ହରଭଙ୍ଗା :(ଚିତ୍ତରଂଜନସିଂ).ହରଭଙ୍ଗା ବ୍ଳକ ଚାରିଛକ ସ୍ଥିତ ଠିଡିକାଜୋର ଠାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ବ୍ଳକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ରେ ରଥ ମହୋତ୍ସବ କମିଟି ସଭାପତି ତଥା ଦେବତ୍ତ୍ଵର ଅଧିକାରୀ ତହସିଲଦାର ଶମ୍ଭୁଭୂଷଣ ମିଶ୍ର ସଭାପତିତ୍ୱ ରେ ସଂମ୍ମାନୀତ ଅତିଥି ଭାବେ ହରଭଙ୍ଗା ବ୍ଳକ ବିଡ଼ିଓ ସ୍ମିତାରାଣୀ ରଥ, ବିଇଓ ଦେବରାଜ ପ୍ରଧାନ ,ପୁରୁଣାକଟକ ଥାନ ଏଏସାଇ ତୁଳାରାମ ମହାନନ୍ଦ ,ଅତିରିକ୍ତ ତହସିଲଦାର ହରିଓମ ଭୋଇ ,ବାଣୀଭୁସଣପୁର ସରପଞ୍ଚ ଶ୍ରୀବନ୍ତ ମେହେର, ଜିଲ୍ଳାପରିଷଦ ସଭ୍ୟ ୭ନମ୍ବର ଯୋଜ ବିଶ୍ୱଜିତ ମିଶ୍ର, ଜିଲ୍ଳାପରିଷଦ ସଭ୍ୟା ୮ନମ୍ବର ଯୋଜ ଙ୍କ ପ୍ରତିନିଧି ସୁଶାନ୍ତ ପ୍ରଧାନ,ସହକାରୀ ଯନ୍ତ୍ରୀ ପ୍ରଣବ କୁମାର ବେହେରା,କନିଷ୍ଠ ଯନ୍ତ୍ରୀ ମଧୁସୂଦନ ଦୋରା ପ୍ରମୁଖ ଯୋଗଦାନ କରିଥିଲେ।ପ୍ରଥମେ ବୈଠକ ରେ ଗତବର୍ଷ ୨୦୨୧ ରଥଯାତ୍ରା ର ଆୟବ୍ୟୟ ହିସାବ ର ବିବରଣୀ ସମ୍ପାଦକ ବାମଦେବ ଦାଶ ପାଠ କରିଥିଲେ ।
ରଥ ମହୋତ୍ସବ ସରସ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ପୂର୍ବ ରଥ ମହୋତ୍ସବ କମିଟି ଭଙ୍ଗ କରାଯାଇ ତହସିଲଦାର ଙ୍କ ନେତୃତ୍ୱରେ ଏକ ନୂତନ କାଯ୍ୟନିର୍ବାହୀ କମିଟି ଗଠନ କରାଯାଇଥିଲା।ଏଥିରେ ସର୍ବ ସମ୍ମତି କ୍ରମେ ୧୨ଜଣିଆ କଯ୍ୟକାରୀ ପରାମର୍ଶଦାତା କମିଟି ଗଠନ କରାଯାଥିଲା। ପରେ ମହୋତ୍ସବ କୁ ଅଧିକ ସରସସୁନ୍ଦର ଓ ଆକର୍ଷଣ କରିବା ପାଇଁ ବ୍ୟୟ ଅଟକଳ ରଥ ମରାମତି ,ପାଣ୍ଠି ସଂଗ୍ରହ ,ମିନାବଜାର, ଭଜନ ନାମ ସଂକୀର୍ତ୍ତନ,ସ୍ଥାନୀୟ ଲୋକକଳା ପ୍ରଦର୍ଶନ, ଗୁଣ୍ଡିଚା ମନ୍ଦିର ମାଉସୀମା ମନ୍ଦିର ପ୍ରସ୍ତୁତି , ସ୍ନାନପୂର୍ଣ୍ଣିମା ପାଳନ,ରଥ ମହୋତ୍ସବ ପାଇଁ ବିଭିନ୍ନ ବିଭାଗ ର ଅନୁମତି ଗ୍ରହଣ ଆଦି ବିଷୟରେ ଆଲୋଚନା କରାଯାଇ ବିଭିନ୍ନ କମିଟି ଗଠନ କରାଯାଇଥିଲା।
ଅଗାମୀ ବୈଠକ କୁ ସ୍ଥାନୀୟ ବିଧାୟକ ,ଜିଲ୍ଲା ପ୍ରଶାସନ କୁ ନିମନ୍ତ୍ରଣ କରିବା କୁ ସ୍ଥିର କରାଯାଇଛି। ବୈଠକ ରେ କମିଟି ର ସମସ୍ତ କର୍ମକର୍ତ୍ତା ଙ୍କ ସମେତ ବାଣୀଭୁସଣପୁର ପଞ୍ଚାୟତ ଅନ୍ତର୍ଗତ ସମସ୍ତ ଗ୍ରାମ ମୁଖିଆ , ୱାର୍ଡମେମ୍ବର , ବୁଦ୍ଧିଜୀବି, ଗଣମାଧ୍ୟମ ପ୍ରତିନିଧି ,ବିଶ୍ୱକର୍ମା କାରିଗର ,ବ୍ରାହ୍ମଣ ସମାଜ ର ପ୍ରତିନିଧି ମାନେ ଯୋଗଦାନ କରିଥିଲେ।