ବୌଦ୍ଧ:(ଚିତ୍ତ ରଂଜନ ସିଂ)ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଂଚାୟତ ଅର୍ନ୍ତଗତ ଟାଙ୍ଗରୁକୁମ୍ପା ଗ୍ରାମ ନିକଟରେ ମନରେଗା ଯୋଜନାରେ ପଂଚାୟତ ପକ୍ଷରୁ ୧୫ଦିନ ତଳେ ନିର୍ମାଣ ହୋଇଥିବା ଏକ ନୂତନ ଚେକଡ୍ୟାମ ସାମାନ୍ୟ ବର୍ଷାରେ ଭୁଷୁଡି ପଡ଼ିଛି। ଫଳରେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡ଼ିଥିବାବେଳେ ପ୍ରକଳ୍ପର ସ୍ଥାୟୀତ୍ୱକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି।
ପ୍ରକାଶ ଯେ, ପଂଚାୟତ ପକ୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ୬ ଲକ୍ଷ ୭୮ ହଜାର ଟଙ୍କା ବ୍ୟୟବରାଦରେ ଟାଙ୍ଗରୁକୁମ୍ପା ନାଳରେ ଏକ ଚେକ ଡ୍ୟାମ ନିର୍ମାଣ ହୋଇଥିଲା। ଗତ ସୋମବାର ରାତିରେ ବର୍ଷା ଯୋଗୁଁ ନାଳପାଣି ପ୍ରଭାବରେ ଚେକ ଡ୍ୟାମର ଗୋଟିଏ ପାର୍ଶ୍ବ ସପୋର୍ଟିଂ ୱାଲ ଭାଙ୍ଗି ଯାଇଥିବା ବେଳେ ଅଧିକାଂଶ ସ୍ଥାନରେ ବଡ ବଡ ଫାଟ ସୃଷ୍ଟି ହୋଇଛି। ବିନା ଲୁହାରଡରେ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ଯୋଗୁଁ ଏଭଳି ହୋଇଥିବା କୁହାଯାଉଛି।
Facebook Notice for EU!
You need to login to view and post FB Comments!