Breaking News
2:51 pmପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ଫଳାଫଳ //ଚଳିତ ବର୍ଷ ୯୦.୫୫% ଛାତ୍ରଛାତ୍ରୀ ମାଟ୍ରିକ୍‌ ପାସ୍‌ କରିଥିବା ବେଳେ ଏଥର ମଧ୍ୟ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ 2:49 pmଅଭିନେତ୍ରୀ ରଶ୍ମିରେଖାଙ୍କ ପୁରୁଷ ବନ୍ଧୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର // ପୁରୁଷ ବନ୍ଧୁ ସନ୍ତୋଷଙ୍କ ମୃତଦେହ ଉଦ୍ଧାର କଲା ପୁଲିସ // ରାଉରକେଲାର ବାସନ୍ତୀ କଲୋନି ଘରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି 7:17 amବିଧାନସଭାରେ ବିଜୁଳି ତାତି: ସରକାରଙ୍କୁ ଘେରିଲେ ବିରୋଧୀ, ବଳକା ରାଜ୍ୟରେ ବିଜୁଳି ଦର ଅଧିକ କାହିଁକି ବୋଲି ପ୍ରଶ୍ନ୍, ବିଜୁଳି କ୍ଷେତ୍ରରେ ମହାଦୁର୍ନୀତି ହୋଇଛି, ସଂସ୍କାର ସଫଳ ହୋଇଛି: ଶାସକ ସଭ୍ୟ 7:05 amରାଗିଂକୁ ନେଇ ବିଧାନସଭାରେ ବିଧାୟକ କମ୍ପିଲେ, ସିବିଆଇ ତଦନ୍ତ ସହ କଠୋର ଆଇନ ଦାବି ବିଜେବି ଛାତ୍ରୀ ଆତ୍ମହତ୍ୟା ନେଇ ଉଦ୍‌ବେଗ, ହୋହଲ୍ଲା ଯୋଗୁ ପ୍ରଶ୍ନକାଳ ହୋଇପାରିଲାନି 7:04 amଭୁବନେଶ୍ବର: ୬ ତାରିଖ ଦିନ ଗୋଟାଏ ବେଳେ ମାଟ୍ରିକ୍ ରେଜଲ୍ଟ ବାହାରିବ, ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀଙ୍କ ସୂଚନା

ସିକ୍ୟୁରୀଟି ଗାର୍ଡ ଙ୍କର ମୃତ୍ୟୁ ନେଇ ଉତ୍କଳ ଆଲୁମିନା କାରଖାନା ସମ୍ମୁଖରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ।

82 0

କାଶୀପୁର:(ଅଞ୍ଜନ କୁମାର ନାଏକ)ମୃତ ସେକ୍ୟୁରୀଟି ଗାର୍ଡ ଜଣକ ହେଉଛନ୍ତି ଦୋରାଗୁଡା ଥାନା ଅନ୍ତର୍ଗତ କୁଚେଇପଦର ଗ୍ରାମର ଜିରା ମାଝି ।ଉତ୍କଳ ଆଲୁମିନା ପରିସର ମଧ୍ୟରେ ଥିବା ” ରେଡ ମଡ଼ ପଣ୍ଡ” ଅଞ୍ଚଳରେ ନିୟମିତ ଭାବେ ସେକ୍ୟୁରିଟି କାମ କରିଆସୁଥିଲେ । ସବୁଦିନ ଭଳି ସୋମବାର ଦିନ ମଧ୍ୟ ଡିଉଟି ଯାଇଥିଲେ । ଡିଉଟି ସମୟରେ ସେ ହଟାଥ ଅସହାୟ ଅବସ୍ଥାରେ ତଳେ ପଡିଯାଇଥିଲେ ।

କୌଣସି ପ୍ରକାରେ ତାଙ୍କୁ ପ୍ରଥମେ ଉଶାପଡା ସ୍ଥିତ ଉତ୍କଳ ଆଲୁମିନା ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିଲା । ସଙ୍କଟାପନ୍ନ ହେଇଯିବା ପରେ ପୁନର୍ବାର ତାଙ୍କୁ ରାୟଗଡ଼ା ସଦର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ଧୀନ ଅବସ୍ଥା ରେ ତାଙ୍କର ମୃତ୍ୟୁ ହୋଇଥିଲା ।

