Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଜେଲ ଅନ୍ତେବାସୀଙ୍କୁ ସମାଜ ର ମୁଖ୍ୟସ୍ରୋତରେ ସାମିଲ୍ କରିବା ପାଇଁ ସଚେତନତା କର୍ଯ୍ୟକ୍ରମ

119 0

ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ମଣିଷ ସବୁବେଳେ ନିଜ ସ୍ବାର୍ଥ ପାଇଁ କାମକରେ ।ଅନ୍ୟକୁ ତଳେ ପକାଇ ନିଜେ ବଡ଼ ହେବାର ସ୍ବପ୍ନ ଦେଖେ । କିନ୍ତୁ ମାଟିଲଗ୍ନା ସାହିତ୍ୟ ପରିବାର ନିଜେ ବଞ୍ଚି ଅନ୍ୟମାନଙ୍କୁ ବଞ୍ଚିବା ପାଇଁ ରାସ୍ତା ଦେଖାଏ । ସମୟ ଚକ୍ରରେ ମଣିଷ କରିଥିବା ଭୁଲ୍ କୁ ସୁଧାରିବା ପାଇଁ ପ୍ରେରଣା ଯୋଗାଏ । ଏବଂ ମଣିଷ ଜୀବନର ସାର୍ଥକତା ବିଷୟରେ ଅନଭିଜ୍ଞ ଲୋକଙ୍କୁ କରେ ସଚେତନତା ।ଏହି ଅବସରେ ମାଲକାନଗିରି ଜିଲ୍ଲା ର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ” ମାଟିଲଗ୍ନା”  ତରଫରୁ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସ୍ଥିତ ଜିଲ୍ଲା ଜେଲ୍ ରେ ପ୍ରାୟ ତିନି ଶହ (କୈଦୀ) ଅନ୍ତେବାସୀଙ୍କୁ ନେଇ ଏକ ତିନିଘଣ୍ଟିଆ ସଚେତନତା ଶିବିର ମାଟିଲଗ୍ନା ସାହିତ୍ୟ ପରିବାର ତରଫରୁ ଆୟୋଜନ କରାଯାଇଥିଲା ।

ଏହା ଥିଲା ମାଟିଲଗ୍ନା ସାହିତ୍ୟ ପରିବାରର ସର୍ବଶ୍ରେଷ୍ଠ ମାନବ ସେବା ।ମଣିଷ ଭିତରେ ଜୀବନ୍ତ ଭଗବାନଙ୍କୁ ଦେଖିବା ସଂକଳ୍ପ ନେଇ ୧୯ ଜଣିଆ ସାହିତ୍ୟିକ ଦଳ ସେଠାରେ ପହଞ୍ଚି ଜେଲ୍ ଅଧୀକ୍ଷକ ସୁନୀଲ୍ କୁମାର ପାତ୍ରଙ୍କ ସହିତ ସାକ୍ଷାତ ଆଲୋଚନା ପୂର୍ବକ ବର୍ଷବର୍ଷ ଧରି ଦୁଃଖ , ଯନ୍ତ୍ରଣା-ବେଦନା ଓ ଅସହାୟ ବୋଧ ଭିତରେ ନିଜେ କରିଥିବା କୁ-କର୍ମକୁ ପଶ୍ଚାତାପ କରି ତିଳତିଳ କରି ବଞ୍ଚୁଥିବା ଅନ୍ତେବାସୀ ଙ୍କ ମୁହଁରେ ଫୁଟାଇ ଥିଲେ ଆତ୍ମ ତୃପ୍ତିର ହସ ।

