Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ବନ୍ୟାର ମୁକାବିଲା ପାଇଁ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ

134 0

ସୋନପୁର:(ଅଜିତ କୁମାର ପୂଜାହାରି)ଚଳିତ ବର୍ଷ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ମୁକାବିଲା ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ସୁପାର ଠେଲା ଙ୍କ ଅଧ୍ୟତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ସମସ୍ତ ବିଭାଗ ପରସ୍ପର ମଧ୍ୟରେ ସହଯୋଗ ରକ୍ଷା ପୂର୍ବକ କାର୍ଯ୍ୟ କରିବା ସହ ଜିଲ୍ଲାରେ ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି l ବୈଠକରେ ବିଭିନ୍ନ ଅଧିକାରୀ ଆସନ୍ନ ବନ୍ୟା ମୁକାବିଲା ପାଇଁ କିପରି ପ୍ରସ୍ତୁତ ଅଛନ୍ତି ସେ ବିଷୟରେ ଗୃହକୁ ଅବଗତ କରାଇଥିଲେ l

ବିଶେଷ ଭାବେ କାର୍ଯ୍ୟ ନିର୍ବାହୀଯନ୍ତ୍ରୀ ଏମଆଇ, କାର୍ଯ୍ୟ ନିର୍ବାହୀଯନ୍ତ୍ରୀ ତେଲ ଡିଭିଜନ ପ୍ରକଳ୍ପ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ନଦୀକୂଳରେ ଥିବା ସମସ୍ତ ଘାଇ, ନଦୀ ଅlଡିବନ୍ଧ ଗୁଡିକ ଯାଞ୍ଚ କରି ଦୁର୍ବଳ ଘାଇ ଓ ବିପଦ ସଂକୁଳ ପଠା ଗୁଡିକୁ ସୁଦୃଢ କରିବା ପାଇଁ ନିର୍ଦ୍ଦେଶ ଦିଆଗଲା।ସେହିପରି ସହରାଞ୍ଚଳରେ ଥିବା ବିଭିନ୍ନ ନାଳ ନର୍ଦ୍ଦମା ଗୁଡିକ ଆବଶ୍ୟଳ ମରାମତି ଓ ସଫା କରିବା ପାଇଁ ବୈଠକରେ ପରାମର୍ଶ ଦିଆଯାଇଛି ।

ଜିଲ୍ଲାର ବନ୍ୟା ପ୍ରବଣ ଅଞ୍ଚଳରେ ଅଗ୍ରୀମ ଶୁଖୁଲା ଖାଦ୍ୟ ତଥା ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ମହଜୁଦ ରଖିବା ପାଇଁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ଏତଦ୍‌ବ୍ୟତୀତ ଜିଲ୍ଲାର ବିଭିନ୍ନ ବନ୍ୟା ସମ୍ବେଦନଶୀଳ ଅଂଚଳ ରେ ପାୱାର ବୋଟ ଏବଂ ଦେଶି ଡଙ୍ଗା ମହଜୁଦ ରଖିବା ପାଇଁ ଉପଜିଲ୍ଲାପାଳ ମାନଙ୍କୁ ଧ୍ୟାନ ଦେବା ପାଇଁ କୁହାଯାଇଛି । ଜିଲ୍ଲାରେ ଥିବା ୬ ଗୋଟି ବନ୍ୟା ଆଶ୍ରୟ ସ୍ଥଳୀ ଯେପରି ବନ୍ୟା ସମୟରେ ସମ୍ପୂର୍ଣ୍ଣ ଉପଯୋଗ ହୋଇପାରିବ ସେଥ୍‌ପାଇଁ ସେ ସଂପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ, ଏବଂ ଆବଶ୍ୟକ ସ୍ଥଳେ ସ୍ଥାନୀୟ ସ୍କୁଲ ଗୃହ ଓ ୱେର ହାଉସ କୁ ଉପଯୋଗ କରାଯିବାକୁ ନିର୍ଦେଶ ଦିଆଯାଇଛି।

 

Related Post

ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଅନୁଷ୍ଠିତ

Posted by - October 28, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ଦଶରଥପୁର ବ୍ଲକ ମଙ୍ଗଳପୁର ଠାରେ ବିଶିଷ୍ଟ ଗାଳ୍ପିକ ଡ. ରମେଶ ଚନ୍ଦ୍ର ବିଶ୍ଵାଳଙ୍କ  ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଯାଇଛି।…

କଣ୍ଟିପୁର ରଙ୍ଗାଧର ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉଦଯାପିତ

Posted by - March 10, 2021 0
ଯାଜପୁର ଅଫିସ : ବିଂଝାରପୁର କଣ୍ଟିପୁର ସ୍ଥିତ ରଙ୍ଗାଧର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ସୁବର୍ଣ୍ଣ ଜୟନ୍ତୀ ଉଦଯାପିତ ହୋଇଯାଇଛି । ବିଂଝାରପୁର ବିଧାୟିକା ପ୍ରମିଳା ମଳିକ…

ନବରଙ୍ଗପୁର ପୁରୁଣା ଜେଲ ରେ କ୍ରାନ୍ତି ଦିବସ ପାଳନ

Posted by - August 9, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ଆଜି ନବରଙ୍ଗପୁର ତୋହସିଲ କାର୍ଯ୍ୟାଳୟ ପରିସର ରେ ଥିବା ପୁରୁଣା ଜେଲ ରେ ସହିଦ ସୃତି କମିଟି ତରଫରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।…

ଲୋକକଳା ଗ୍ରାମ ନାରାୟଣନଗରର ତୃତୀୟ ବାର୍ଷିକ ମହୋତ୍ସବ

Posted by - October 3, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ଲକ୍ଷ୍ମୀପ୍ରସାଦ ଗ୍ରାମ ପଂଚାୟତ ନାରାୟଣନଗର ହାଟପଦାଠାରେ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକକଳା ତୃତୀୟ ବାର୍ଷିକ ମହୋତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି l ସକାଳ…

ଲେବଲ-ଭି ଏକ୍ସକ୍ୟାଡ଼ର ସଂଘ ବୌଦ୍ଧ ବ୍ଲକର ବୈଠକ

Posted by - July 19, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଁ )ବୌଦ୍ଧ ଜିଲା ସଦର ବ୍ଲକର ଲେବଲ-ଭି ଏକ୍ସକ୍ୟାଡ଼ର ଶିକ୍ଷକ ସଂଘର ଏକ ଜରୁରୀ ବୈଠକ ଆଜି ମୁଣ୍ଡିପଦର ହାଇସ୍କୁଲ ଠାରେ ବ୍ଲକ ସଭାପତି ସରୋଜ…