ପୋଲିସ ବିଭାଗର ମେଗା ରକ୍ତଦାନ ଶିବିର

148 0

ସୋନପୁର:(ଅଜିତ କୁମାର ପୂଜାହାରି)ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ବିଭାଗ ଓ ବିନିକା ଥାନା ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏକ ମେଗା ରକ୍ତ ଦାନ ଶିବିର କୁ ଜ଼ିଲ୍ଲା ଆରକ୍ଷୀ ଅଧୀକ୍ଷକ ଅମରେଶ ପଣ୍ଡା ଉଦଘାଟନ କରିଛନ୍ତି l ରାଜ୍ୟ ପୋଲିସ ବିଭାଗର ନିର୍ଦ୍ଦେଶ କ୍ରମେ ଆମ ପୋଲିସ ବ୍ୟବସ୍ଥା ମାଧ୍ୟମରେ ବିନିକା ଥାନା ପରିସର ରେ 162 ରୁ ଉର୍ଦ୍ଧ୍ବ ରକ୍ତ ଦାତା ରକ୍ତ ଦାନ କରିଥିଲେ l ଯାହା ଜ଼ିଲ୍ଲା ର ସବୁ ରେକର୍ଡ କୁ ବ୍ରେକ କରିଛି ବିନିକା ଥାନା ଓ ଜ଼ିଲ୍ଲା ପୋଲିସ l

ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଶିବିର କୁ ଉଦଘାଟନ କରି ଜ଼ିଲ୍ଲାରେ ରୋଗୀଙ୍କୁ ଆଉ ରକ୍ତ ଅଭାବ ହେବନି ବୋଲି ମତବ୍ୟକ୍ତ କରିଥିଲେ l ଏହା ସହିତ ସାମ୍ବାଦିକ, ସମାଜ ସେବୀ ଓ ସମସ୍ତ ରକ୍ତ ଦାତାଙ୍କୁ ସମ୍ମାନିତ କରି ଉତ୍ସାହିତ କରିଥିଲେ l

ସାଧାରଣ ଲୋକଙ୍କ ସହ ସୁ ସମ୍ପର୍କ ସ୍ଥାପନ କରିବା ଲୋକଙ୍କ ନିକଟତର ହେବା ଲକ୍ଷ ନେଇ ଦୀର୍ଘ ତିନି ବର୍ଷ ଆଗରୁ ରାଜ୍ୟ ପୋଲିସ ବିଭାଗ ର ଏ ଅଭିଯାନ ଜାରି ଥିବା ବିଷୟ ଏସପି ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି lବିଗତ ମାସ ରେ ସୋନପୁର ଠାରେ ଆୟୋଜିତ ରକ୍ତ ଦାନ ଶିବିର ରେ 52 ୟୁନିଟ ଓ ତରଭା ଥାନା ରେ ଆୟୋଜିତ ଶିବିର ରେ 121 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l

ନୂତନ ଏସପି ଶ୍ରୀ ପଣ୍ଡା ଙ୍କ ଆଗ୍ରହ ଓ ଉଦ୍ୟମ କ୍ରମେ ବିନିକା ଥାନା ରକ୍ତ ସଂଗ୍ରହ ରେ ଜ଼ିଲ୍ଲାରେ ରେକର୍ଡ ସୃଷ୍ଟି କରିଥିବା ଖବର ଜ଼ିଲ୍ଲା ର ବୁଦ୍ଧିଜୀବୀ ବିନିକା ଅଂଚଳ ର ଯୁବକ, ପୋଲିସ, ସାମାଜିକ ସଂଗଠନ, ଓ ସଚେତନ ନାଗରିକ ଙ୍କୁ ଖୁବ ପ୍ରଶଂସା କରିଛନ୍ତି l

 

Related Post

ସୁବର୍ଣ୍ଣପୁର ଜିଲ୍ଳା ଚାଷୀ ସଂଗଠନ ପକ୍ଷରୁ ୮ ଦଫା ଦାବି ନେଇ ୧୨ ଘଣ୍ଟିଆ ରାସ୍ତାରୋକ

Posted by - June 11, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଳା ଚାଷୀ ସଂଗଠନ ପକ୍ଷରୁ ୮ ଦଫା ଦାବି ନେଇ ଆଜି ହିକୁଡି ଛକ ଠାରେ ୧୨ ଘଣ୍ଟିଆ ରାସ୍ତାରୋକ କରାଯାଇଛି l…

ଜାତୀୟ ତୀରନ୍ଦାଜୀ ପ୍ରତିଯୋଗିତାରେ ଓଡିଶା ପାଇଁ ଟେକ ରଖିଲେ ଯୁଯୋମୁରାର ପ୍ରତିଯୋଗୀ ,ସରକାରୀ ପ୍ରୋତ୍ସାହନ ପାଇଁ ଦାବି

Posted by - May 26, 2022 0
ସମ୍ବଲପୁର(ରମାକାନ୍ତ ବିଶ୍ବାଳ)ପ୍ରତିଯୋଗୀଙ୍କ ମଧ୍ଯରେ ସବୁଠୁ ସାନ ବୟସ (୭) ହେଲେବି ଜାତୀୟ ସ୍ତରୀୟ ତୀରନ୍ଦାଜୀ ପ୍ରତିଯୋଗିତାର ଶିଶୁ ବିଭାଗରେ ଓଡିଶା ପାଇଁ ଟେକ ରଖିଛନ୍ତି ଯୁଯୋମୁରାର ୨…

ଅବ୍ୟବସ୍ଥା ଘେରରେ ପାତାଳି ଶ୍ରୀକ୍ଷେତ୍ର

Posted by - January 6, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୈାଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବାମଣ୍ଡା ଗ୍ରାମ ପଞ୍ଚାୟତ ନାଏକ ପଡା ଗ୍ରାମ ର କିଛି ଦୂରରେ ପାତାଳୀ ଶ୍ରୀକ୍ଷେତ୍ର ବା ନାଏକପଡା ଗୁମ୍ଫା…

ରାୟଗଡା ବରିଷ୍ଠ ସାମ୍ବାଦିକ ଙ୍କ ପ୍ରଚେଷ୍ଟା ରେ ୧୦୧ଦିନର ଧାରଣା ର ସମାପ୍ତ

Posted by - March 31, 2022 0
କାଶୀପର:(ଅଞ୍ଜନ କୁମାର ନାଏକ)୧୦୧ ଦିନ ଧରି ଯାହା, ବିଧାୟକ ଓ ସାଂସଦ କରି ପାରିଲେ ନାହିଁ ତାହା ରାୟଗଡା ଜିଲ୍ଲା ର ବରିଷ୍ଠ ସାମ୍ବାଦିକ ମାନେ ଆସି…

ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶ ଛୁଆଁ ଦର ବୃଦ୍ଧି ପ୍ରତିବାଦରେ ସାଇକେଲ ରାଲି

Posted by - July 9, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ )ରାଜ୍ୟରେ ବଢ଼ି ଚାଲିଥିବା ଡିଜେଲ,ପେଟ୍ରୋଲ,ଇନ୍ଧନ ଗ୍ୟାସ, ଖାଇବା ତେଲ,ସାଙ୍ଗକୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶ ଛୁଆଁ ଦର ବୃଦ୍ଧି ପ୍ରତିବାଦରେ,ପିସିସି ସଭାପତି…