଦି ଯୁଗାନ୍ତକାରୀ ଆଇନ ପ୍ରଣୟନ କରା ଯାଇ ଥିଲା |

କଂଗ୍ରେସ ସରକାର ଅମଳରେ ବିଶ୍ୱ ଦରବାରରେ ପେଟ୍ରୋଲ ଦର ମହଙ୍ଗା ଥିଲେ ମଧ୍ୟ ଦେଶର ଜନତାଙ୍କୁ ଏଥିରୁ ମୁକ୍ତି ପ୍ରଦାନ କରାଯାଇ ଏକ ସନ୍ତୁଳିତ ଦରରେ ଯୋଗାଇବାରେ କଂଗ୍ରେସ ଦଳ ସହାୟକ ହୋଇ ପାରିଥିଲା |ଦୁଃଖର ବିଷୟ ଆଛାଦିନ ଆସିବ ବୋଲି ଡାକରା ଦେଇ ଯେଉଁ ବିଜେପି ସରକାର ତଥା ଏନ ଡ଼ି ଏ ମେଣ୍ଟ ଏବେ ଶାସନ ଗାଦୀକୁ ମାଡିବସି ବିମୁଦ୍ରାୟନ ଘୋଷଣା, ଶିକ୍ଷିତ ଯୁବକଙ୍କୁ ବେକାରୀ କରିବା, ଜାତି ଜାତି ଭିତରେ ସାମ୍ପ୍ରଦାୟିକ ଭେଦ ଭାବ ଉତ୍ପନ୍ନ କରିବା, କରୋନା କାଳରେ ଲକ୍ଷ ଲକ୍ଷ ଲୋକଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେବା ଏବଂ ଆଜି ବେକାରୀ, ବେରୋଜଗାରୀ, ଡଲାର ତୁଳନାରେ ଟଙ୍କାର ମୂଲ୍ୟ ନିମ୍ନଗାମୀ ହେବା, ଦର ବୃଦ୍ଧି ରୋକିବା ଦିଗରେ ବିଫଳ ହେବା ଆଦିକୁ ନେଇ ଦେଶ ବର୍ତ୍ତମାନ ଅସାଧାରଣ ଦୁର୍ଗତି ଭିତର ଦେଇ ଗତି କରୁଛି |

ଏଣୁ ବର୍ତ୍ତମାନ କଂଗ୍ରେସ ଦଳର ସମସ୍ତ କର୍ମକର୍ତ୍ତା ଓ କର୍ମୀ ମାନେ ଏହି ବିଭେଦକାରୀ କୁଚକ୍ରୀ ବିଜେଡ଼ି ବିଜେପି ସରକାର ଦ୍ୱାରା ଚାଲୁ ରହିଥିବା ହୀନ ଉଦେଶ୍ୟ କୁ ସମସ୍ତ ଜନସାଧାରଣ ଙ୍କୁ ଅବଗତ କରାଇ ପାରିଲେ କଂଗ୍ରେସ ଦଳ ପୁନର୍ବାର ତାର ହୃତ ଗୌରବ ଫେରି ପାଇବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ତଥା ମଂଚାସୀନ ସମସ୍ତ ଅତିଥି ବୃନ୍ଦ ତାଙ୍କ ଅଭିଭାଷଣ ରଖିଥିଲେ | ଆଜିର ଏହି ସଭାରେ ପ୍ରଦେଶ କଂଗ୍ରେସ ପର୍ଯ୍ୟବେକ୍ଷକ ଭାବେ ଫୁଲବାଣୀ ଲୋକସଭା ସାଂସଦ ରାଧାକାନ୍ତ ଦିଗଲ , ଆର ଜି ପି ଆର ଏସ ରାଜ୍ୟ ସଂଯୋଜକ ତଥା ପି ସି ସି ସାଧାରଣ ସମ୍ପାଦକ ବିସ୍ମୟ ମହାପାତ୍ର, ବରିଷ୍ଠ କଂଗ୍ରେସ ନେତା ନାରାୟଣ ପ୍ରସାଦ ପରିଜା, କେଶବ କ୍ଷେତ୍ତି, ପଙ୍କଜ କର୍ଣ୍ଣ, କଣ୍ଟମାଳ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାନସଭା ପାର୍ଥୀ ପ୍ରଶାନ୍ତ କୁମାର ସାହୁ, ଜିଲ୍ଲା କଂଗ୍ରେସ ମୁଖ ପାତ୍ର ଶାନ୍ତନୁ ମହାପାତ୍ର, ଉମେଶ ତ୍ରିପାଠୀ , ଗଣେଶ ପ୍ରସାଦ ଅଗ୍ରୱାଲ ସମେତ ଉଛେଇ ବାରିକ, ମହିଳା କଂଗ୍ରେସ ସଭାନେତ୍ରୀ କବିତା ମହାକୁଳ ପ୍ରମୁଖ ଆୟୋଜିତ ସଂକଳ୍ପ ଶିବିର ରେ ବକ୍ତବ୍ୟ ପ୍ରଦାନ କରିଥିଲେ |