ମାଟିଲଗ୍ନା ପରିବାର ର ରାଜ୍ୟ ସଭାପତି କିଶୋର ଚନ୍ଦ୍ର ପ୍ରଧାନ, କବି ଜୟନ୍ତ କୁମାର ମହାଳିକ,କଳାହାଣ୍ଡି ଜିଲ୍ଲା ସଭାପତି ସମୀର କୁମାର ମହାପାତ୍ର, ଉପଦେଷ୍ଟା କିଶୋର ଚନ୍ଦ୍ର ତ୍ରିପାଠୀ, ମହାଦେବ ମାଡକାମୀ,ହାସ୍ୟ ଅଭିନେତା ପ୍ରଶାନ୍ତ କୁମାର ମିଶ୍ର, ନରସିଂହ ପ୍ରସାଦ ନାୟକ,କବି ରାଜେନ୍ଦ୍ର କୁମାର ଦୁରିଆ, କବି ସଂଜୀବ ମୁଣ୍ଡ ପ୍ରମୁଖ ସେମାନଙ୍କୁ ସମାଜ ର ମୁଖ୍ୟ ସ୍ରୋତରେ ସାମିଲ୍ କରି ଅପରାଧୀ ଜୀବନରୁ ମୁକ୍ତିର ପଥ ବତାଇନଥିଲେ ବରଂ ହାସ୍ୟ ଅଭିନେତା ମାନଙ୍କ ଜରିଆରେ ସେମାନଙ୍କୁ ହସିହସି ବେଦମ କରି ବାହାରେ ଅପେକ୍ଷା କରିଥିବା ପରିବାର ଙ୍କ ସହିତ ବଞ୍ଚି ରହିବାର ମାନସିକତା ପରିବର୍ତ୍ତନ କରିବା ପାଇଁ ଦେଇଥିଲେ ପ୍ରେରଣା । ଏହି କାର୍ଯ୍ୟକ୍ରମ ଜରିଆରେ ସମଗ୍ର ମାନବ ସମାଜ କୁ ଏକ ସୁନ୍ଦର ବାର୍ତ୍ତା ଦେବା ସହିତ ମାନବ ସେବା ମାଧ୍ୟମରେ ହିଁ ମାଧବ ସେବା କରାଯାଇପାରେ ଏହା ପ୍ରମାଣିତ କରିଥିଲେ ।

Related Post

ବାଇକ୍ ଚୋରି ରାକେଟ ଧରା ପଡ଼ିଲେ

Posted by - September 9, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ଧରା ପଡିଲା ଆନ୍ତଃ ଜିଲ୍ଲ‍ା ବାଇକ ଚୋରୀ ରାକେଟ । ସୁବର୍ଣ୍ଣପୁର ଜିଲ୍ଲା ବିରମହ‍ାରାଜପୁର ପୋଲିସ ଦ୍ବାରା ମୋଟ ୧୨ ଟି…

ସ୍ଵଛ ଭାରତ ଅଭିଯାନ ଓ ଗ୍ରାମ ସଫେଇ କାର୍ଯ୍ୟକ୍ରମ

Posted by - April 8, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ହରଭଙ୍ଗା ନୋଡାଲ ଉଚ୍ଚ ବିଦ୍ୟାଳୟର ଜୁନିଅର ରେଡକ୍ରସ , ସ୍କାଉଟ ତଥା ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ସ୍ଵଛଭାରତ ଅଭିଯାନ ଓ ଗ୍ରାମ ସଫେଇ କାର୍ଯ୍ୟକ୍ରମ…

ଜିଲ୍ଲା ବାଲ୍ୟବିବାହ ନିରାକରଣ ଟାସ୍କ ଫୋର୍ସ କମିଟି ବୈଠକ

Posted by - August 4, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ଜିଲ୍ଲାରେ ବାଲ୍ୟ ବିବାହ ତଥା କିଶୋରୀ ମାତୃତ୍ୱ କୁ ସମ୍ପୂର୍ଣ ବନ୍ଦ କରିବା ଉଦେଶ୍ୟରେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀମତୀ ଆବୋଲୀ ସୁନିଲ ନରୱଣେ…

ହରଭଙ୍ଗା କଲେଜରେ ବିଶ୍ୱ ଏଡ଼ସ ଦିବସ ପାଳିତ

Posted by - December 2, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ହରଭଙ୍ଗା ବ୍ଲକ ଆଞ୍ଚଳିକ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଜାତୀୟ ଯୁବ ସମାଜସେବୀ ସୁଧିର ଦୀପଙ୍କ ତତ୍ତ୍ୱାବଧାନରେ ନେହେରୁ ଯୁବ କେନ୍ଦ୍ର ବୌଦ୍ଧ…