ଟ୍ରାଫିକ ଚାଲାଣ ବେଳେ ଜଣେ ସାକ୍ଷୀ ରହିବା ଜରୁରୀ।

744 0

ନୂଆଦିଲ୍ଲୀ: ଚାଲାଣରେ ଜଣେ ସାକ୍ଷୀଙ୍କ ଦସ୍ତଖତ ରହିବା ଜରୁରୀ। କାରଣ କୋର୍ଟରେ ମାମଲାର ବିଚାର ସମୟରେ ଟ୍ରାଫିକ ପୁଲିସକୁ ଜଣେ ସାକ୍ଷୀଙ୍କୁ ହାଜର କରିବାକୁ ପଡ଼ିବ।

ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଆରଟିଓ ଏବଂ ପୁଲିସ ବିଭାଗ କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛି। ଆଇନ ଉଲ୍ଲଂଘନକାରୀଙ୍କୁ ସାବାଡ଼ କରିବା ଲାଗି ମୋଟା ଅଙ୍କର ଜରିମାନା ଲଗାଯାଉଛି। ଗାଡ଼ିର ପଞ୍ଜୀକରଣ ପ୍ରମାଣପତ୍ର(ଆରସି), ଇନସ୍ୟୁରାନ୍ସ ପ୍ରମାଣପତ୍ର​‌, ପ୍ରଦୂଷଣ ନିୟନ୍ତ୍ରଣାଧୀନ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ ଏବଂ ପରମିଟ୍‌ ପ୍ରମାଣପତ୍ର ନ ଦେଖାଇଲେ ଚାଳକଙ୍କର ତୁରନ୍ତ ଚାଲାଣ କାଟି ଦିଆଯାଉଛି। କିନ୍ତୁ କେନ୍ଦ୍ରୀୟ ମୋଟର ଯାନ ନିୟମ ଅନୁସାରେ ଟ୍ରାଫିକ ପୁଲିସ ଯଦି ଚାଳକଙ୍କୁ ଆରସି, ଇନସ୍ୟୁରାନ୍ସ ପ୍ରମାଣପତ୍ର, ପ୍ରଦୂଷଣ ନିୟନ୍ତ୍ରଣାଧୀନ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ ଏବଂ ପରମିଟ୍‌ ପ୍ରମାଣପତ୍ର ମାଗନ୍ତି ଏବଂ ଚାଳକ ସେହି ସମୟରେ ସେସବୁ ପ୍ରମାଣପତ୍ର ଦେଖାଇ ପାରୁନାହାନ୍ତି, ତା’ହେଲେ ତାହା ଅପରାଧ ନୁହେଁ। ଅର୍ଥାତ୍‌ ପୁଲିସ ତତ୍‌କ୍ଷଣାତ ଚାଳକଙ୍କର ଚାଲାଣ କାଟିପାରିବ ନାହିଁ।

ସୁପ୍ରିମକୋର୍ଟଙ୍କ ବରିଷ୍ଠ ଆଡ୍‌ଭୋକେଟ ବିନୟ କୁମାର ଗର୍ଗ ଏବଂ ଆଡ୍‌ଭୋକେଟ ରୋହିତ ଶ୍ରୀବାସ୍ତବଙ୍କ କହିବା ଅନୁସାରେ, କେନ୍ଦ୍ରୀୟ ମୋଟର ଯାନ ନିୟମ ୧୩୯ରେ ବ୍ୟବସ୍ଥା ରହିଛି ଯେ, ଗାଡ଼ି ଚାଳକଙ୍କୁ କାଗଜପତ୍ର ଦେଖାଇବା ଲାଗି ୧୫ ଦିନ ସମୟ ଦିଆଯିବ। ଟ୍ରାଫିକ ପୁଲିସ ତତ୍କାଳ ଚାଳକଙ୍କ ଚାଲାଣ କାଟିପାରିବେ ନାହିଁ। ଚାଳକ ଯଦି ୧୫ ଦିନ ମଧ୍ୟରେ ଗାଡ଼ିର କାଗଜପତ୍ର ଦେଖାଇବା ଲାଗି ଦାବି କରିବେ, ତା’ହେଲେ ପୁଲିସ କିମ୍ବା ଆରଟିଓ ଅଧିକାରୀ ଗାଡ଼ିର ଚାଲାଣ କାଟିପାରିବେ ନାହିଁ। ଏହା ପରେ ୧୫ ଦିନ ମଧ୍ୟରେ ଚାଳକଙ୍କୁ ସମସ୍ତ କାଗଜପତ୍ର ଟ୍ରାଫିକ ପୁଲିସ ଅଥବା ଆରଟିଓ ଅଧିକାରୀଙ୍କ ନିକଟରେ ଉପସ୍ଥାପନ କରିବାକୁ ପଡ଼ିବ।

