ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ଟିଟିଲାଗଡ ଲାୟନ୍ସ କ୍ଲବ ତରଫରୁ ସ୍ଥାନୀୟ ଗୋବିନ୍ଦ ବାଟିକା ଠାରେ ସହରର ବିଶିଷ୍ଟ ବ୍ୟବସାୟୀ, ସମାଜସେବୀ, ଲାୟନସ କ୍ଲବର ପ୍ରତିଷ୍ଠାତା ସଦସ୍ୟ ସ୍ବର୍ଗତ ପ୍ରଭାସ ସାହୁଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଅଛି। ଏହି ଶ୍ରଦ୍ଧାଂଜଳି ସଭାରେ ସ୍ଵର୍ଗତ ପ୍ରଭାସ ସାହୁଙ୍କୁ ଭଲ ପାଉଥିବା ସମସ୍ତ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ। ଲାୟନ୍ସ କ୍ଲବ ସଭାପତି ଦୀପକ ପୃଷ୍ଟିଙ୍କ ସଭାପତିତ୍ବରେ ଏବଂ ଲାୟନ ଈଶ୍ୱର ଜୈନଙ୍କ ମଞ୍ଚ ପରିଚାଳନାରେ ଏହି ସଭା ଅନୁଷ୍ଠିତ ହୋଇଥିଲା।
ସହରର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରୁ ଡହସମୁଖ ଲାଲ, ରାଧେଶ୍ୟାମ ଅଗ୍ରୱାଲ,ପୌର ପରିଷଦର ଅଧ୍ୟକ୍ଷ। ମମତା ଜୈନ, ପୁର୍ବତନ ନଗରପାଳ ଭବାନି ପ୍ରସାଦ ହୋତା, ଶୁଭ୍ରାଂଶୁ ଦାସ ପ୍ରକାଶ ଗୋୟଲ,ସମାଜସେବୀ ରାଜେନ୍ଦ୍ର ନାରାୟଣ ମିଶ୍ର, ବିଭିନ୍ନ ସଙ୍ଗଠନ ମଧ୍ୟରେ ମାରୱାଡ଼ି ଯୁବା ମଞ୍ଚ ସଭାପତି ଅମର ଜୈନ ମାରୱାଡ଼ି ମହିଳା ମଣ୍ଡଳର ସଦସ୍ୟ ମାନେ, ନାରି ଦି ଭଏସ ଅଫ ଓମେନର ଅଞ୍ଜଳି ବେହେରା, ଲାୟନ୍ସ କ୍ଲବ ପାଟଣାଗଡ, ମୁରିବାହାଲର ସଦସ୍ୟ ମାନେ ଏବଂ ସାମାଜିକ କର୍ମୀ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ।
ସ୍ଵର୍ଗତ ସାହୁଙ୍କ ସହ ବିତାଇଥିବା ପ୍ରତ୍ୟେକ ମୁହୂର୍ତ୍ତ, ତାଙ୍କର ବ୍ୟକ୍ତିତ୍ଵ, ବିଷୟରେ ସମସ୍ତେ ଆଲୋକପାତ କରିଥିଲେ। ଏହି ସଭାରେ ଲାୟନ୍ସ କ୍ଲବର ସଂପାଦକ ଆଶୀର୍ବାଦ ମହାପାତ୍ର, ମଦନ ପୃଷ୍ଟି,ଲିଙ୍ଗରାଜ ସାହୁ, ସଞ୍ଜୟ କୁମାର ନାୟକ, ସନ୍ତୋଷ ମହାନ୍ତି, ବିଜୁ ସାହୁ, ଆନନ୍ଦ ଜୈନ, ରତ୍ନାକର ସାହୁ, ସତ୍ୟନାରାୟଣ ଶର୍ମା, ଭି ଶ୍ରୀନିବାସ ରାଓ, ତ୍ରିନାଥ ରାଓ, ହଂସରାଜ ଜୈନ, ଡ ଘନଶ୍ୟାମ ଜୈନ, ନବୀନ ଜୈନ, ଗୋପାଳ ଲାଠ, ଲଳିତା ଲାଠ, ମୀନାକ୍ଷୀ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।