ଯାଜପୁର:ଯାଜପୁର ଟାଉନ ମେଡିକାଲ ଛକ ସ୍ଥିତ ମାର୍କେଟ କମ୍ପ୍ଲେକ୍ସ ପରିସରରେ ଦୀକ୍ଷିତ ମୋଟର୍ସ ର ନୂତନ କାର୍ଯ୍ୟାଳୟ ଶୁଭ ଉଦଘାଟନ ହୋଇଯାଇଛି. ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ତଥା ବିଜେଡି ନେତା କର୍ଣ୍ଣାଟକେଶରୀ ଦାସ ଓ ଉଦଘାଟକ ଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ତଥା ବିରଜା ସଂସ୍କୃତି ପ୍ରଚାର ସମିତି ର ସଭାପତି ପଣ୍ଡିତ ଭୂପତି ଭୂଷଣ ମିଶ୍ର, ଅନ୍ୟତମ ସଂମାନନୀତ ଅତିଥି ଭାବେ ସ୍ପେସିଆଲ ବ୍ରାଞ୍ଚ ଇନ୍ସପେକଟର ଆଶିଷ କୁମାର ସାହୁ, ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ଜିଲ୍ଲା ସଭାପତି ହରିହର ସ୍ୱାଇଁ, ସମାଜସେବୀ ତଥା ମାନବାଧିକାର କର୍ମୀ ଅଭିଜିତ ଦୀକ୍ଷିତ, ସମାଜସେବୀ ତଥା ସାମ୍ବାଦିକ ଦେବ ଦତ୍ତ ଦାସ, ବିରଜା ପୂଜକମଣ୍ଡଳୀ ବରିଷ୍ଠ ସଦସ୍ୟ ଜଗନ୍ନାଥ ପାଣି,ଶୋଭାଗ୍ୟ ଜେନା, ସୂର୍ଯ୍ୟମଣୀ ମହାପାତ୍ର. ଦୁଷ୍ମନ୍ତ କର ପ୍ରମୁଖ ଯୋଗ ଦେଇ:ଥିଲେ ।
କରୋନା ମହାମାରୀ ସମୟରେ ଦୀକ୍ଷିତ ମୋଟର୍ସ ପକ୍ଷରୁ ଲୋକଙ୍କୁ ଅନବରତ ସେବା ଯୋଗାଇବା ସହିତ ଲୋକମାନଙ୍କୁ ଖାଦ୍ୟ, ବସ୍ତ୍ର ଯୋଗାଇବା ସହିତ ତାଙ୍କ ର ବଡ ଭାଇ ସମାଜସେବୀ ତଥା ମାନବାଧିକାର କର୍ମୀ ଅଭିଜିତ ଦୀକ୍ଷିତ ଯାଜପୁର ବାସୀ ଙ୍କୁ ଭୁବନେଶ୍ୱର ଓ କଟକ ଯାଉଥିବା ରୋଗୀ ଙ୍କୁ ବିଭିନ୍ନ ଡାକ୍ତଖାନା ରେ ସମସ୍ତ ପ୍ରକାର ସହଯୋଗ କରୁଥିବା ରୁ ଅତିଥି ମାନେ ସାଧୁବାଦ ଜଣାଇଥିଲେ. ଦୀକ୍ଷିତ ମୋଟର୍ସ ର ମୁଖ୍ୟ ପରିଚାଳକ ଅଭିଷେକ ଦୀକ୍ଷିତ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ.