ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ମାରୱାଡ଼ି ଯୁବାମଞ୍ଚ ତରଫରୁ ସଦାବେଳେ ସମାଜର ମଙ୍ଗଳ ପାଇଁ ତଥା ସେବା ଯୋଗାଇବା ଉଦ୍ଦେଶ୍ୟରେ ଲୋକଙ୍କୁ ସହଯୋଗ କରିବା ନିମନ୍ତେ ବିଭିନ୍ନ ପ୍ରୋଜେକ୍ଟ ହାତକୁ ନେଇଥାନ୍ତି। ଯେପରିକି ଏବେ ଖରା ଦିନରେ ଥଣ୍ଡା ପାନୀୟ ଜଳ ଭରା ଗାଡି ସହରର ବିଭିନ୍ନ ସ୍ଥାନକୁ ବୁଲି ବୁଲି ପଥ।ଚାରୀ ଏବଂ ସମସ୍ତ ଲୋକଙ୍କୁ ଏହି ସେବା ଯୋଗାଇ ଦେଇଥିଲେ।
ସେହିପରି ଆହାର କେନ୍ଦ୍ର ରବିବାର ଦିନ ବନ୍ଦ ରହୁଥିବା ବେଳେ ଅସହାୟ ଲୋକଙ୍କୁ ନିଶୁଳ୍କ ଗୋଟିଏ ସମୟ ଖାଇବାକୁ ଦେଉଛନ୍ତି। ସେହିପରି ଆଜି ମଙ୍ଗଳବାର ଦିନ ମାରୱାଡ଼ି ଯୁବା ମଞ୍ଚ ତରଫରୁ କ୍ୟାନସର ଯାଞ୍ଚ ଶିବିର ଆୟୋଜିତ ହୋଇଯାଇଛି, ଏଥିରେ ସହରର ଏବଂ ଆଖପାଖ ଅଞ୍ଚଳର ୮୧ ଜଣ ଲୋକ ନିଜ ନିଜର ପରିକ୍ଷଣ କରାଇଛନ୍ତି।ଶିବିରର ଉଦଘାଟନ କରିଥିଲେ ଗାୟତ୍ରୀ ନର୍ସିଂ ହୋମର ମୁଖ୍ୟ ତଥା ଟିଟିଲାଗଡ ସହରର ପ୍ରସିଦ୍ଧ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡ ଘନଶ୍ୟାମ ଜୈନ,
ମୋବାଇଲ ଭ୍ୟାନ ଭିତରକୁ ଯାଇ ସମସ୍ତ ଉପକରଣ, ଯନ୍ତ୍ରପାତି ବୁଲି ଦେଖିବା ସହ ସମସ୍ତ ପରୀକ୍ଷଣ ବିଷୟରେ ପଚାରି ବୁଝିଥିଲେ। ତାପରେ ପଞ୍ଜିକରଣ କରିଥିବା ଲୋକ ନିଜ ନିଜର ପରୀକ୍ଷଣ କରାଇଥିଲେ। ଏହି ଶିବିରକୁ ଟିଟିଲାଗଡର ଉପଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନ ମଧ୍ୟ ଆସି ବୁଲି ଦେଖିବା ସହ ମାରୱାଡ଼ି ଯୁବା ମଞ୍ଚର ଏହି ଜନହିତ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଏହି ଶିବିର ସକାଳ ନ ଟାରୁ ସଂଧ୍ୟା ପାଞ୍ଚ ଟା ଯାଏଁ ଚାଲିଥିଲା ।
ପରୀକ୍ଷଣ କରିଥିବା ସମସ୍ତ ଲୋକଙ୍କୁ ରିପୋର୍ଟ ଦେବା ସହ ଉପସ୍ଥିତ ଡାକ୍ତର ପରାମର୍ଶ ମଧ୍ୟ ଦେଇଥିଲେ। ଶିବିର ଶେଷ ହେବାପରେ ମୋବାଇଲ କ୍ୟାନସର ଡିଟେକସନ ଭ୍ୟାନର ସମସ୍ତ ସଦସ୍ୟଙ୍କୁ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ଏହି ସମ୍ମାନିତ କାର୍ଯ୍ୟକ୍ରମରେ ଡ ଘନଶ୍ୟାମ ଜୈନ ଏବଂ ସମାଜସେବୀ ନବିନ ଜୈନ ସମସ୍ତଙ୍କୁ ସମ୍ମାନିତ କରିଥିଲେ, ମଞ୍ଚ ପରିଚାଳନା କରିଥିଲେ ରିଙ୍କୁ ଅଗ୍ରୱାଲ। ଏହି ଶିବିରକୁ ପରିଚାଳନା କରିବାରେ ମଞ୍ଚର ସଭାପତି ଅମର ଜୈନ, ସଂପାଦକ ଜଗଦୀଶ କମାନି, ପରାମର୍ଶଦାତା ରିଙ୍କୁ ଅଗ୍ରୱାଲ, କୋଷଧକ୍ଷ ଆଶିଷ ଜୈନ, ରାଜେଶ ଶର୍ମା, ପ୍ରମୋଦ ଅଗ୍ରୱାଲ, ଡାକ୍ତର ଆନନ୍ଦ କେଜ୍ରିୱାଲ, ଡାକ୍ତର ସୋହନ ଅଗ୍ରୱାଲ, ହିତେସ ଜୈନ, ଯୋଗେଶ ଜୈନ, ବିକାସ ବିର ମୀଵାଲ, ଅଙ୍କିତ ଗୁପ୍ତା, ଗଣେଶ ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିଲେ।
ଶୁଣନ୍ତୁ କଣ କହୁଛନ୍ତି ଡା:ଘନଶ୍ୟାମ ଜୈନ