ଆଦିବାସୀ ସମାଜ ପ୍ରତି ଅସମ୍ମାନ ଜନକ ପ୍ରଦର୍ଶନ ଅଭିଯୋଗ ,ବଲିଉଡ ଅଭିନେତ୍ରୀ ରାଖି ସାୱନ୍ତଙ୍କ ବିରୁଦ୍ଧରେ ଏସ୍ ସି-ଏସ୍ ଟି ଥାନାରେ ଲିଖିତ ଅଭିଯୋଗ

168 0

ଭୁବନେଶ୍ଵର (ବ୍ୟୁରେ।) : ବଲିଉଡ ଅଭିନେତ୍ରୀ ରାଖୀ ସାୱନ୍ତ ବିଭିନ୍ନ ସମୟରେ ଅନେକ ବିବାଦୀୟ ମନ୍ତବ୍ୟ ଦେଇ ଗଣମାଧ୍ୟମ ରେ ଆଲୋଚନା ଓ ସମାଲୋଚନା ର ପାତ୍ର ହୋଇଥାନ୍ତି। କିନ୍ତୁ ବର୍ତ୍ତମାନ ଆଦିବାସୀ ମହିଳାଙ୍କୁ ଅସମ୍ମାନ କରିଥିବା ସମ୍ପର୍କରେ ଝାରଖଣ୍ଡ ରାଜ୍ୟ କେନ୍ଦ୍ରିୟ ସରନା ସମିତି ତରଫରୁ ବଲିଉଡ ଅଭିନେତ୍ରୀ ରାଖି ସାୱନ୍ତଙ୍କ ବିରୁଦ୍ଧରେ ରାଞ୍ଚି ସ୍ଥିତ ଏସ୍ ଟି- ଏସ୍ ସି ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି l ସରନା ସମିତି ପକ୍ଷରୁ ରାଖି ସାୱନ୍ତଙ୍କ ଉପରେ ଆଦିବାସୀ ସମାଜ ପ୍ରତି ଅସମ୍ମାନ ଜନକ ପ୍ରଦର୍ଶନ କରିଥିବା ତଥା ଆଦିବାସୀ ସମାଜର ସମ୍ମାନ ହାନି କରିଥିବା ଅଭିଯୋଗ ଲଗାଯାଇଛି l ସମିତିର ଅଧ୍ୟକ୍ଷ ଅଜୟ ତିର୍କି ଙ୍କ ତରଫରୁ ଏସ୍ ଟି ଏସ୍ ସି ଥାନାରେ କରାଯାଇଥିବା ଅଭିଯୋଗ ଅନୁସାରେ ରାଖି ସାୱନ୍ତ ଆଦିବାସୀ ସମାଜର ମହିଳା ମାନଙ୍କ ମଜାକ୍ ଉଡାଇଛନ୍ତି l

ରାଖିଙ୍କ ଏକ ଭିଡିଓ ଭାଇରାଲ ହୋଇଛି ଓ ସେଥିରେ ସେ ନିଜ ଲୁକ୍ କୁ ଆଦିବାସୀ ଲୁକ୍ ଦର୍ଶାଇବା ସହ ସେହି ଭିଡିଓରେ ଅଶୋଭନିୟ ଓ ଅଶ୍ଳୀଳ ଭାବ ଭଙ୍ଗି ପ୍ରଦର୍ଶନ କରୁଥିବା ଦେଖାଯାଇଛି l ଏଥି ସକାଶେ ଆଦିବାସୀ ‌ସମାଜର‌ ସମ୍ମାନ ରେ ଆଞ୍ଚ୍ ଆସିଥିବା ଅଭିଯୋଗ ହୋଇଛି l ଆଦିବାସୀ ସମାଜରେ ମହିଳା ମାନଙ୍କ ଏକ ବିଷେଶ ସ୍ଥାନ ରହିଥିବା ବେଳେ ନାରୀ ଜାତିକୁ‌ ସମ୍ମାନ ଦିଆଯାଇଥାଏ l କିନ୍ତୁ ରାଖି ସାୱନ୍ତଙ୍କ ଏହି ଅଶୋଭନିୟ ଆଚରଣ ଫଳରେ ଆଦିବାସୀ ମହିଳାଙ୍କ ସମ୍ମାନରେ ଆଞ୍ଚ୍ ଆସିଥିବା ବେଳେ ଆଦିବାସୀ ସମାଜ ରେ ଆକ୍ରୋଶ ଦେଖା ଦେଇଛି l କେନ୍ଦ୍ରିୟ ସରନା ସମିତି ଅଧ୍ୟକ୍ଷ ଅଜୟ ତିର୍କି ରାଖି ସାୱନ୍ତ ତୁରନ୍ତ ଆଦିବାସୀ ସମାଜର ମହିଳା ମାନଙ୍କୁ କ୍ଷମା ମାଗିବା ସକାଶେ ଚେତାବନି ଦେବା ସଙ୍ଗେ ସଙ୍ଗେ ଅଭିନେତ୍ରୀ ରାଖିଙ୍କ ଏହି ଅଶୋଭନିୟ ଆଚରଣ ଆମ ଆଦିବାସୀ ପରମ୍ପରା ଓ ସଂସ୍କୃତି ପ୍ରତି କୁଠାରଘାତ ଜରୁଛି ବୋଲି ତିବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି l