ଏଥି ସହ ଆଜିର ବୈଠକ ରେ, ରାଜନୈତିକ, ସାମାଜିକ ନ୍ୟାୟ ଓ ସଶକ୍ତି କରଣ, ଆର୍ଥିକ, ସାଙ୍ଗଠନିକ, କୃଷି ଓ କୃଷକ, ଯୁବଶକ୍ତି ସଶକ୍ତି କରଣ ପାଇଁ ଏକ କମିଟି ଗଠନ କରାଯାଇ ସରୋଜ ପ୍ରଧାନ, କବିତା ମହାକୁଳ, ଉଦୟନାଥ ଶର୍ମା, ଉମେଶ ତ୍ରିପାଠୀ, ପ୍ରଶାନ୍ତ ସାହୁ ଓ ଶାନ୍ତନୁ ମହାପାତ୍ର ପ୍ରମୁଖଙ୍କୁ ଏଥି ନିମନ୍ତେ ମନୋନୟନ କରାଯାଇଥିବା ଜଣା ଯାଏ |

Related Post

ବିଜୁ ଜନତା ଦଳ ରୌପ୍ୟ ଜୟନ୍ତୀ ପାଳନ

Posted by - December 26, 2021 0
ମାଥିଲି:(ଅବଦୁଲ ଗନି) ମାଲକାନଗିରି ଜିଲ୍ଲା ବିଜେଡି ସଭାପତି ତଥା ଚିତ୍ରକୋଣ୍ଡା ବିଧାୟକ ଶ୍ରୀ ପୁର୍ଣଚନ୍ଦ୍ର ବାକା ଙ୍କ ନେତୃତ୍ୱ ରେ ମାଥିଲି ଶହୀଦ ଲକ୍ଷ୍ମଣ ନାୟକ ଭବନ…

ସୋନିଆ ଗାନ୍ଧୀ ଙ୍କୁ ସମନ ଜାରି କୁ ବିରୋଧ କରି ଜିଲ୍ଲା କଂଗ୍ରେସ କମିଟିର ବିକ୍ଷୋବ ଓ ପ୍ରତିବାଦ

Posted by - July 22, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ନବରଙ୍ଗପୁର ତା ୨୨.୦୭.୨୨ ରିଖ,ଶୁକ୍ରବାର।ବାରମ୍ବାର ଗାନ୍ଧୀ ପରିବାର ପ୍ରତି କେନ୍ଦ୍ର ସରକାରଙ୍କ ଆକ୍ରସ ମୁଳକ ରାଜନୀତି ସହ ନିଜ ସରକାର ଦ୍ବାରା ପରିଚାଳିତ…

ବ୍ୟାଙ୍କ ଘରୋଇ କରଣ ବିରୋଧ ରେ ବ୍ୟାଙ୍କ୍ ଧର୍ମଘଟ ଯୋଗୁଁ, ଓଡିଶା ରେ ବ୍ୟାଙ୍କ୍ ସେବା ସମ୍ପୂର୍ଣ୍ଣ ବ୍ୟାହତ

Posted by - March 15, 2021 0
ଭୁବନେଶ୍ୱର:କେନ୍ଦ୍ର ସରକାର ଓ ନୀତି ଆୟୋଗ ର ନିଷ୍ପତ୍ତି କ୍ରମେ, ରାଷ୍ଟ୍ରାୟତ ବ୍ୟାଙ୍କ ର ଘରୋଇ କରଣ କରି, ଏହି ବ୍ୟାଙ୍କ୍ ବ୍ୟବସ୍ଥା କୁ ଧ୍ଵଂସ କରି…

ଯାଜପୁର ଜିଲାପାଳ ଅପିଂସ ସମ୍ମୁଖରେ ଜିଲା ବିଜେପି ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ

Posted by - November 2, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଥିବା ବେଳେ ତାଙ୍କୁ ତୁରନ୍ତ ମନ୍ତ୍ରୀପଦରୁ ବହିସ୍କାର କରିବା ଦାବୀରେ…

୨୭ ତାରିଖ ସୋମବାର ଶପଥ ଗ୍ରହଣ ଉତ୍ସବ ହେବାର ସମ୍ଭାବନା

Posted by - May 25, 2019 317
ଭୁବନେଶ୍ବର:ପଞ୍ଚମ ଥର ଶାସନ ଡୋର ଧରିବା ପୂର୍ବରୁ ବିଜେଡି କ୍ୟାମ୍ପରେ ଜବରଦସ୍ତ ଉତ୍ସାହ । ରାଜ୍ୟବ୍ୟାପୀ ଚାଲିଛି ଦଳୀୟ ନେତା ଓ କର୍ମୀଙ୍କ ସେଲିବ୍ରେସନ୍ । ୧୧୨ଟି…