ହେଲେ ଉତ୍କଳ ଆଲୁମିନା ଏସିଆ ସର୍ବ ବୃହତମ କାରଖାନା ହେଇଥିବାବେଳେ ରେଡ ମଡ଼ ପଣ୍ଡ ଅଞ୍ଚଳରେ ନିଜ କର୍ମଚାରୀଙ୍କର ବ୍ୟବହାର୍ଯ୍ୟ ପାଇଁ ପାନୀୟ ଜଳ ଯୋଗାଣ ସହ ପରିସର ମଧ୍ୟରେ ବିଶ୍ରାମ କକ୍ଷ ର ସୁବିଧା ନାହିଁ । ଯାହା କାରଖାନା ପକ୍ଷ ରୁ ପ୍ରାଥମିକତା ଦେବା ଆବଶ୍ୟକ ଥିଲା । କିନ୍ତୁ ଏସବୁ ପ୍ରତି କାରଖାନା କର୍ତ୍ତୃପକ୍ଷ ଅଣଦେଖା କରାଯିବା ଫଳରେ ଅତ୍ୟଧିକ ଖରା ହେତୁ ଜିରା ମାଝୀଙ୍କର ଅଂଶୁଘାତ ଦ୍ୱାରା ମୃତ୍ୟୁ ହେଇଯାଇଛି । ପୁଣି କାରଖାନା ପରିସରରେ ସ୍ଥାୟୀ କର୍ମଚାରୀ ଅପେକ୍ଷା ସ୍ଥାନୀୟ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ ଏଠାରେ ସର୍ବଦା ଅବହେଳିତ କରାଯାଉଥିବା ଅଭିଯୋଗ ହେଇଛି ।

ମୃତ ପରିବାର ଏକ ଆଦିବାସୀ ସମ୍ପ୍ରଦାୟର ପୁଣି ଭୂମିହୀନ କେବଳ ଜଣଙ୍କର ରୋଜଗାର ବଳରେ ପରିବାର ପ୍ରତିପୋଷଣ ହେଉଥିଲା । ଆଜି ସକାଳେ ମୃତ ଦେହ କୁ ଉତ୍କଳ ଆଲୁମିନା କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ମୃତ ପରିବାର ସହ ଶତାଧିକ ଅଞ୍ଚଳ ବାସୀ କ୍ଷତିପୂରଣ ପାଇଁ ଅନିର୍ଦ୍ଧିଷ୍ଟ ଧାରଣା ବସିଛନ୍ତି ।

ଖବର ସଂଗ୍ରହ ର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମୃତ ପରିବାର ଓ କାରଖାନା କର୍ତ୍ତୃପକ୍ଷ ମଧ୍ୟରେ ସହମତି ହେଇପାରିନଥିଲା କିନ୍ତୁ ଧାରଣା ରେ ବସିଥିବା ଅନ୍ୟ ମାନଙ୍କ ମଧ୍ୟରୁ ୩ ଜଣଙ୍କୁ ପୋଲିସ ପକ୍ଷରୁ ଘଟଣା ସ୍ଥଳରୁ ଉଠେଇ ନେଇଯାଇଥିବା ଫଳରେ ମୃତ ଦେହ କୁ କାରଖାନା ମୁଖ୍ୟ ଫାଟକରେ ଛାଡି ସମସ୍ତ ଅଞ୍ଚଳ ବାସୀ ଘଟଣା ସ୍ଥଳରୁ ଚାଲିଯାଇଥିବା ଦେଖିବାକୁ ମିଳିଛି ।

 

Facebook Notice for EU! You need to login to view and post FB Comments!