Related Post

ନିଖୋଜ ବିମାନ ଏଏନ-୩୨ରେ ଥିବା ୧୩ ଜଣ ସଦସ୍ୟଙ୍କୁ ମୃତ ଘୋଷଣା କଲା ବାୟୁସେନା

Posted by - June 13, 2019 0
ଜୋରହାଟ ୧୩/୬ : ବାୟୁସେନାର ସର୍ଚ୍ଚ ଟିମ ଆଜି ସକାଳେ AN-୩୨ ବିମାନ ଧ୍ବଂସ ସ୍ଥଳୀରେ ପହଞ୍ଚିଥିଲା । କେହି ମଧ୍ୟ ତାଙ୍କୁ ଜୀବିତ ମିଳିନଥିଲେ ।…

ଆନ୍ତର୍ଜାତିକ ଶୋଭନୀୟ ଯୁବ ୱେବ୍‍ ସମ୍ମିଳନୀ ଅନୁଷ୍ଠିତ,ଯୁବ ସମାଜ ସର୍ବୋଚ୍ଚ ଶକ୍ତିର ଅଧିକାରୀ : ରାଜ୍ୟପାଳ

Posted by - January 11, 2022 0
ମାକ୍‍ଲିନ୍‍, ଟରୋଣ୍ଟୋ, ଲଣ୍ଡନ, ମାଞ୍ଚେଷ୍ଟର, ସିଙ୍ଗାପୁର, ଅକ୍‍ଲ୍ୟାଣ୍ଡ, କାନବେରା, ନୂଆଦିଲ୍ଲୀ, ବେଙ୍ଗାଲୁରୁ, ଭୁବନେଶ୍ୱର, କଟକ, ଉଦୟଗିରି: ୧୦।୧ : ଯୁବ ସମାଜ ଅଜସ୍ର, ଅଦମ୍ୟ, ଅପ୍ରତିହତ, ଅନନ୍ୟ…

କଥା ହେବା ସମୟରେ ମହିଳାଙ୍କ ହାତରେ ବିସ୍ଫୋରଣ ହେଲା ମୋବାଇଲ୍ ; ମହିଳା ଗୁରୁତର

Posted by - January 29, 2019 0
ମୁଙ୍ଗେର ୨୮|୧:  କଥା ହେବା ସମୟରେ ମହିଳାଙ୍କ ହାତରେ ମୋବାଇଲ ଫୋନ୍ ବିସ୍ଫାରଣ ହୋଇ ଫାଟିଯାଇଛି । ଫଳରେ ମହିଳା ଜଣଙ୍କ ଗୁରୁତର ହୋଇଛନ୍ତି । ମୋବାଇଲ…

ଭାରତରେ ଉତ୍କଟ ହେଲାଣି ବେକାରୀ ସମସ୍ୟା, ବୃଦ୍ଧି ପାଉଛି ବେକାରି ହାର

Posted by - May 3, 2022 0
ଭୁବନେଶ୍ଵର:- (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଗତ ଦୁଇ ବର୍ଷ ଧରି କରୋନା ମହାମାରୀ ସାରା ଦେଶ ତଥା ସମଗ୍ର ବିଶ୍ଵର ସାମାଜିକ ଓ ଅର୍ଥନୈତିକ…

ନବୀନ ମୋଦିଙ୍କ ଡବଲ୍‌ ଇଞ୍ଜିନ ଗୁମର

Posted by - April 23, 2019 24
ଭୁବନେଶ୍ବର୨୩|୪:ପ୍ରଚାରର କେନ୍ଦ୍ରସ୍ଥଳରେ ଏବେ ଗୋଟିଏ ଶବ୍ଦ ଡବଲ୍‌ ଇଞ୍ଜିନ । ଆଜି କେନ୍ଦ୍ରାପଡ଼ା ଏବଂ ବାଲେଶ୍ବରେ ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ…