ଖପ୍ରାଖୋଲ ୧୮/୫(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ର ବିଭିନ୍ନ ଗାଁ ରେ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ପ୍ରାଣୀ ପାଳନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ପାଲା ମାଧ୍ୟମରେ ଅନୁଷ୍ଟିତ ହୋଇଯାଇଛି।
ମା ଦୁର୍ଗା ପାଲା ଦଳ ସାନ ଉଡେନ ତରଫରୁ ପାଲା ମାଧ୍ୟମରେ ଗାଈ ପାଳନ, କୁକୁଡା ପାଳନ, ଘୁଷୁରୀ ପାଳନ, ସମନ୍ୱିତ କୃଷି ଉଦ୍ଯୋଗ, ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାନ ପ୍ରାଣୀ ଚିକିତ୍ସା, ଘାସ ଚାଷ, ମାଗଣା ଟୀକାକରଣ ସହ ବିଭିନ୍ନ ସରକାରୀ ଯୋଜନା ଉପରେ ସଚେତନ କରିଥିଲେ।ପ୍ରଣୀ ସମ୍ପଦ ପାଳନ ଦ୍ୱାରା ଦାଦନ ରୋକାଯାଇ ପାରିବ ବୋଲି ବ୍ଲକ ପ୍ରାଣୀ ଧନ ଅଧିକାରୀ ଡା ସୁଜିତ କୁମାର ଶତପଥୀ ଲୋକଙ୍କୁ କହିଥିଲେ।
Facebook Notice for EU!
You need to login to view and post FB Comments!