Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ପୁଣି ଗୁରୁ ଶିଷ୍ୟ ସମ୍ପର୍କରେ ଲାଗିଲା ଦାଗ

258 0

ନବରଙ୍ଗପୁର: (ବେଣୁ ଗୋପାଳ ରାଓ ) ଆଜି ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ଦୁଇ କିମି ଦୂରରେ ଅବସ୍ଥିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟରେ ଲାଗିଲା ଗୁରୁ ଶିଷ୍ୟ ସମ୍ପର୍କରେ ଦାଗ । ସୂଚନା ପ୍ରକାରେ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟର ଜଣେ କି ଦୁଇ ଜଣ ନୁହଁ ବରଂ ୨୫ ଜଣ ଯୁକ୍ତ ଦୁଇ ରେ ଅଧ୍ୟୟନ ରତ ଆଦିବାସୀ ଛାତ୍ରୀ ନିଜ ଗୁରୁ ଙ୍କ ବିରୋଧରେ ଆଣିଛନ୍ତି ଗୁରୁତ୍ବର ଅସଦାଚରଣ ଅଭିଯୋଗ । ବିଦ୍ୟାଳୟ ରେ ଅଧ୍ୟାପନା କରୁଥିବା ଜନୈକ ଅମର କୁମାର ନାଥ ,କେମେଷ୍ଟ୍ରି ଶିକ୍ଷକ , କିଛି ମାସ ଧରି ଆବାସିକ ବିଦ୍ୟାଳୟରେ ରହୁଥିବା ଛାତ୍ରୀଙ୍କୁ ବିଭିନ୍ନ ଆଳରେ ୨୫ ଜଣ ଜନଜାତି ଛାତ୍ରୀ ଙ୍କୁ ଶରୀରର ପ୍ରତ୍ୟେକ ଅଙ୍ଗକୁ ଛୁଇଁ ଆଶାଳୀନ ବ୍ୟବହାର କରି ଅସଦାଚରଣ କରି ଥିବାର ଅଭିଯୋଗ କରିଛନ୍ତି ସମ୍ପୂର୍ଣ୍ଣ ଯୁକ୍ତ ଦୁଇର ୫୪ ଜଣ ଛାତ୍ର ଛାତ୍ରୀ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଛାତ୍ର ଛାତ୍ରୀ ଗତ ୫ ତାରିଖରେ ଲିଖିତ ଅଭିଯୋଗ ଅଧ୍ୟକ୍ଷଙ୍କୁ ଦେଇଥିଲା ବେଳେ ଦୁଇ ଦିନପରେ ୭ ତାରିଖରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମ।ନେ ଏହି ଘଟଣାର ସତ୍ୟତା ପରୀକ୍ଷା କରି ଅରୋପୀ ଶିକ୍ଷକଙ୍କ ବିରୋଧରେ ଅଧ୍ୟକ୍ଷଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ଦୁଇ ଅଭିଯୋଗ କୁ ଆଧାର କରି ଅଧ୍ୟକ୍ଷ ତୁରନ୍ତ ୯ ତାରିଖରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅରୋପୀ ଶିକ୍ଷକଙ୍କ ଉପସ୍ଥିତିରେ ଆଭ୍ୟନ୍ତରୀଣ ତଦନ୍ତ କରିଥିଲେ । ବିଦ୍ୟାଳୟର ସମସ୍ତ ସ୍ଥାନରେ ସି ସି ଟି ଭି ଥିବା ସମୟରେ କେମେଷ୍ଟ୍ରି ଲ୍ୟାବ ରେ ସି ସି ଟି ଭି ନ ଥିବାର ସୁଯୋଗ ନେଇ ଜନୈକ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ଆଣିଛନ୍ତି ସମସ୍ତ ଛାତ୍ର ଛାତ୍ରୀ ଓ ଶିକ୍ଷକ ବୃନ୍ଦ ।

