ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ବୈଶାଖୀ ସୃଜନୀ ସାହିତ୍ୟ ସମାରୋହ ଅନୁଷ୍ଠିତ

195 0

ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳା ସାହିତ୍ୟ ଓ ସଂସ୍କୃତି ରେ ସମୃଦ୍ଧ କଳାହାଣ୍ଡି କଳା ମଞ୍ଜୁଳ କଳାହାଣ୍ଡି କଳା ଓ ସାହିତ୍ୟର ଏକ ପ୍ରମୁଖ ସାଧନା ପୀଠ। ଏ ମାଟି ବହୁ ସାରସ୍ୱତ ସାଧକଙ୍କୁ ଜନ୍ମ ଦେଇଛି। ଔପନ୍ୟାସିକ ସୋମେଶ୍ୱର, ବେହେରା, ପର୍ଶୁରାମ ମୁଣ୍ଡ, ଭୁବନେଶ୍ୱର ବେହେରା, କୃଷ୍ଣ ଚନ୍ଦ୍ର ମହାପାତ୍ର, ରାହସ ବିହାରୀ ବେହେରା, ଯଶୋଧରା ମିଶ୍ର, ଅଖିଳ ନାଏକ,ବିଜୟ ପ୍ରଧାନ, ଡ଼ ସୁନୀତି ମୁଣ୍ଡ ଙ୍କ ଦ୍ଵାରା ରଚିତ ଉପନ୍ୟାସ ଗୁଡିକ ବେଶ ପାଠକୀୟ ଆଦୃତି ଲାଭ କରିବା ସହ ଓଡ଼ିଆ ଉପନ୍ୟାସ ସାହିତ୍ୟ ଭଣ୍ଡାରକୁ ରୁଦ୍ଧିମନ୍ତ କରିଛନ୍ତି। ଏବେ କଳାହାଣ୍ଡିରେ ଅନେକ ଯୁବ ଲେଖକ ସାହିତ୍ୟ ସାଧନା ରେ ବ୍ରତୀ ଅଛନ୍ତି।

ଓଡ଼ିଆ ଉପନ୍ୟାସ ସାହିତ୍ୟକୁ କଳାହାଣ୍ଡିର ଦାନ ଅତୁଳନୀୟ ବୋଲି ଆଜି ଭବାନୀପାଟଣା ସ୍ଥିତ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ପ୍ରେକ୍ଷାଳୟରେ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆୟୋଜିତ ବୈଶାଖୀ ସୃଜନୀ ସାରସ୍ଵତ ସମାରୋହରେ ଅତିଥି ଓ ଆଲୋଚକ ମାନେ ମତପ୍ରକାଶ କରିଛନ୍ତି। ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ସତ୍ୟ ନାରାୟଣ ମହାପାତ୍ରଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପ୍ରଥମ ଅଧିବେଶନରେ ଓଡ଼ିଆ ଉପନ୍ୟାସ ସାହିତ୍ୟକୁ କଳାହାଣ୍ଡିର ଦାନ ଶୀର୍ଷକ ଆଲୋଚନା ଚକ୍ର ରେ ଔପନ୍ୟାସିକ ରାହସ ବିହାରୀ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳ ସଚିବ ଡଃ ନୃପରାଜ ସାହୁ, ଓଡିଶା ସଂଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥ,ସାହିତ୍ୟ ଏକାଡେମୀ ସଦସ୍ୟା ଡ଼ ସୁନୀତି ମୁଣ୍ଡ, ସଦସ୍ୟା ଡା ଜ୍ୟୋତିର୍ମୟୀ ସାହୁ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ।

ରିଶିଡା ମହାବିଦ୍ୟାଳୟ ର ଅବସରପ୍ରାପ୍ତ ଓଡ଼ିଆ ବିଭାଗ ମୁଖ୍ୟ ଡ ଦାଶରଥି ଆଚାର୍ଯ୍ୟ ଓ ଜୟପ୍ରକାଶ ସାନ୍ଧ୍ୟ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ପରମେଶ୍ୱର ମୁଣ୍ଡ ଆଲୋଚକ ଭାବରେ ଯୋଗଦେଇ ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ। ଦ୍ଵିତୀୟ ଅଧିବେଶନରେ କବିତପାଠୋତ୍ସଵ ଆୟୋଜିତ ହୋଇଥିଲା। ଏଥିରେ ଗାଳ୍ପିକ ନାରାୟଣ ପ୍ରସାଦ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପ୍ରାପ୍ତ କବି ଜୟଦ୍ରଥ ସୁନା, ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ କିଶୋର ଚନ୍ଦ୍ର ପ୍ରଧାନ ଓ ସଦସ୍ୟା ଡ଼ ସୁନୀତି ମୁଣ୍ଡ ବିଶିଷ୍ଠ ଅତିଥି ଭାବରେ ଯୋଗଦେଇଥିଲେ।