ଆଡ୍‌ଭୋକେଟ ଶ୍ରୀବାସ୍ତବ ଏହା ମଧ୍ୟ କହିଛନ୍ତି ଯେ, ମୋଟର ଯାନ ଆଇନ ୨୦୧୯ର ଧାରା ୧୫୮ ଅଧୀନରେ ଦୁର୍ଘଟଣା ହେବା କିମ୍ବା କୌଣସି ବିଶେଷ ମାମଲାରେ ଗାଡ଼ିର କାଗଜପତ୍ର ଦେଖାଇବାର ସମୟ ୭ଦିନ ଧାର୍ଯ୍ୟ ହୋଇଛି। ଏହାବ୍ୟତୀତ ଟ୍ରାଫିକ ଆଇନ ବିଶେଷଜ୍ଞ ତଥା ଆଇନ ବିଭାଗ ପ୍ରଫେସର ଡା. ରାଜେଶ ଦୁବେ କୁହନ୍ତି, ଯଦି ଚାଳକ ଗାଡ଼ି କାଗଜପଦ୍ର ତତ୍କାଳ ଦେଖାଇ ନ ପାରନ୍ତି ଏବଂ ଟ୍ରାଫିକ ପୁଲିସ ତାଙ୍କର ଚାଲାଣ କାଟନ୍ତି, ତେବେ କୋର୍ଟରେ ଏହାକୁ ଖାରଜ କରିବା ଲାଗି ଚାଳକଙ୍କ ନିକଟରେ ବିକଳ୍ପ ରହିଥାଏ।

ବରିଷ୍ଠ ଆଡ୍‌ଭୋକେଟ ଗର୍ଗ କୁହନ୍ତି, ଯଦି ଟ୍ରାଫିକ ପୁଲିସ ବେଆଇନ ଭାବେ ଚାଲାଣ କାଟୁଛି, ତେବେ ଚାଳକଙ୍କୁ କେବେ ବି ଚାଲାଣ ଭରିବାକୁ ପଡ଼ିବ ନାହିଁ। ଟ୍ରାଫିକ ପୁଲିସର ଚାଲାଣ କୌଣସି କୋର୍ଟଙ୍କ ଆଦେଶ ନୁହେଁ। ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇ ପାରିବ। ଯଦି କୋର୍ଟ ଜାଣିବାକୁ ପାଇବେ ଯେ, ଚାଳକଙ୍କ ନିକଟରେ ସମସ୍ତ କାଗଜପତ୍ର ରହିଛି ଏବଂ ସେସବୁ ଦେଖାଇବା ଲାଗି ତାଙ୍କୁ ୧୫ ଦିନ ସମୟ ଦିଆଯାଇ ନାହିଁ, ତେବେ କୋର୍ଟ ଜରିମାନା ଛାଡ଼ କରିପାରିବେ।

ଆଡ୍‌ଭୋକେଟ ଶ୍ରୀବାସ୍ତବ କହିଛନ୍ତି, ଚାଲାଣରେ ଜଣେ ସାକ୍ଷୀଙ୍କ ଦସ୍ତଖତ ରହିବା ଜରୁରୀ। କାରଣ କୋର୍ଟରେ ମାମଲାର ବିଚାର ସମୟରେ ଟ୍ରାଫିକ ପୁଲିସକୁ ଜଣେ ସାକ୍ଷୀଙ୍କୁ ହାଜର କରିବାକୁ ପଡ଼ିବ। ଯଦି ପୁଲିସ ସାକ୍ଷୀଙ୍କୁ ହାଜର କରିପାରିବ ନାହିଁ, ତେବେ କୋର୍ଟ ଜରିମାନା ଛାଡ଼ କରିପାରିବେ। ଅଧିକାଂଶ ମାମଲାରେ ପୁଲିସ ସାକ୍ଷୀଙ୍କୁ ହାଜର କରିପାରି ନ ଥାଏ ଏବଂ ଏହାର ଫାଇଦା ଚାଳକଙ୍କୁ ମିଳିଥାଏ ବୋଲି ଶ୍ରୀବାସ୍ତବ କହିଛନ୍ତି।