ଆଜି ବିଦ୍ୟାଳୟକୁ ପି.ଏ.ଆଇଟି.ଡି.ଏ ଶ୍ରୀ ଅଭିମନ୍ୟୁ ମାଝୀ, ଡି ଡବ୍ଲୁ ଓ ଶ୍ରୀ ସ୍ମୃତି ରଞ୍ଜନ ସାମନ୍ତରାୟ, ଡି ସି ପି ୟୁ ଅଧିକାରୀ ସୁରେଶ ପଟନାୟକ,ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର ପ୍ରସାଦ ମହାପାତ୍ର, ଜିଲ୍ଲା ଲୋକାଲ କଂପ୍ଲେଣ୍ଟ କମିଟିର ସଦସ୍ୟବୃନ୍ଦ ଆଜି ଘଟଣା ସ୍ଥଳରେ ପହଞ୍ଚି ପୁଙ୍ଖାନୁ ପୁଙ୍ଖ ତଦନ୍ତ କରିଛନ୍ତି । ଗତ ୯ ତାରିଖରେ ହୋଇଥିବା ବିଦ୍ୟାଳୟ ବୈଠକରେ ଉପସ୍ଥିତ ଛାତ୍ର ଛାତ୍ରୀଙ୍କ ଚାପ ଓ ଦାବି ମୁତାବକ ଆଜି ଅଭୁଯୁକ୍ତ କେମେଷ୍ଟ୍ରି ଶିକ୍ଷକ ନିଜ ଇସ୍ତଫାଟି ଅଧ୍ୟକ୍ଷଙ୍କ ନିକଟରେ ଦେଇଥିବା ବେଳେ ଅଧ୍ୟକ୍ଷ ସେହି ଇସ୍ତଫା ପତ୍ରକୁ ଉପରିସ୍ଥ ଅଧିକାରୀଙ୍କ ନିକଟକୁ ପ୍ରେରଣ କରିଛନ୍ତି ବୋଲି ଅଧ୍ୟକ୍ଷ ଶ୍ରୀ ମହାପାତ୍ର କହିଛନ୍ତି । ଅନ୍ୟପଟେ ଆଜିର ସମସ୍ତ ଅଧିକାରୀ ବିଦ୍ୟାଳୟରେ ଅନୁସନ୍ଧାନ ଓ ତଦନ୍ତ ସମୟରେ ଅରୋପୀ ଶିକ୍ଷକ ଅନୁପସ୍ଥିତ ଥିବା ସମସ୍ଥଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଶିକ୍ଷକ ଙ୍କ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ତରଫରୁ ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ ନକଲେ ଜିଲ୍ଲା ଆଦିବାସୀ ଜନଜାତି ସୁରକ୍ଷା ମଞ୍ଚ ପକ୍ଷରୁ ଆଗାମୀ ଦିନରେ ରାଜରାସ୍ତାକୁ ହଲ୍ଲାଇବେ ବୋଲି ଶ୍ରୀ ଦିବାକର ପୂଜାରୀ କହିଛନ୍ତି ।

Related Post

ରାଜ୍ୟସଭା ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବ ବିଜେପିରେ ଯୋଗଦେଲେ

Posted by - June 22, 2019 40
ଭୁବନେଶ୍ୱର: ପୂର୍ବତନ ଆଇଏଏସ୍ ଅଶ୍ୱିନୀ ବୈଷ୍ଣବ ଆଜି ବିଜେପିରେ ସାମିଲ ହୋଇଛନ୍ତି। ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଆସି ସେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଏହି ସମୟରେ…

ଟଙ୍ଗଜୋର ରୁ ପାନୀୟ ଜଳ ଯୋଗାଣ ଠେମରା ଯମତରା ୫ୱାଡା ଗାଁକୁ ଅପହଞ୍ଚ

Posted by - November 3, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଠେମରା ପଞ୍ଚାୟ।ତର ଦୁଇ ଖଣ୍ଡଗାଁ ଠେମରା ଜାମତରା -୫ୱାଡ଼ ପାଇଁ ଦୀର୍ଘ ୧୫ ବର୍ଷ ହେଲା।ଗାଁନିକଟରେ ବହି ଯାଇଥିବା…

ମହାନଦୀ ରୁ ମିଳିଲେ ତିନି ବିଗ୍ରହ

Posted by - July 27, 2021 0
ସୋନପୁର:( ଅଜିତ କୁମାର ପୁଝାରୀ) ସତରେ କାଳିଆ ଠାକୁରର ଲୀଳାଖେଳା ସମସ୍ତଙ୍କୁ ଅଜଣା। ସେ କେଉଁ ରୂପରେ କାହାକୁ କେତେବେଳେ ଦର୍ଶନ ଦେବେ କହିବା ଅସମ୍ଭବ। ଏମିତି…

ବିଦ୍ୟାଦାୟିନୀ ସରସ୍ବତୀଙ୍କ ପୂଜାର୍ଚ୍ଚନା ପାଇଁ ସ୍କୁଲ, କଲେଜ, କୋଚିଂ ସେଣ୍ଟରରେ ଛାତ୍ରଛାତ୍ରୀଙ୍କ ଭିଡ

Posted by - January 30, 2020 19
ଭୁବନେଶ୍ବର ୩୦/୧: ପବିତ୍ର ମାଘ ଶୁକ୍ଳ ଶ୍ରୀପଞ୍ଚମୀ । ଆଜି ମା ବିଦ୍ୟାଦାୟିନୀ ସରସ୍ବତୀଙ୍କ ପୂଜା । ମାଙ୍କୁ ପ୍ରଜ୍ଞା,ମେଧା, ବୁଦ୍ଧି,ସାହିତ୍ୟ,ସଙ୍ଗୀତ,କଳା ଓ ପ୍ରଯୁକ୍ତି ବିଦ୍ୟାର ଅଧିଷ୍ଠାତ୍ରୀ…