Breaking News
1:07 pmସମ୍ବଲପୁର : ସମ୍ବଲପୁର ଶାସନ କେନାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ଭାରସାମ୍ୟ ହରାଇ କେନାଲକୁ ଓଲଟିଲା ବରଯାତ୍ରୀ ଗାଡ଼ି । ଦୁର୍ଘଟଣାରେ ଡ୍ରାଇଭର ସମେତ ୭ ମୃତ, ୨ ଆହତ,ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ 1:04 pmବଡ଼ମ୍ବା ବନ ବିଭାଗ ହାଜତ ମୃତ୍ୟୁ ଘଟଣା : ମାନବାଧିକାର ଅୟୋଗଙ୍କ ରିପୋର୍ଟ ତଲବ 1:03 pmମହାନଦୀ ଜଳ ବିବାଦର ସମାଧାନ ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ ଟୁକୁନି ସାହୁ 1:03 pmପିପିଲି : ପୁରୀକୁ ଚାଲାଣ ହେଉଥିବା ବେଳେ ଜବତ ହେଲା ଏକ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ 1:01 pmଆସନ୍ତାକାଲି ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ନବ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ ନବୀନ। ଝାରସୁଗୁଡ଼ା ଉପନିର୍ବାଚନ ସହ ସାଙ୍ଗଠନିକ ଆଲୋଚନା କରିବେ ନବୀନ। ସନ୍ଧ୍ୟା ୭ଟାରେ ନବୀନ ନିବାସରେ ବୈଠକ

ବ୍ରଜରାଜନଗର ନିର୍ବାଚନରେ ମହାନଦୀ ପ୍ରସଙ୍ଗ ଉଠାଇ ବିରୋଧୀଙ୍କୁ ଘେରିବ ବିଜେଡି

352 0

ଭୁବନେଶ୍ଵର :ବ୍ରଜରାଜନଗର ଉପନିର୍ବାଚନ ଲାଗି ବିଜେପି ତାର ୪୦ ଜଣ ପ୍ରଚାରକଙ୍କ ନାଁ ଘୋଷଣା କରିଛି। ବିଜେପି ପ୍ରାର୍ଥୀଙ୍କ ପାଇଁ ୩ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଛତିଶଗଡ଼ର ପ୍ରମୁଖ ନେତାମାନେ ପ୍ରଚାର କରିବେ ।ପ୍ରଚାର ପାଇଁ ଆସିବେ ୫ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ, ଧର୍ମେନ୍ଦ୍ର ପ୍ରଧାନ, ପ୍ରହ୍ଲାଦ ଯୋଶୀ, ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶ୍ୱର ଟୁଡୁ।ଓଡ଼ିଶାର ପ୍ରମୁଖ ନଦୀ ଭିତରେ  ମହାନଦୀ ହେଉଛି ଅନ୍ୟତମ ।  ବ୍ୟାରେଜ ପରେ ବ୍ୟାରେଜ ନିର୍ମାଣ କରି ଓଡ଼ିଶାର ଭାଗକୁ ଶୁଖାଇ ଦେଲାଣି ଛତିଶଗଡ଼ । ଏବେ ଉପନିର୍ବାଚନରେ ଛତିଶଗଡ଼ର ନେତାଙ୍କୁ ଘେରିବେ ବ୍ରଜରାଜନଗରବାସୀ । ଉପନିର୍ବାଚନ ପାଇଁ ବିରୋଧୀ ବିଜେପି ଓ କଂଗ୍ରେସ ଛତିଶଗଡ଼ରୁ ନେତା ବିଧାୟକ ସାଂସଦଙ୍କୁ ଆଣି ପ୍ରଚାର କରିବାକୁ ଯୋଜନା କରିଛନ୍ତି । ଯାହା ସେମାନଙ୍କ ପାଇଁ ବୁମେରାଂ ହେବ ବୋଲି ବିଜେଡି କହିଛି ।

ଏପଟେ ବ୍ରଜରାଜନଗର ଉପନିର୍ବାଚନ ନିମନ୍ତେ ବିଜେଡି ପକ୍ଷରୁ ନିର୍ବାଚନ ପରିଚାଳନା ପାଇଁ ମନ୍ତ୍ରୀ ନବ ଦାସଙ୍କୁ ସଂପୂର୍ଣ୍ଣ ଦାୟିତ୍ବ ଦିଆଯାଇଥିବା ବେଳେ ତାଙ୍କ ସହିତ ଜିଲ୍ଲା ପର୍ଯ୍ୟବେକ୍ଷକ କଟକ ମେୟର ସୁବାସ ସିଂ ଓ ସହ ପର୍ଯ୍ୟବେକ୍ଷକ ବିଷ୍ଣୁ କେଡ଼ିଆ ରହିଛନ୍ତି। ବିଜେଡି ପକ୍ଷରୁ ଏକ କେନ୍ଦ୍ରୀୟ ଟିମ୍ ଗଠନ କରାଯାଇ ସେଥିରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ମନ୍ତ୍ରୀ ଅରୁଣ ସାହୁଙ୍କୁ ଦାୟିତ୍ବ ଦିଆଯାଇଛି।ବରିଷ୍ଠ ଓ ଯୁବ ନେତୃତ୍ବଙ୍କ ସମନ୍ବୟରେ ବିଜୟ ପାଇଁ ଯୋଜନା କରିଛି ଦଳ । ନିଜେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଗ୍ରାଉଣ୍ଡ ଜିରୋରେ ସମସ୍ତଙ୍କ ସହ ସମନ୍ବୟ ରଖି ପ୍ରଚାର କାର୍ଯ୍ୟର ଖସଡ଼ା ପ୍ରସ୍ତୁତ କରୁଛନ୍ତି ।