ଡ଼ ତପନ କୁମାର ରଥ, ସ୍ନେହଲତା ଷଡ଼ଙ୍ଗୀ ଓ ସ୍ଵର୍ଣକାନ୍ତି ବୈକାର କବିତା ପାଠୋତ୍ସବ ର ସଂଯୋଜନା କରିଥିଲେ। ଏଥିରେ ଜିଲ୍ଲାର ୧୩ ଗୋଟି ବ୍ଲକ ରୁ ୫୦ ଜଣ ନିମନ୍ତ୍ରିତ କବି ଓ କବୟିତ୍ରୀ ସ୍ୱରଚିତ କବିତା ଆବୃତ୍ତି କରିଥିଲେ। କବି ବିରଞ୍ଚି ନାରାୟଣ ମୁଣ୍ଡ ମଞ୍ଚ ପରିଚାଳନା ଓ ସାହିତ୍ୟ ଏକାଡେମୀ ସଦସ୍ୟ ସତ୍ୟ ନାରାୟଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁ ବିଦ୍ୟାମନ୍ଦିର ର ଛାତ୍ର ଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ କରିଥିଲେ।

Related Post

ବରୀରେ ବନ ମହୋତ୍ସବ ପାଳିତ

Posted by - July 8, 2021 0
ବରୀ:(ସ୍ନେହଂଶୁ ଶେଖର ମହାନ୍ତି) ବରୀ ମଣ୍ଡଳ ଶାରିରିକଶିକ୍ଷା ଶିକ୍ଷକ ସଂଘ ଓ ବରୀ ମଣ୍ଡଳ କନିଷ୍ଠ ରେଡକ୍ରସ ସୋସାଇଟ ତରଫହରୁ ଆଜି ବରୀ ପଂଚାୟତ ଉଚ୍ଚ ବିଦ୍ୟାଳୟ…

ନୀଳଗିରି ଜନ ବସତି ରେ ଭାଲୁ ଙ୍କ ରାଜ୍, ଦୁଇ ଦିନ ରେ ୫ ଆହତ ୨ ଗୁରୁତର

Posted by - June 8, 2020 0
ନୀଳଗିରି:୦ ୮/୦୬:(ସୌମ୍ୟା ସାଇ ବାରିକ) ସାରା ବିଶ୍ୱ କରୋନା ଭୁତାଣୁ ର ଭୟଙ୍କର ସଂକ୍ରମଣ ରେ ଆତଙ୍କିତ ଥିବା ବେଳେ, ନୀଳଗିରି ଉପଖଣ୍ଡ ରେ ଜଙ୍ଗଲ ରୁ ବନ୍ୟ…

ଗାଇସିଲେଟ ରେ ଗୁରୁ ଭଗବାନ ସାହୁ ଙ୍କ ଉପରେ ଆଲୋଚନା ସଭା ଅନୁଷ୍ଠିତ

Posted by - July 27, 2022 0
ସମଲପୁର:(ରାମାକାନ୍ତ ବିଶ୍ଵାଳ) ସୋମବାର ସରସ୍ୱତୀ ଶିଶୁ ମନ୍ଦିର ଠାରେ ଗୁରୁ ଭଗବାନ ସାହୁ ଙ୍କ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା । ଗୁରୁ ଭଗବାନ ସାହୁ ଙ୍କ…

ଗ୍ରାମ ବିକାଶ ପକ୍ଷରୁ ଆଞ୍ଚଳିକ ମହିଳା ସ୍ୱୟଂ ସହାୟିକା ମାନଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ

Posted by - April 22, 2022 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର) ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଝଲପ ପଞ୍ଚାୟତର ସାଲେବରଟ ଗାଁ ସରକାରୀ ବିଦ୍ୟାଳୟ ଠାରେ ଗ୍ରାମ ବିକାଶ ସଂସ୍ଥାର ଅଞ୍ଚଳ ପରିଚାଲିକା ଜିନା ପ୍ରଧାନଙ୍କ…

ଡିଷ୍ଟ୍ରିକ୍ଟ ଲୟର୍ସ ଆସୋସିଏସନ ନିର୍ବାଚିତ ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ

Posted by - December 22, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ଡିଷ୍ଟ୍ରିକ୍ଟ ଲୟର୍ସ ଆସୋସିଏସନ କର୍ମକର୍ତ୍ତାଙ୍କ ନିର୍ବାଚନ ଶପଥ ଗ୍ରହଣ ଉତ୍ସବ ଯାଜପୁର କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ…