ଜାଣନ୍ତୁ କାହିଁକି ହୁଏ ଫୁସ୍‌ଫୁସ୍‌ କ୍ୟାନ୍‌ସର୍‌ ଓ ଏହାର ଲକ୍ଷଣ କ’ଣ?

1013 0

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ୬ ମିଲିୟନ୍‌ ଲୋକଙ୍କର ତମାଖୁ ସେବନରେ ମୃତ୍ୟୁ ହେଉଛି। ତମାଖୁ ସେବନ ଫୁସଫୁସ୍‌ କର୍କଟର ମୁଖ୍ୟ କାରଣ। ତେଣୁ ତମାଖୁ ସେବନରୁ ବିରତ ରୁହନ୍ତୁ ଓ ଏକ ସୁସ୍ଥ ଜୀବନ ବଞ୍ଚନ୍ତୁ। ତା’ହେଲେ ଆସନ୍ତୁ ଜାଣିବା ଅନ୍ୟ କେଉଁ କାରଣ ଯୋଗୁ ଫୁସ୍‌ଫୁସ କ୍ୟାନ୍‌ସର୍‌ ହୋଇଥାଏ। ସେହିପରି ଏହାର ଲକ୍ଷଣ ଓ  ପ୍ରତିକାର ସଂପର୍କରେ ବି ଜାଣିବା।

ଫୁସ୍‌ଫୁସ୍‌ କ୍ୟାନ୍‌ସର୍‌ର ପ୍ରମୁଖ୍ୟ କାରଣ
୧. ଧୂମପାନ
୨. ଗୁଟ୍‌କା ଓ ପାନ ଆଦି ଖାଇବା
୩. ଅତ୍ୟଧିକ ମଦ୍ୟପାନ କରିବା
୪. ଫ୍ୟାମିଲି ହିଷ୍ଟ୍ରି

୫.ତେବେ ଅନେକ ସମୟରେ ଦେଖାଯାଇଥାଏ, ଧୂମପାନ କରୁ ନଥିବା ଓ ଫ୍ୟାମିଲି ହିଷ୍ଟ୍ରି ନଥିବା ଲୋକେ ମଧ୍ୟ ଫୁସଫୁସ୍‌ କ୍ୟାନ୍‌ସର୍‌ରେ ଆକ୍ରାନ୍ତ ହୋଇଥା’ନ୍ତି। ଏହାର କାରଣ ହେଉଛି ମ୍ୟୁଟେସନ୍‌। ଏହାର ଅର୍ଥ ଶରୀରରେ କୋଷିକା ଗୁଡ଼ିକ ଠିକ୍ ଭାରେ ବିଭାଜିତ ହୋଇ ନପାରିଲେ କ୍ୟାନ୍‌ସର ହୋଇଥାଏ।

ଫୁସ୍‌ଫୁସ୍‌ କ୍ୟାନ୍‌ସର୍‌ର ଲକ୍ଷଣ
୧. କାଶ ହେବା, ଖଙ୍କାର ବାହାରିବା
୨. କଫରେ ରକ୍ତ ପଡ଼ିବା
୩. ଧଇଁସଇଁ ଲାଗିବା ବା ଥକା ଲାଗିବା
୪. ବାନ୍ତି ଲାଗିବା
୫. ଅଣ୍ଟା ବିନ୍ଧିବା

ଫୁସ୍‌ଫୁସ୍‌ କ୍ୟାନ୍‌ସର୍‌ର ଚିକିତ୍ସା ପଦ୍ଧତି

ଫୁସ୍‌ଫୁସ୍‌ କ୍ୟାନ୍‌ସର୍‌କୁ ତିନୋଟି ପଦ୍ଧତିରେ ଚିକିତ୍ସା କରାଯାଇଥାଏ। କୋମେଥେରାପି, ରେଡିଓଥେରାପି ଓ ସର୍ଜରୀ। ଏହା ବ୍ୟତୀତ ଜଣେ ରୋଗୀ ଟାର୍ଗେଟେଡ୍‌ ଥେରାପି ଏବଂ ଇମ୍ୟୁନୋ ଥେରାପି ମଧ୍ୟ କରି ପାରିବେ। ଏହି ଦୁଇଟି ଥେରାପି କେମୋଥେରାପିଠାରୁ ଟିକେ ଅଲଗା।