ସେପଟେ ଛତିଶଗଡ଼ର ମହାନଦୀ ଷଡ଼ଯନ୍ତ୍ର ଯୋଗୁଁ ଦ୍ୱନ୍ଦ୍ୱରେ କଂଗ୍ରେସ । ରାଜ୍ୟର ଜଳ ସ୍ଥିତି ଖରାପ ହେବାରେ ଛତିଶଗଡ଼ର ଷଡ଼ଯନ୍ତ୍ରକୁ ବାରମ୍ବାର କଂଗ୍ରେସ ଦୋହରାଇଛି । ଯେଉଁଥିପାଇଁ ଛତିଶଗଡ଼ ନେତାଙ୍କ ଭରଷାରେ ନ ରହିବାକୁ ଦଳୀୟ ମହଲରେ ଚର୍ଚ୍ଚା ହେଉଛି ।

 

Related Post

କାର୍ଯ୍ୟରତ ମହିଳା ଲାବ୍ରୋଟରି ଟେକନିସିଆନକୁ ଦୁର୍ବ୍ୟବହାର ଅଭିଯୋଗ

Posted by - June 19, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ମହିଳା ଲାବ୍ରୋଟରି ଟେକନିସିଆନକୁ ଦୁର୍ବ୍ୟବହାର ଅଭିଯୋଗ । ସ୍ଥାନୀୟ ରାମଚନ୍ଦ୍ରପୁର ଗାଁର ପିନୁ…

ମେଧାବୀ ଛାତ୍ର ଦେବାଶିଷଙ୍କ ସ୍ମୃତିରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

Posted by - March 7, 2023 0
ବେଲଗୁଣ୍ଠା:୦୭/୦୩(ସୁସାଂତ କୁମାର ବେହେରା)କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମେଧାବୀ ଛାତ୍ର ସ୍ୱର୍ଗତ ଦେବାଶିଷ୍ ବେବର୍ତ୍ତାଙ୍କ ଦ୍ୱାଦଶାହ ତିଥିରେ ସ୍ଵର୍ଗତ ଆତ୍ମାର ସ୍ମୃତି ଚାରଣ ଉଦ୍ଦେଶ୍ୟରେ…

ଉତ୍କଳ ମହିଳା ସମିତି ନୀଳଗିରି ଆଞ୍ଚଳିକ କମିଟି ପକ୍ଷରୁ ମହିଳା କୃଷକ ମାନଙ୍କୁ ନେଇ ପଦଯାତ୍ରା

Posted by - January 18, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ଉତ୍କଳ ମହିଳା ସମିତି ଓଡିଶା , ନୀଳଗିରି ଆଞ୍ଚଳିକ କମିଟି ପକ୍ଷରୁ ମହିଳା କୃଷକ ମାନେ , କେନ୍ଦ୍ର ସରକାରଙ୍କ କଳା କୃଷି ଆଇନ୍ ବିପକ୍ଷ…

ନୀଳଗିରି ତହସିଲଦାର ଓ ବିଧାୟକ ମୁହାଁମୁହିଁ

Posted by - October 5, 2019 0
ବାଲେଶ୍ୱର, ଅକ୍ଟୋବର ୦୪: ବାଲେଶ୍ୱର ଜିଲ୍ଲା ତହସିଲ କାର୍ଯ୍ୟାଳୟ ପରିସରରେ ମୋହରିର ଚାଳିଆ ଉଚ୍ଛେଦ କାର୍ଯ୍ୟରୁ ତହସିଲଦାର ଓ ବିଧାୟକଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ମୋହରିର…

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ସ୍ୱ-ନକ୍ଷତ୍ର ଦିବସ ପାଇଁ ବ୍ୟାପକ ବ୍ୟବସ୍ଥା

Posted by - January 21, 2023 0
ଯାଜପୁର (ଆନନ୍ଦ ଚନ୍ଦ୍ର ସାହୁ )ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା।  ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ସ୍ୱ-ନକ୍ଷତ୍ର ଦିବସ। ଏଥିପାଇଁ ଆଜି ବଢି ଭୋର ରୁ ମା…