ଭୁବନେଶ୍ୱର:୨୫-0୮ ଭୁବନେଶ୍ୱର ଉପକଣ୍ଠ ରଘୁନାଥପୁର ଦଧି ବାବନ ଉଚ୍ଚ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ପ୍ରମୋଦ ରାଉତ ଙ୍କୁ ବୀଣାପାଣି ସମ୍ମାନ ରେ ସମ୍ମାନିତ କରାଯାଇଛି।ଆଜି ଜୟଦେବ ଭବନ ଠାରେ ଭୁବନେଶ୍ୱର ସ୍ଥିତ ବୀଣାପାଣି ନାଟ୍ୟସଂସ୍ଥା ପକ୍ଷରୁ ଆୟୋଜିତ ବେଟି ବଢାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ରେ ଭୁବନେଶ୍ବର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଯୋଗ ଦେଇ କନ୍ୟା ମାନେ ଦେଶ ର ଭବିଷ୍ୟତ ଏବଂ ପ୍ରତ୍ୟକ କନ୍ୟା ମାନଙ୍କୁ ଉଚିତ ଶିକ୍ଷା ପ୍ରଦାନ କରି ତାକୁ ତାର ହକ ଦେବା ପାଇଁ କହିଥିଲେ।ଏହି ସଭାରେ ବିଭିନ୍ନ ଅଞ୍ଚଳ ରୁ ଆସିଥିବା କନ୍ୟା ପ୍ରତିଭା ଙ୍କୁ ସମ୍ମାନିତ କରା ଯାଇଥିଲା।
ଏହି ପରିପେଖିରେ କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ପ୍ରମୋଦ ରାଉତଙ୍କୁ ଶ୍ରୀମତୀ ଷଡଙ୍ଗୀ ଆଦର୍ଶ ଶିକ୍ଷକ ଭାବେ ସମ୍ମାନିତ କରିଥିଲେ।