Related Post

ଗଞ୍ଜାମ ଜିଲ୍ଲାରେ ସ୍ପିଡ୍‌ରେ ମାଡ଼ି ଚାଲିଛି କରୋନା,ନଜର ପକାନ୍ତୁ ରାଜ୍ୟ ର କୋରୋନା ଅପଡେଟ ରେ (୧୦ ମଇ ସକାଳ 0୭:୩୫)

Posted by - May 10, 2020 8,571
ଭୁବନେଶ୍ବର : ଗଞ୍ଜାମ ଜିଲ୍ଲାରେ ସ୍ପିଡ୍‌ରେ ମାଡ଼ି ଚାଲିଛି କରୋନା। ଯାହାକୁ ନେଇ ଓଡ଼ିଶା ସମେତ ସାରା ଦେଶରେ ବି ଚିନ୍ତା ବଢ଼ିଯାଇଛି।ସେପଟେ ବାହାର ରାଜ୍ୟରେ ଓଡ଼ିଆ…

ପ୍ରଧାନ ଶିକ୍ଷକଙ୍କ ସ୍ୱେଚ୍ଛାଚାରୀତାକୁ ବିରୋଧ କରି ସ୍କୁଲରେ ତାଲା

Posted by - August 31, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ)ବାଲିଆପାଳ ବ୍ଲକ ଜଗତିପୁର ପଂଚାୟତ କରଞ୍ଜ ନରସିଂହ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସ୍ୱେଚ୍ଛାଚାରୀତାକୁ ବିରୋଧ କରି ଆଜି ସ୍କୁଲ ପରିଚାଳନା କମିଟିର ସଦସ୍ୟ, ସଦସ୍ୟା,…

ନବ ନିର୍ବାଚିତ ବିଧାୟକ ଶପଥ ନେଲେ

Posted by - May 30, 2019 0
ଭୁବନେଶ୍ୱର: ନବୀନ ସରକାରଙ୍କ ପଞ୍ଚମ ପାଳିର ପ୍ରଥମ ବିଧାନସଭା ଅଧିବେଶନ ଆରମ୍ଭ ହୋଇଛି। ଏହି ଅବସରରେ ନବ ନିର୍ବାଚିତ ବିଧାୟକମାନେ ଶପଥ ନେଉଛନ୍ତି । କାମଚଳା ବାଚସ୍ପତି…

ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ ପରିସରରେ ପୁଣ୍ୟାତ୍ମା ଗୋପବନ୍ଧୁ ଚୌଧୁରୀଙ୍କ ୬୪ତମ ଶ୍ରାଦ୍ଧୋତ୍ସବ ପାଳିତ

Posted by - May 2, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ବରୀ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ ପରିସରରେ ପୁଣ୍ୟାତ୍ମା ଗୋପବନ୍ଧୁ ଚୌଧୁରୀଙ୍କ ୬୪ତମ ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଛି।ମହାବିଦ୍ୟାଳୟର ଅଧକ୍ଷ ବିଷ୍ଣୁଚରଣ…

ରାସ୍ତା ମରାମତି ନହେଲେ ଭୋଟ ବର୍ଜନ : ଚିକିଲି ଗ୍ରାମବାସୀ

Posted by - January 28, 2022 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ)ନବରଙ୍ଗପୁର ବ୍ଲକ କୁମୁଲି ପଞ୍ଚାୟତ ଚିକିଲି ଗ୍ରାମରେ ଗ୍ରାମ ବାସୀ ଯାତାୟାତ ପାଇଁ ବେଶି ଅସୁବିଧା ର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳିଛି!…

Leave a comment

Your email address will not be published.