ଭୁବନେଶ୍ୱର/ପୁରୀ: ପୁରୀର ଭିତ୍ତିଭୂମି ବିକାଶ ଲାଗି ୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି।୫୦୦ କୋଟି ଟଙ୍କାରେ ପୁରୀ ସହରରେ ନୂଆ ରାସ୍ତା, ସେତୁ, ପାର୍କିଂ ପ୍ଲେସ୍ ସମେତ ସହରର ଅନେକ ବିକାଶ କରାଯିବ। ମାଳତୀପାଟପୁରରୁ ଜଗନ୍ନାଥ ବଲ୍ଲଭ ମଠକୁ ସଂଯୋଗ କରିବା ଲାଗି ୧୯୦ କୋଟି ଟଙ୍କା ବ୍ୟୟରେ ଶ୍ରୀସେତୁ ନିର୍ମାଣ ହେବ। ଏହାସହ ଜଗନ୍ନାଥ ବଲ୍ଲଭ ମଠରେ ବହୁତଳ ପାର୍କିଂ ପ୍ଲେସ୍, ୧୦ ହଜାର ଲୋକଙ୍କ ପାଇଁ ମେଡିଟେସନ୍ ସେଣ୍ଟର ଓ ମାର୍କେଟ କଂପ୍ଲେକ୍ସ ନିର୍ମାଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଏ ବାବଦରେ ୧୮୦ କୋଟି ଟଙ୍କା ଖର୍ଚ୍ଚ କରାଯିବ।
ପୁରୀ ବାଇପାସ୍ ମାଳତୀପାଟପୁରରୁ ଜଗନ୍ନାଥ ବଲ୍ଳଭ ମଠକୁ ଆଧୁନିକ ସେତୁ ଦ୍ବାରା ସଂଯୋଗ କରାଯିବ । ଏଥିପାଇଁ ୧୯୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସେହିପରି ଜଗନ୍ନାଥ ବଲ୍ଳଭ ମଠରେ ବହୁତଳ ପାର୍କିଂ, ଧ୍ୟାନ କେନ୍ଦ୍ର ଓ ଦୋକାନ ବଜାର ପାଇଁ ୧୮୦ କୋଟି ବ୍ୟୟ ଅଟକଳ କରାଯାଇଛି । ମୂଷା ନଦୀର ପୁନରୁଦ୍ଧାର କରାଯାଇ ମଙ୍ଗଳା ନଦୀ ସହ ସଂଯୋଗ କରାଯିବ । ମୂଷା ନଦୀର ପୁନରୁଦ୍ଧାର ଏବଂ ସେଠାରେ ରିଭର ଫ୍ରଣ୍ଟ ପର୍ଯ୍ୟଟନର ବିକାଶ ପାଇଁ ୮୫କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ସହ ଐତିହାସିକ ଅଠରନଳାର ସୈାନ୍ଦର୍ୟ୍ୟକରଣ ଓ ଆଲୋକୀକରଣ ପାଇଁ ୫କୋଟି ଟଙ୍କା ଖର୍ଚ୍ଚ ବ୍ୟୟ ବରାଦ କରାଯାଇଛି ।
ପୁରୀରେ ୨୮ଏକର ଜମିରେ ଏକ ହ୍ରଦର ବିକାଶ ପାଇଁ ୩୫କୋଟି ଟଙ୍କା ବ୍ୟୟ ବରଦା କରାଯାଇଛି । ପୁରୀରେ ଥିବା ପୁରଷ୍କରିଣୀ ଯଥା- ଶ୍ୱେତଗଙ୍ଗା, ମାର୍କଣ୍ଡ, ନରେନ୍ଦ୍ର, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ପୁନରୁଦ୍ଧାର ଏବଂ ଐତିହସ୍ଥଳୀର ସଂରକ୍ଷଣ କରାଯିବ । ଦୁଇ ବର୍ଷ ମଧ୍ୟରେ ଏସବୁ କାର୍ଯ୍ୟ ସାରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଆସୁଥିବା ମଠ ଗୁଡିକର ସ୍ଥାନାନ୍ତର କରାଯିବ। ପୁରୀରେ ଥିବା ମଠ ଗୁଡିକୁ ଅବଡା ଯୋଜନରେ ସରକାର ସହଯୋଗ ଯୋଗାଇ ଦେବେ ବୋଲି ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ।