ହରିଶଙ୍କର ଠାରେ ଆରମ୍ଭ ହେଲା ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା କଳସ ଶୋଭାଯାତ୍ରା ସହ ହୋମ ଯଜ୍ଞ

204 0

ଖପ୍ରାଖୋଲ: ୧୪/୦୫(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ର ପ୍ରମୁଖ ପର୍ଯ୍ୟଟନ ସ୍ଥଳି ତଥା ପୁଣ୍ୟ କ୍ଷେତ୍ର ହରିଶଙ୍କର ଠାରେ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ଶନିବାର ଆରମ୍ଭ ହୋଇଯାଇଛି । ଏହି ଅବସରରେ ପ୍ରଥମେ ବିଶ୍ୱ ଶାନ୍ତି ଯଜ୍ଞ ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ପାପନାସିନି ଝରଣା ରୁ କଳସ ଶୋଭାଯାତ୍ରା ରେ ପାଣି ଆଣି ମନ୍ଦିର ପରିସରରେ କଳସ ସ୍ଥାପନ କରାଯାଇଥିଲା । ଶଙ୍ଖ,ଘଣ୍ଟ ସହ ପବିତ୍ର ବେଦ ମନ୍ତ୍ର ରେ ଝରଣା କୂଳ ଉଛୁଳି ଉଠୁଥିଲା ।

ଯଜ୍ଞ କର୍ତ୍ତା ରୂପେ ଖପ୍ରାଖୋଲ ବିଡ଼ିଓ ରଶ୍ମିରଞ୍ଜନ ରାଉତ ଓ ତାଙ୍କ ପତ୍ନୀ ଶ୍ରୀଲଗ୍ନା ଶ୍ରୀସମ୍ବିତା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ପାଟଣାଗଡ଼ ଉପଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠୀ , ବ୍ଲକ ଅଧକ୍ଷା ନିରୁପମା ପଟେଲ , ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଜିପିଇଓ ସୁଶାନ୍ତ କୁମାର ପାଣି, ଏ ଡ଼ି ଡବ୍ଲ୍ୟୁଓ ଦୀପ୍ତିମନ୍ତ ଭୋଇ , ନିର୍ବାହୀ ଯନ୍ତ୍ରୀ ସୋମ୍ୟ କିଶୋର ଜୟପୁରିଆ, ନାନ୍ଦୁପଲା ସରପଞ୍ଚ ନିଳେନ୍ଦ୍ରି ପୁଝାରି , ମହରାପଦର ସରପଞ୍ଚ ସୁମତି ପଧାନ , ନନ୍ଦୁପଲା ସମିତି ସଭ୍ୟ ଦେବକାନ୍ତ ପାଣିଗ୍ରାହୀ , କନିଷ୍ଠ ଯନ୍ତ୍ରୀ ସରିତା କୁଜୁରୁ , ସୂର୍ଯ୍ୟଭାନୁ ମେହେର , ମନ୍ଦିର ପରିଚାଳନା କମିଟି ଅଭୟ ତ୍ରିପାଠୀ , ପଞ୍ଚୁଦେବ ସାହୁ, ଶଶୀ ପୁଝାରୀ, ରୋହିତ ମେହେର , ବିପ୍ର ବିଶି , ସବ କମିଟି ସଦସ୍ୟ ଜ୍ୟୋତିରଞ୍ଜନ ପଣ୍ଡା, ସଢାନନ ଭୋଇ, ପ୍ରହଲ୍ଲାଦ ଚାନ୍ଦ, ଇନ୍ଦ୍ରମଣି ସାହୁ, ଜୟକୃଷ୍ଣ ସାହୁ ମନ୍ଦିର ପରିଚାଳକ ଗୁପ୍ତେଶ୍ଵର କୁଅଁର ପ୍ରମୁଖ ଉପସ୍ଥିତ ଥିଲେ ।

ସେହିପରି କୁଲୁତା ଯୁବ ସମାଜ ଓ ଭୁଲିଆ ସମାଜ ପକ୍ଷରୁ ମାଗଣା ଅନ୍ନଛତ୍ର କୁ ପାଟଣାଗଡ଼ ବିଧାୟକ ସରୋଜ ମେହେର ଯୋଗଦେଇ ଉଦଘାଟନ କରିଥିଲେ । ସେହିପରି ଅପରାହ୍ନରେ ବିଭିନ୍ନ ବିଭାଗ ଦ୍ୱାରା ପ୍ରଦର୍ଶିତ ପ୍ରଜ୍ଞାପନ ମେଢ଼କୁ ମୁଖ୍ୟ ଅତିଥି ଜିଲାପରିସଦ ଅଧକ୍ଷା ଦେବକୀ ସାହୁ ଉଦଘାଟନ କରିଥିଲେ । ଏହି ଅବସରରେ ସନ୍ଧ୍ୟାରେ ସଂସ୍କୃତିକ କାର୍ଯ୍ୟକ୍ରମ ତଥା ହରିଶଙ୍କର ମହୋତ୍ସବ କୁ ମୁଖ୍ୟ ଅତିଥି ରୁପେଜିଲାପରିସଦ ଅଧକ୍ଷ୍ୟା ଦେବକୀ ସାହୁ ସମ୍ମାନିତ ଅତିଥି ରୂପେ ପାଟଣାଗଡ଼ ବିଧାୟକ ସରୋଜ ମେହେର, ଖପ୍ରାଖୋଲ ବ୍ଲକ ଅଧକ୍ଷ୍ୟା ନିରୂପମା ପଟେଲ, ଉପାଧକ୍ଷ୍ୟା ଶୁଖିରାମ ସାଣ୍ଢ, ବେଳପଡା ବ୍ଲକ ଅଧକ୍ଷ୍ୟା ଟିନା କୁମ୍ଭାର, ଉପାଧ୍ୟକ୍ଷା ଦୁର୍ୟୋଧନ କୁମ୍ଭାର,ପାଟଣାଗଡ଼ ଏନଏସି ଅଧକ୍ଷ୍ୟା ମାନସୀ ବିଶ୍ୱାଳ, ଉପାଧ୍ୟକ୍ଷ ପ୍ରଫୁଲ୍ଲ ମେହେର, ବ୍ଲକ ଉପାଧକ୍ଷ୍ୟା ଲକ୍ଷ୍ମୀ ମାଝୀ, ଜିଲାପରିଷଡ଼ ସଭ୍ୟା ପ୍ରମିଳା ପାଥର, ସଂଯୁକ୍ତା ମେହେର, କସ୍ତୁରୀ ସେଠ,ଜୟ ଧରିଆ, ନାନ୍ଦୁପଲା ସରପଞ୍ଚ ନିଳେନ୍ଦ୍ରୀ ପୁଝରୀ, ସମିତି ସଭ୍ୟ ଦେବକାନ୍ତ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଉଦଘାଟନ କରିଥିଲେ ।

