ଭୁବନେଶ୍ବର : ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ହେବନାହିଁ। । ଏଣିକି ଯେଉଁଠି ଛାତ୍ର ସଂସଦ ଆବଶ୍ୟକ ହେବ ସେଇଠି ଛାତ୍ର ପ୍ରତିନିଧି ମନୋନୟନ କରାଯିବ। ଏ ନେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ବିଶ୍ୱବିଦ୍ୟାଳୟର କୁଳପତି, ସମସ୍ତ ସରକାରୀ ଡିଗ୍ରୀ କଲେଜ ଅଧ୍ୟକ୍ଷ ଏବଂ ସମସ୍ତ ବେସରକାରୀ ଅନୁଦାନ ପ୍ରାପ୍ତ କଲେଜଗୁଡିକର ଅଧ୍ୟକ୍ଷମାନଙ୍କୁ ଚିଠି ଲେଖିଛନ୍ତି। ଛାତ୍ର-ଛାତ୍ରୀଙ୍କର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗାମୀ ଦିନରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରୁଥିବା ଜଣାପଡ଼ିଛି।ରାଜ୍ୟ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଚିଠି ଲେଖି ଅଦର୍ଶାଇଛନ୍ତି ଯେ, ଛାତ୍ର ସମୁଦାୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଚଳିତବର୍ଷ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ନକରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଯେଉଁ ବିଶ୍ୱବିଦ୍ୟାଳୟ ଓ କଲେଜରେ ଛାତ୍ରମାନଙ୍କ ପ୍ରତିନିଧିଙ୍କ ଆବଶ୍ୟକତା ଥିବ, ସେଠାରେ ଛାତ୍ର ପ୍ରତିନିଧି ମନୋନୀତ କରିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ। ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ବିଶ୍ୱବିଦ୍ୟାଳୟ ଓ କଲେଜ କର୍ତ୍ତୃପକ୍ଷମାନଙ୍କୁ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି।

ହେବନାହିଁ ଛାତ୍ର ସଂସଦ ନିର୍ବାଚନ; ମନୋନୀତ ହେବେ ପ୍ରତିନିଧି
Facebook Notice for EU!
You need to login to view and post FB Comments!