ତୃତୀୟ ଦିନରେ ପୁରୀ ଶ୍ରୀମନ୍ଦିର ନିକଟରେ ଉଚ୍ଛେଦ ପ୍ରକ୍ରିୟା ଜାରି

1161 0

ଭୁବନେଶ୍ବର : ଶ୍ରୀମନ୍ଦିର ଓ ପର୍ଯ୍ୟଟକଙ୍କ ସୁରକ୍ଷାକୁ ସରକାର ପ୍ରାଥମିକତା ଦେଇଛନ୍ତି। ପୁରୀକୁ ବିଶ୍ବ ଐତିହ୍ୟ ସହରରେ ପରିଣତ କରିବା ସହ ଏହି ଧାର୍ମିକ କ୍ଷେତ୍ରକୁ ଆନ୍ତର୍ଜାତିକ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଦେବା ଲକ୍ଷ୍ୟରେ ଶୁକ୍ରବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ପୁରୀର ସୌନ୍ଦର୍ଯ୍ୟକରଣକୁ ବିଶେଷ ଗୁରୁତ୍ବ ଦିଆଯାଇଛି। ବିଚାରପତି ବିମଳ ପ୍ରସାଦ ଦାସ କମିସନଙ୍କ ସୁପାରିସ ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ଶ୍ରୀମନ୍ଦିରର ସୁରକ୍ଷା ଲାଗି ମେଘନାଦ ପ୍ରାଚୀର ଚତୁଃପାର୍ଶ୍ବର ୭୫ମିଟର ପରିଧି ମଧ୍ୟରେ ଥିବା ସମସ୍ତ ନିର୍ମାଣ ଉଚ୍ଛେଦ କରାଯିବାକୁ କ୍ୟାବିନେଟ ଅନୁମୋଦନ ମିଳିଛି।ତୃତୀୟ ଦିନରେ ପୁରୀ ଶ୍ରୀମନ୍ଦିର ନିକଟରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ତେବେ ଯୋଜନା ମୁତାବକ ୭୫ ମିଟର ପର୍ଯ୍ୟନ୍ତ ଉଚ୍ଛେଦ ପ୍ରକ୍ରିୟା ଚାଲିଥିବାରୁ ଦକ୍ଷିଣଦ୍ୱାର ନିକଟରେ ବାସ କରୁଥିବା ଶ୍ରୀମନ୍ଦିରର ଦରଜୀ ସେବାୟତଙ୍କ ପରିବାର ଆତଙ୍କିତ ହୋଇପଡ଼ିଛନ୍ତି। କିଭଳି ୭ଟି ପରିବାର ଗୁଜୁରାଣ ମେଣ୍ଟାଇବେ ଓ ବାସହରା ହେଲେ କିଭଳି ମହାପ୍ରଭୁଙ୍କୁ ସେବା ଯୋଗାଇବେ, ତାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି।

ସେପଟେ ୧୯୩୪ ମସିହାରେ ସ୍ଥାପିତ ଉତ୍କମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିକୁ ସିଂହଦ୍ୱାର ନିକଟରେ ସ୍ଥାପନ କରିବା ପାଇଁ ଅଡି ବସିଛନ୍ତି ଗୋପବନ୍ଧୁ ସ୍ମୃତି ସଂସଦର କାର୍ଯ୍ୟକର୍ତ୍ତା। ଯେପରି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସୁରକ୍ଷିତ ରହିବ ସେଥିପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗର କୋଠାକୁ ଅତି ସାବଧାନତାର ସହିତ ଭଙ୍ଗାଯାଇଛି। କାରଣ ଏପର୍ଯ୍ୟନ୍ତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିକୁ ଅନ୍ୟ କେଉଁ ସ୍ଥାନକୁ ସ୍ଥାନାନ୍ତରିତ କରାଯିବ ନା ନିକଟବର୍ତ୍ତୀ ସ୍ଥାନରେ ପୁନଃ ସ୍ଥାପନ କରାଯିବ, ତାହା ନିଷ୍ପତ୍ତି ହୋଇପାରିନାହିଁ। ତେବେ ଏ ସମ୍ପର୍କରେ ବୁଦ୍ଧିଜୀବୀଙ୍କ ସହ ଆଲୋଚନା ଚାଲିଥିବା ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି।

 

Related Post

ଗ୍ରାମ୍ୟ ଉନୟନ ରାସ୍ତା ସଚୋନୀୟ,ଅଭିଯୋଗ ପରେ ବି ମରାମତି ହେଲା ନାହି

Posted by - July 21, 2023 0
ହରଭଙ୍ଗା:୨୦/୦୭ (ଚିତ୍ତରଞ୍ଜନ ସିଂହ ) ଗ୍ରାମାଞ୍ଚଳ ବିକାଶ ପାଇଁ ସରକାର ଙ୍କ ଅନେକ ଯୋଜନା, କିନ୍ତୁ ଖୋଦ ଗ୍ରାମ୍ୟ ଉନୟନ ବିଭାଗରେ ଯାଉଥିବା ରାସ୍ତା ମରାମତି ହୋଇ…

ପୁନର୍ବାର ରାଜ୍ୟବ୍ୟାପି ଆନ୍ଦୋଳନ ର ମୁଣ୍ଡ ଟେକିଛି ଓଡିଶା ଆଉଟ ସର୍ସିଙ୍ଗ ଠିକା କର୍ମଚାରୀ ସଂଘ

Posted by - March 17, 2023 0
କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ପାଖାପାଖି 50 ଜଣ ଆଉଟ-ସୋର୍ସିଙ୍ଗ ଠିକା କର୍ମଚାରୀ ମାନେ ଆଜି ସ୍ଥାନୀୟ…

ମନ୍ତ୍ରୀ ପ୍ରଦିପ ଅମାତଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ

Posted by - June 28, 2023 0
ବୌଦ୍ଧ:( ଚିତ୍ତରଞ୍ଜନ ସିଂହ)ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ,ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତଙ୍କ ଦ୍ୱାରା ମଙ୍ଗଳବାର…

ପବିତ୍ର ପଶ୍ଚିମାଞ୍ଚଲ ନୂଆଖାଇ ଉପଲକ୍ଷେ ଚାଷୀଙ୍କ ଖାତାକୁ ଆସିଲା କାଳିଆ ସହାୟତା ରାଶି

Posted by - September 2, 2022 0
ବୌଦ୍ଧ :02/09ପବିତ୍ର ନୂଆଖାଇ ଅବସରରେ ଓଡ଼ିଶାର 41 ଲକ୍ଷ ରୁ ଉର୍ଦ୍ଧ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ 81ହଜାର ଭୂମିହୀନ କୃଷକ ପରିବାର କୁ ରବି…

ସରକାରୀ ଟଙ୍କା ହଡ଼ପ ଅଭିଯୋଗରେ ଅଭିଯୁକ୍ତ ପି ଇ ଓ ଙ୍କ ଆତ୍ମହତ୍ୟା ଉଦ୍ୟମ

Posted by - December 29, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ପାହାଡ଼ପଦର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ (ପିଇଓ) ଦେବାନନ୍ଦ ସାଗର ବୁଧବାର ତାଙ୍କ ବାସଭବନରେ…

Leave a comment

Your email address will not be published.