ପଟଣାଗଡ଼ ଉପଜିଲାପାଳ ବିଜୟାନନ୍ଦ ସେଠୀ ଅଧକ୍ଷ୍ୟତା କରିଥିବାବେଳେ ଅଧ୍ୟାପକ ବଳଭଦ୍ର ଦାସ ମଂଚ ପରିଚାଳନା କରିଥିଲେ। ଏହି ଅବସରରେ ମନ୍ଦିର ପରିସର ପ୍ରଥମ ମଞ୍ଚରେ ସଂସ୍କୃତିକ କାର୍ଯ୍ୟକ୍ରମ ଓଡିଶୀ ନୃତ୍ୟ , ଶ୍ରୀକ୍ଷେତ୍ର ଭଜନ , ଟିଟିଲାଗଡ଼, ଲୋକନୃତ୍ୟ ସାତ କୁଆଁରୀ ,ପାଟଣାଗଡ଼ , ଏବଂ ଦଣ୍ଡ ନୃତ୍ୟ ପରିବେଷଣ ହେଇଥିଲା । ସେହିପରି ଯାତ୍ରା ପଡିଆ ମଞ୍ଚ ରେ ଗୋଟିପୁଅ ନୃତ୍ୟ ,ପୁରୀ , ଲୋକ ନୃତ୍ୟ , ଅର୍ଜୁନ ନନ୍ଦ ହାତୀସରା, ସୁର ସନ୍ଧ୍ୟା, ପାଟଣାଗଡ଼ ଏବଂ ଦଣ୍ଡ ନୃତ୍ୟ ପରିବେଷଣ କରାଯାଇଥିଲା ।

Related Post

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଆଦିବାସୀ ଙ୍କୁ ଉପେକ୍ଷା, ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ସ୍ଥାନ ସଂରକ୍ଷଣ ପାଇଁ ଦାବି

Posted by - January 6, 2022 0
ଭୁବନେଶ୍ବର/କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଆଗାମୀ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଓଡିଶା ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ହେଲେ ଅନୁସୂଚିତ ଜନଜାତି…

ରୋଗୀଙ୍କୁ ଡାକ୍ତରଙ୍କ ଆକ୍ରମଣ ଭିଡିଓ ଭାଇରାଲ

Posted by - March 14, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ଡାକ୍ତର ଙ୍କ ନିସ୍ତୁକ ମାଡ ମାରିବା ଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା…

ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି,ଆସନ୍ତା କାଲି ଠାରୁ ରଥ ନିର୍ମାଣ

Posted by - May 4, 2020 0
ପୁରୀ:(ସମିର ରଞ୍ଜନ ନାୟକ)ଆସନ୍ତାକାଲି ଠାରୁ ଆରମ୍ଭ ହେବ ରଥନିର୍ମାଣ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ରଥ ତିଆରି ଏକ ନିର୍ମାଣ କାମ ହୋଇଥିବାରୁ…

ଯୁବକଙ୍କୁ ଗିରଫ ଦାବିରେ ରାତି ସାରା ଧାରଣା ରେ ବସିଲେ ଗ୍ରାମବାସୀ

Posted by - April 10, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଗାଁ ରେ ଗଣ୍ଡଗୋଳ ସୃଷ୍ଟି କରୁଥିବା ଯୁବକଙ୍କୁ ଗିରଫ ଦାବିରେ ରାତି ସାରା ଧାରଣା ରେ ବସିଲେ ଗ୍ରାମବାସୀ। ଯାଜପୁର ଜିଲ୍ଲା…

ଭୀମକୁଣ୍ଡ ସାଜିଛି ମୃତ୍ୟୁକୁଣ୍ଡ 

Posted by - December 26, 2019 2
କରଞ୍ଜିଆ:୨୬/୧୨/୨୦୧୯.ମୟୁରଭଞ୍ଜ ଜିଲ୍ଲାର ଅନନ୍ୟ ପର୍ଯ୍ୟଟନ କ୍ଷେତ୍ର ଭୀମକୁଣ୍ଡ ।ଏଠାକୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପିକନିକ ଋତୁରେ ପର୍ଯ୍ୟଟକଙ୍କ ସୁୟ ଛୁଟିଥାଏ ହେଲେ ଭୀମକୁଣ୍ଡର ସୁରକ୍ଷା ବ୍ୟବସ୍ଥାକୁ ନେଇ…