କେମୋଥେରାପିରେ ରୋଗୀ ଶରୀରରେ କ୍ୟାନ୍‌ସର୍‌ ସେଲ୍‌ ନଷ୍ଟ ହେବା ସହିତ ଅନ୍ୟ ସୁସ୍ଥ ସେଲ୍‌ ମଧ୍ୟ ନଷ୍ଟ ହୋଇ ଯାଇଥାଏ। ଏଥିପାଇଁ କେମୋଥେରାପିର ସାଇଡ୍‌ ଇଫେକ୍ଟ ରହିଛି। କିନ୍ତୁ ଟାର୍ଗେଟେଡ୍‌ ଥେରାପିରେ କେବଳ ଟାର୍ଗେଟେଡ୍‌ କ୍ୟାନ୍‌ସର୍‌ ସେଲ୍‌ଗୁଡ଼ିକୁ ହିଁ ଚିକିତ୍ସା କରାଯାଇଥାଏ।

ଇମ୍ୟୁନୋଥେରାପିରେ ଶରୀରରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ।  କ୍ୟାନ୍‌ସର୍‌ ହେଲେ ରୋଗୀର ରୋଗପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ। ରୋଗ ସହିତ ଲଢ଼ିବା ପାଇଁ ଶରୀରରେ ଶକ୍ତି ନଥାଏ। ଇମ୍ୟୁନୋଥେରାପିରେ କ୍ୟାନ୍‌ସର୍‌ ରୋଗୀର ଏହି ଶକ୍ତିକୁ ବୃଦ୍ଧି କରାଯାଇଥାଏ।

କ୍ୟାନସର୍‌ ନ ହେବା ପାଇଁ କ’ଣ ସାବଧାନତା ଅବଲମ୍ୱନ କରିବା ଉଚିତ୍‌
୧. ଧୂମପାନରୁ ଦୂରେଇ ରୁହନ୍ତୁ

୨. ଖରାରେ କମ୍‌ ବୁଲନ୍ତୁ

୩. ସନ୍ତୁଳିତ ଆହାର ଖାଆନ୍ତୁ।

Related Post

ଅନୁଗୁଳ ରେ ପ୍ରମୁଖ ଶିଳ୍ପ ସଂସ୍ଥା ବଢ଼ାଇଲା ଚିନ୍ତା 

Posted by - August 6, 2020 0
ଅନୁଗୋଳ::(ମହେଶ ଭୋମରାଜ)ଗୁୁରୁବାର ଅନୁଗୋଳ ଜିଲ୍ଲାରୁ ୧୦ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବଅଁରପାଳ ବ୍ଳକ ଅଂଚଳରୁ ୫ଜଣ , କଣିହାଁ ବ୍ଳକ୍ ଅଂଚଳରୁ ୩ ଜଣ…

ଭିମସାର ରେ ଆଉ ୧୭ ଜଣ ଛାତ୍ରଛାତ୍ରୀ କୋଭିଡ ଆକ୍ରାନ୍ତ

Posted by - November 25, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ସମ୍ବଲପୁର ବୁର୍ଲା ସ୍ଥିତ ଭୀମସାର ମେଡ଼ିକାଲ କଲେଜ ରେ କ୍ରମଶ କୋଭିଡ ପଜିଟିଭ ଙ୍କ ସଂଖ୍ୟା ବଡିବାରେ ଲାଗିଛି । ଗତକାଲି ମୋଟ ୩୪ ଜଣ…

ଏଲ କେ ବି କେ ତରଫରୁ ଏନ-୯୫ ମାସ୍କ ବଣ୍ଟନ ଏବଂ ବାଲ୍ୟବିବାହ ସଚେତନ କାର୍ଯ୍ୟକ୍ରମ

Posted by - September 22, 2021 0
ବୌଦ୍ଧ:( ଚିତରଂଜନ ସିଂ )ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏଲ କେ ବି କେ ତରଫରୁ ସରସରା ସ୍ଥିତ ବାବା ବୈଦ୍ୟନାଥ ଉଚ୍ଚ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ N…

ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ 

Posted by - May 29, 2022 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଦଶରଥପୁର ବ୍ଲକ ଅନ୍ତର୍ଗତ ଖଣ୍ଡରା ପଂଚାୟତ କାର୍ଯ୍ୟାଳୟ ପରିସରରେ ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି…

ପୁରୁଣାକଟକ ଠାରେ ମେଗା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

Posted by - March 21, 2022 0
ହରଭଙ୍ଗା :(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ରବିବାର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ପୁରୁଣା କଟକ ସରପଞ୍ଚ ଅଶୋକ…

Leave a comment

Your email address will not be published.