Related Post

ଯାଜପୁର ପୌରପାଳିକାରେ ଆରମ୍ଭ ହେଲା ଅନଲାଇନ ସେବା 

Posted by - January 23, 2021 0
ଯାଜପୁର ପୌରପାଳିକାରେ ଆରମ୍ଭ ହେଲା ଅନଲାଇନ ସେବା,ପୌରପାଳିକାରେ ରହୁଥିବା ଲୋକେ ଏବେ ଅପିଂସ କୁ ନ ଆସି ସିଧାସଳଖ ନିଜ ଘରେ ବସି ପୌରପାଳିକାର ବିଭିନ୍ନ ସେବା ପାଇପାରିବେ । ଟିକସ ପଇଠ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରମାଣ ପତ୍ର ଆବେଦନ ପର୍ଯ୍ୟନ୍ତ ମୋବାଇଲ ପଏଂଟ ଅପଂ ସେଲ ମେସିନ ମାଧ୍ୟମରେ କରାଯାଇପାରିବ ।  ଆଜି ଯାଜପୁର ଅତିରିକ୍ତ ଜିଲାପାଳ ଅକ୍ଷୟ ମଲ୍ଲିକ ଏହାକୁ ଉଦଘାଟନ କରିଛନ୍ତି ।   ବିବାହ,ଜନ୍ମ ପ୍ରମ ।ଣ ପତ୍ର ଠାରୁ ଆରମ୍ଭ କରି ଟ୍ରେଡ ଲାଇସେନ୍ସ ପାଇଁ ଆବଶ୍ୟକ ଅର୍ଥ ଏହି ମେସିନ ମାଧ୍ୟମରେ ପଇଠ କରାଯାଇପାରିବ । ପୌରପାଳିକାରେ ରହୁଥିବା ଟ୍ରେଡ୍ କଲେକ୍ଟର ମାନେ ଘରକୁ ଘର ବୁଲି ଏହି ମେସିନ ସାହାଯ୍ୟରେ ଟିକସ ଆଦାୟ କରିବେ ।ଆଜି ଏହି କାର୍ଯ୍ୟକ୍ରମରେ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତି,ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ Facebook Notice for EU! You need to login to view and post FB Comments!

ଓଡ଼ିଶାରେ ୩ୟ କରୋନା ପଜିଟିଭ୍‌ ଚିହ୍ନଟ: ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ

Posted by - March 26, 2020 0
ଭୁବନେଶ୍ୱର: ଓଡ଼ିଶାରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗୁରୁବାର ସନ୍ଧ୍ୟାରେ ସ୍ବାସ୍ଥ୍ୟ ବିଭାଗ ଏହି ସୂଚନା ଦେଇଛି। କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବ୍ୟକ୍ତି…

ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି,ଆସନ୍ତା କାଲି ଠାରୁ ରଥ ନିର୍ମାଣ

Posted by - May 4, 2020 0
ପୁରୀ:(ସମିର ରଞ୍ଜନ ନାୟକ)ଆସନ୍ତାକାଲି ଠାରୁ ଆରମ୍ଭ ହେବ ରଥନିର୍ମାଣ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ରଥ ତିଆରି ଏକ ନିର୍ମାଣ କାମ ହୋଇଥିବାରୁ…

କେନ୍ଦ୍ରାପଡାର ଜଣେ ୩୨ ବର୍ଷୀୟ ଯୁବକ କରୋନା ପଜିଟିଭ୍  ଚିହ୍ନଟ

Posted by - April 7, 2020 0
ଭୁବନେଶ୍ୱର: କେନ୍ଦ୍ରାପଡାର ଜଣେ ୩୨ ବର୍ଷୀୟ ଯୁବକ କରୋନା ପଜିଟିଭ୍  ଚିହ୍ନଟ ହୋଇଛନ୍ତି। ଏହି ଯୁବକ ଜଣକ ଗତ ମାସ ୨୪ ତାରିଖରେ ଦୁବାଇରୁ ଫେରିଥିଲେ ।କେନ୍ଦ୍ରାପଡ଼ା ଜିଲାରେ…

ବିଜୁ ଯୁବ ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ସଫେଇ ଓ ରକ୍ତଦାନ ଶିବିର

Posted by - October 16, 2021 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ )ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୫ତମ ଜନ୍ମ ଦିବସରେ ତଥା ଏକ ମାସ ଧରି ସେବା ସପ୍ତାହ ପାଳନ ଅବସରରେ ସମ୍ବଲପୁର…