Breaking News
2:51 pmପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ଫଳାଫଳ //ଚଳିତ ବର୍ଷ ୯୦.୫୫% ଛାତ୍ରଛାତ୍ରୀ ମାଟ୍ରିକ୍‌ ପାସ୍‌ କରିଥିବା ବେଳେ ଏଥର ମଧ୍ୟ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ 2:49 pmଅଭିନେତ୍ରୀ ରଶ୍ମିରେଖାଙ୍କ ପୁରୁଷ ବନ୍ଧୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର // ପୁରୁଷ ବନ୍ଧୁ ସନ୍ତୋଷଙ୍କ ମୃତଦେହ ଉଦ୍ଧାର କଲା ପୁଲିସ // ରାଉରକେଲାର ବାସନ୍ତୀ କଲୋନି ଘରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି 7:17 amବିଧାନସଭାରେ ବିଜୁଳି ତାତି: ସରକାରଙ୍କୁ ଘେରିଲେ ବିରୋଧୀ, ବଳକା ରାଜ୍ୟରେ ବିଜୁଳି ଦର ଅଧିକ କାହିଁକି ବୋଲି ପ୍ରଶ୍ନ୍, ବିଜୁଳି କ୍ଷେତ୍ରରେ ମହାଦୁର୍ନୀତି ହୋଇଛି, ସଂସ୍କାର ସଫଳ ହୋଇଛି: ଶାସକ ସଭ୍ୟ 7:05 amରାଗିଂକୁ ନେଇ ବିଧାନସଭାରେ ବିଧାୟକ କମ୍ପିଲେ, ସିବିଆଇ ତଦନ୍ତ ସହ କଠୋର ଆଇନ ଦାବି ବିଜେବି ଛାତ୍ରୀ ଆତ୍ମହତ୍ୟା ନେଇ ଉଦ୍‌ବେଗ, ହୋହଲ୍ଲା ଯୋଗୁ ପ୍ରଶ୍ନକାଳ ହୋଇପାରିଲାନି 7:04 amଭୁବନେଶ୍ବର: ୬ ତାରିଖ ଦିନ ଗୋଟାଏ ବେଳେ ମାଟ୍ରିକ୍ ରେଜଲ୍ଟ ବାହାରିବ, ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀଙ୍କ ସୂଚନା

କଣ୍ଟାମାଳ:ଗୋଷ୍ଠୀ ଶୌଚାଳୟ ସାଜିଛି ଭୂତ କୋଠି, କେବେ ହେବ କାର୍ଯ୍ୟକ୍ଷମ ?

44 0

ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମନମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଗୋଷ୍ଠୀ ଶୌଚାଳୟ ଟି କାର୍ଯ୍ୟକ୍ଷମ ନ ହୋଇ ଭୂତ କୋଠିରେ ପରିଣତ ହୋଇଛି । କାମ ସଂପୂର୍ଣ୍ଣ ହେବାର ଏକ ବର୍ଷ ବିତି ଯାଇଥିଲେ ସୁଦ୍ଧା କାର୍ଯ୍ୟକ୍ଷମ ନ ହେବାରୁ ରୋଗୀଙ୍କ ସହ ତାଙ୍କର ସମ୍ପର୍କୀୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଶୌଚାଳୟ ରେ ପାଣି ଟାଙ୍କି , ପାଇପ , ଟ୍ୟାପ୍ ସହ ଅତ୍ୟାବଶ୍ୟକୀୟ ଭିତ୍ତିଭୂମି ସଂପୂର୍ଣ୍ଣ ହୋଇ ଥିଲେ ମଧ୍ୟ କାର୍ଯ୍ୟକ୍ଷମ ହେଉ ନ ଥିବାରୁ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏ ସମ୍ପର୍କରେ ଆମେ କଣ୍ଟାମାଳ ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ମୁଁ ଜାଣି ନାହିଁ ବୁଝିକି କହିବି ବୋଲି କହିଥିବା ବେଳେ କଣ୍ଟାମାଳ ବିଡ଼ିଓ କଳାକୃଷ୍ନ ପ୍ରଧାନ ଙ୍କୁ ପଚାରିବାରୁ ମୁଁ ତଦନ୍ତ କରି ଅତି ଶୀଘ୍ର ପଦକ୍ଷେପ ନେବାକୁ ପ୍ରକାଶ କରିଥିଲେ ।

ଘଟଣା ସମ୍ପର୍କରେ ଆମେ ମନମୁଣ୍ଡା ସରପଞ୍ଚ ରଞ୍ଜୁ ବେହେରା ଙ୍କ ପ୍ରତିକ୍ରିୟା ନେବାରୁ ଖୁବ୍ ଶୀଘ୍ର ଏହାକୁ କାର୍ଯ୍ୟକ୍ଷମ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।ଏଠାରେ ଦେଖିବାକୁ ବାକି ରହିଲା ମନ ମୁଣ୍ଡା ଅଞ୍ଚଳର ପ୍ରତ୍ୟେକ ଜନ ହିତାଧି କାରି କାର୍ଯ୍ୟ ବିପଥ ଗାମୀ ହେଉଥିବା ବେଳେ କେବେ କାର୍ଯ୍ୟ କ୍ଷମ ହେଉଛି ଏ ଗୋଷ୍ଠୀ ଶୌଚାଳୟ ଆଉ କେବେ ଶୁଭ ସୃଷ୍ଟି ପଡୁଛି ପ୍ରଶାସନର।

Facebook Notice for EU! You need to login to view and post FB Comments!

