ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ସ୍ଥାନରେ ଚାଲିଛି ବେଧଡ଼କ ଖୋଲାଖୋଲି ଭାବରେ ଜୁଆ, ସଟ୍ଟା,ଖୁଡଖୁଡି ଖେଳ ଚାଲିଛି ।ଏହାଦ୍ୱାରା ନୀରିହ ଲୋକେ ସର୍ବସ୍ୱାନ୍ତ ହେଉଥିବା ବେଳେ ଯୁବପିଢ଼ି ଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଗତି କରୁଛି। ଏଥିଯୋଗୁଁ ଜନ ଅସନ୍ତୋଷ ମଧ୍ଯ ବୃଦ୍ଧି ପାଇବାରେ ଲାଗିଛି।
ଗୋଲାମୁଣ୍ଡା ଥାନା ଅଧିକାରୀ ଯୁଗଳ ଶବର ଙ୍କ ନେତୃତ୍ବରେ ପୋଲିସ ଦଳ ଅତର୍କିତ ଭାବରେ ଘୋଟିଆ ମଣ୍ଡି ନିକଟରେ ଏକ ଜୁଆ ଆଡ୍ଡା ଉପରେ ଚଢାଉ କରି ୬ ଜଣ ଙ୍କୁ ଗିରଫ କରିଥିବା ବେଳେ କିଛି ଜୁଆଡି ଫେରାର ମାରିଥିଲେ। ସେମାନଙ୍କ ଠାରୁ ୮ ମୋଟର ସାଇକେଲ, ୬ ମୋବାଇଲ ଫୋନ, ନଗଦ ୯୫ ହଜାର ଟଙ୍କା ଓ ଜୁଆଖେଳ ରେ ବ୍ୟବହୃତ ସାମଗ୍ରୀ ଜବତ କରିଛନ୍ତି।
ଗିରଫ ଜୁଆଡି ମାନେ ହେଲେ ଚିଚେଇଗୁଡ ଗ୍ରାମର ପ୍ରକାଶ ମେହେର, ସାନଚେରଗାଁ ର ଅନନ୍ତ ସାହୁ, କେଗାଁ ର ନବ ପୁଟେଲ, ସିନାପାଲି ର ଦେବେନ କଣ୍ଟା, ଲିମ ସେର ଗ୍ରାମର ନୃପରାଜ ମେହେର ଏବଂ ଅରକ୍ଷିତ ମେହେର। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।