ଫକିର ପଟ୍ଟନାୟକ ସ୍ମୃତି କମିଟି ପକ୍ଷରୁ ଫକିର ସନ୍ଧ୍ୟା- ୨୦୨୨ ପାଳିତ

159 0

ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ସ୍ଥିତ ଭବାନୀପାଟଣା ଫକିର ପଟ୍ଟନାୟକ କମିଟି ଓ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କଳାହାଣ୍ଡି ବିଶ୍ବବିଦ୍ୟାଳୟ ଅଡିଟୋରିୟମଠାରେ ଫକିର ସନ୍ଧ୍ୟା- ୨୦୨୨ ଅନୁଷ୍ଠିତ ହୋଇଯାଇଛି । ସ୍ମୃତି କମିଟି ସଭାପତି ଧ୍ୟାନାନନ୍ଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ପୁଷ୍ପେନ୍ଦ୍ର ସିଂ ଦେଓ ଯୋଗ ଦେଇଥିବା ବେଳେ , ଭବାନୀପାଟଣା ପୌର ପରିଷଦ ଅଧ୍ୟକ୍ଷା ସଂଯୁକ୍ତା ବେହେରା , କଳାହାଣ୍ଡି ବିଶ୍ବବିଦ୍ୟାଳୟ ରେଜିଷ୍ଟ୍ରାର ପିତାମ୍ବର ଭୋଇ , ଲୋକକଳା ଗବେଷକ ଓ ଶିକ୍ଷାବିଦ ଡ . ଅଜୟ ମିଶ୍ର , ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ପିତା ବେହେରା , କବି ଭବାନୀ ଶଙ୍କର ନିଆଲ , ଓଡ଼ିଶା ସଂଗୀତ ନାଟକ ଏକାଡେମି ସଦସ୍ୟ ସାଶ୍ବତ ତ୍ରିପାଠୀ , ବିଶିଷ୍ଟ ବଂଶୀବାଦକ ନରେନ୍ଦ୍ର ପଣ୍ଡା , ସଂସ୍କାର ଭାରତୀ ପଶ୍ଚିମ ପ୍ରାନ୍ତ ସଦସ୍ୟ ହରେକୃଷ୍ଣ ଭୋଇ , ସମ୍ବାଦର ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର କୁମାର ବିଶି , ସଂଗୀତଜ୍ଞ ଡ . ରବି ସେନାପତି , ନରସିଂହ ମହାପାତ୍ର , ଜ୍ୟୋତିଷ ରଞ୍ଜନ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।

ଏ ଅବସରରେ ଫକିର ପଟ୍ଟନାୟକଙ୍କ ବିଭିନ୍ନ ଗୀତ ପରିବେଷିତ ହୋଇଥିଲା କଣ୍ଠଶିଳ୍ପୀ ଶାଶ୍ବତ ତ୍ରିପାଠୀ , ପଦ୍ମଲୋଚନ ସାହୁ , ମାନସ ଷଡଙ୍ଗୀ , ପଦ୍ମନାଭ କୁମ୍ଭାର , ସସ୍ମିତା ମହାନ୍ତି , ନିଳାଞ୍ଚଳ ପାନ ଓ ସଂଗୀତା ରାଉତ ସଂଗୀତ ପରିବେଷଣ କରିଥିଲେ । ବିରଞ୍ଚି ମୁଣ୍ଡ , ନମିତା ମିଶ୍ର ଓ ସସ୍ମିତା ପରମଗୁରୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସ୍ମୃତି କମିଟି ସଭାପତି ଧ୍ୟାନାନନ୍ଦ ପଣ୍ଡା , ଉପଦେଷ୍ଠା ଡ ଅଜୟ ମିଶ୍ର , ସମ୍ପାଦକ ଦେବେଶ କୁମାର ସିଂ , ଆବାହକ ନୀଳାଞ୍ଚଳ ପାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Related Post

ବାରିପଦା ରେ ରାବଣ ପୋଡି ଉତ୍ସବ

Posted by - October 9, 2019 0
ମୟୁରଭଞ୍ଜବା:ରିପଦା ସ୍ଥିତ ମଧୁବନ ପଡିଆରେ ଧୁମଧାମରେ ପାଳିତ ହୋଇଯାଇଛି ରାବଣପୋଡି ମହୋତ୍ସବ।  ବାରିପଦା ସହରରେ ଗୋଟିଏ ସ୍ଥାନରେ ଏହି ରାବଣପୋଡି ମହୋତ୍ସବ ହେଉଥିବାରୁ ଏଠାରେ ନାହିଁ ନଥିବା…

ଅଗ୍ନିଶମ ବିଭାଗ ପକ୍ଷରୁ ଥୁଆମୂଳ ରାମପୁର ଠାରେ ମକଡ୍ରିଲ ପ୍ରଦର୍ଶନ

Posted by - June 20, 2022 0
ଥୁଆମୂଳ ରାମପୁର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଥୁଆମୂଳ ରାମପୁର ଅଗ୍ନିଶମ…

ଆଲୋକର ପର୍ବ ଦୀପାବଳି ପାଳନ

Posted by - October 26, 2022 0
ରାୟଗଡା : (ରମାକାନ୍ତ ପୋଡାଲ) ଆଲୋକର ପର୍ବ ଦୀପାବଳି, ଅସତ୍ୟ ହିଂସା କ୍ରୋଧ ଅନ୍ୟାୟ ଅଜ୍ଞାନ ରୂପକ ଅନ୍ଧକାରକୁ ବିନାଶ କରିବାର ଜ୍ୟୋତି ପର୍ବ ହେଉଛି ଦୀପାବଳି…

ଯାଜପୁର ବାସୀ ସାବଧାନ,ମାସ୍କ ନ ପିନ୍ଧିଲେ ଦେବାକୁ ପଡିବ ଏତିକି ଜୋରିମାନା

Posted by - May 29, 2020 219
ଭୁବନେଶ୍ବର :ଯାଜପୁର ଏସପି ଚରଣ ସିଂହ ମିନା ଜରିକଲେ ନିର୍ଦେଶନାମା । ଏଣିକି ମାସ୍କ ପିନ୍ଧି ଘରୁ ନ ବାହାରିଲେ ପ୍ରଥମ  ୩ଥର ଆଇନ ଅବମାନନା ନିମନ୍ତେ ୨୦୦ଟଙ୍କା…