Related Post

କିଏ ସେଇ ବିଜେଡିର ନିର୍ବାଚନ ଯାଦୁଗର ??

Posted by - June 9, 2022 0
ଭୁବନେଶ୍ବର :(ସଞ୍ଜୟ ମହାନ୍ତି )ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟରେ ବିରୋଧୀ ଧରାଶାୟୀ ହେଲେ। କଂଗ୍ରେସ ଓ କମ୍ୟୁନିଷ୍ଟ ଗଡ଼ କୁହାଯାଉଥିବା ଏହି ନିର୍ବାଚନମଣ୍ଡଳୀର ସମସ୍ତ ପୂର୍ବ…

କାହିଁକି ହେଲା ଶନିବାର ରବିବାର ସଟ ଡ଼ାଉନ,କାରଣ ଜାଣିଲେ ଆପଣ ଭି ଆଶ୍ଚର୍ଯ୍ୟ ହେବେ !!!

Posted by - June 2, 2020 0
ଭୁବନେଶ୍ଵର :୨-୦୬ ଦେଶରେ ବଢ଼ୁଛି କରୋନା ସଂକ୍ରମଣ । ଲକ୍ଡ଼ାଉନର ଶେଷ ପର୍ଯ୍ୟାୟ ଅର୍ଥାତ୍ ୪ର୍ଥ ପର୍ଯ୍ୟାୟରେ ଦେଶରେ ୮୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି…

ପ୍ରତି ୧୫ ଦିନରେ ଥରେ ଡାକ୍ତର-ନର୍ସ ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କ କୋଭିଡ-୧୯ ପରୀକ୍ଷା

Posted by - April 16, 2020 0
ଭୁବନେଶ୍ୱର: ରାଜ୍ୟରେ ଆଗାମୀ ଦିନରେ ବହୁ ସଂଖ୍ୟକ କୋଭିଡ-୧୯ ଟେଷ୍ଟ ହେବ। କରୋନା ଆକ୍ରାନ୍ତଙ୍କର ଚିକିତ୍ସା କରୁଥିବା ଡାକ୍ତର, ନର୍ସ ଏବଂ ଅନ୍ୟ ସ୍ବାସ୍ଥ୍ୟ କର୍ମୀଙ୍କ ପ୍ରତି…

କରୋନା ପୁଲିସ ବିଭାଗକୁ ଡେଇଁଲା,ଗଞ୍ଜାମରେ ଦୁଇଜଣ ଗୃହରକ୍ଷୀ କରୋନାରେ ଆକ୍ରାନ୍ତ

Posted by - May 27, 2020 13
ଭୁବନେଶ୍ବର :ବ୍ରହ୍ମପୁର ଅଞ୍ଚଳରେ ଦୁଇଜଣ ହୋମଗାର୍ଡ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପୋଲସର ଥାନାର ଏହି ଦୁଇ ହୋମଗାର୍ଡ କରୋନା ସଂକ୍ରମିତ ହୋଇଥିବା ଗଞ୍ଜାମ ଏସପି ଟ୍ବିଟ କରି…

ଯାଜପୁର ପୌରପାଳିକା ରେ ସ୍ଵଛସାଥି ମାନଙ୍କୁ ସମ୍ବର୍ଦ୍ଧିତ

Posted by - September 17, 2021 0
ଯାଜପୁର ପୌରପାଳିକା ରେ ସ୍ଵଚ୍ଛତା କୁ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ସ୍ଵଚ୍ଛତା ରକ୍ଷା କରିବା ପାଇଁ ନିୟମିତ ସ୍ଵଛ ସାଥି ମାନଙ୍କୁ ତାଲିମ ର ବ୍ୟବସ୍ଥା କରାଯାଉଛି।ସ୍ଵଚ୍ଛତା ରକ୍ଷା କ୍ଷେତ୍ର ରେ ପ୍ରତ୍ୟେକ ସହରବାସୀ ଙ୍କ ଅବଦାନ ରହିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ଆଜି ପୌର କାର୍ଯ୍ୟାଳୟ ରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ, ଡି ଆର ଡି ଏ ପ୍ରକଳ୍ପ ନିର୍ଦ୍ଦେଶକ, ନିର୍ବାହୀ ଅଧିକାରୀ ସୁର୍ୟମଣି ପାଟଜୋଶୀ  ପ୍ରମୁଖ ଯୋଗ ଦେଇ ସ୍ଵଛସାଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସର ରେ ବଡଖାନାର ଆୟୋଜନ କରଯାଇଥିଲା       Facebook Notice for EU! You need to login to view and post FB Comments!