ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

119 0

ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର ) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ଗାଁ ତଳପଡା ବାସୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନ ରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୂଣ୍ୟ ମାସ ବୈଶାଖ ଶୁକ୍ଳପକ୍ଷ  ତ୍ରୟୋଦଶି ତିଥି ଶ୍ରୀ ଶ୍ରୀ ଶ୍ରୀ ନୃସିଂହ ମହାପ୍ରଭୁ ଙ୍କ ଜନ୍ମ ତୀଥୀରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି। ଏନେଇ ଶୁକ୍ରବାର ଦିନ ସନ୍ଧ୍ୟା ୬ଟା ସମୟରେ ଗାଁ ନିକଟସ୍ଥ ବହିଯାଇଥିବା ଉନ୍ଦେର ନଦୀ ଗର୍ଭ ରୁ ଶତାଧିକ ମହିଳା ପୁରୁଷ ଙ୍କ ମଧ୍ୟ ରେ ଭଜନ କୀର୍ତ୍ତନ କରି ଜଳ ପୂର୍ଣ୍ଣ କଳସ ଅଣାଯାଇ ପୂଜାମଣ୍ଡପ ଠାରେ ସ୍ଥାପନ କରାଯାଇଥିଲା। ଆଜି ସକାଳ୭ଟା ରୁ ନାମ ଯଜ୍ଞ ଘୃତ ଆହୂତି ଯଜ୍ଞ ପାଳିତ ହୋଇଛି।

 

ପୂଜକ ଶୁବାସ ଶତପଥି ,ବିଷ୍ଣୁ ସହସ୍ର ନାମ ମନ୍ତ୍ର ପାଠ ଦାୟିତ୍ୱ ତୁଲାଇ ଥିବା ବେଳେ ଜପକ ଭାବେ ଅଜୟ ଶତପଥି ସାହାଯ୍ୟ କରିଥିଲେ। ପୂଜା କର୍ତ୍ତା ଭାବରେ ନିରାକାର ନାଗ ,ପତ୍ନୀ ନନ୍ଦିନୀ ନାଗ ଦାୟିତ୍ୱ ତୁଲାଇଥିଲେ। ତେବେ ନାମଯଜ୍ଞ ଗ୍ରାମ୍ୟ ପୂଜାକମିଟି ସଭ୍ୟ-ପୂର୍ବ ତନ ସରପଞ୍ଚ ଦୁଲମଣି ନାଗ, ରାମ କିଷାନ ଜାଲ, ମହେଶ ନାଗ, କ୍ଷୀର ସିନ୍ଧୁ ନାଗ, ସନ୍ତୋଷ ବଛା, ଭବାନୀ ନାଗ, ଭବାନୀ ଆଡଯୁଆଡେ,ପ୍ରମୁଖ ଗ୍ରାମ ବାସୀ ବୃନ୍ଦ ମହାପ୍ରଭୁ ସେବାରେ ସହଯୋଗ କରିଥିଲେ। ତେବେ ଆସନ୍ତା କାଲି ରବିବାର ଯଜ୍ଞସମ୍ପନ୍ନ କରାଯିବ ବୋଲି ପୂଜା କମିଟି ସୂତ୍ରରୁ ପ୍ରକାଶ ପାଇଛି।

Related Post

ଭାରସାମ୍ୟ ହରାଇ କାର ଓଲଟିଲା

Posted by - July 28, 2021 0
ବୌଦ୍ଧ୨୭/୭( ଚିତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା କୋରଡ଼ା କୋଠା ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଏକ କାର ଓଲଟି ପଡିଥିବା ଦେଖିବାକୁ…

ପୁଣି ତେଜିଲା ବିଜେଡିରେ ଟିକେଟ୍ ଅସନ୍ତୋଷ, ଯାଜପୁର ପୂର୍ବତନ ବିଜେଡ଼ି ସାଂସଦ ମୋହନ ଜେନା ଦଳ ଛାଡିଲେ

Posted by - March 28, 2019 2
ଭୁବନେଶ୍ୱର :୨୮ /୦୩/ ପୁଣି ବିଜେଡିରେ ତେଜିଲା ଟିକେଟ୍ ଅସନ୍ତୋଷ। ଟିକେଟ୍ ମିଳନଥିବାରୁ ଆଜି ଦଳରୁ ଇସ୍ତଫା ଦେଇଛନ୍ତି ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନା। ସେ…

ଦ୍ୱିତିୟ ପର୍ଯ୍ୟାୟ ପରିମଳ ଓ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର

Posted by - November 18, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଯାଜପୁର ପୌରପାଳିକା ପକ୍ଷରୁ ଦ୍ୱିତିୟ ପର୍ଯ୍ୟାୟ ପରିମଳ ଓ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ପୌରପାଳିକାର କାର‌୍ୟ୍ୟ ନିର୍ବାହୀ ଅଧିକାରୀ ଅଜୟ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ପରିମଳ ବିଶେଷଜ୍ଞ ଦେବାଶୀଷ ଭୂୟାଂ ଯୋଗ ଦେଇ ସହରକୁ କିପରି ସ୍ୱଚ୍ଛ ରଖାଯିବ ସେ ନେଇ ପରାମର୍ଶ ଦେଇଥିଲେ । ଧିରେ ଧିରେ ସହରରେ ପରିମଳ ବ୍ୟବସ୍ଥା ସୁଧୁରୁଥିବା ବେଳେ ଆଗକୁ ଏହା ରାଜ୍ୟର ୧ନଂ ସ୍ୱଚ୍ଛ ପୌରପାଳିକା କରିବାକୁ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ ବୋଲି କାର‌୍ୟ୍ୟନିର୍ବାହୀ ଅଧିକାରୀ କହିଥିଲେ । ଆଗାମୀ ଦିନରେ ଏହିପରି ପ୍ରଶିକ୍ଷଣ ଶିବିର ଓ୍ୟାର୍ଡ ସ୍ତରୀୟ କରାଯିବ ବୋଲି ଅତିରିକ୍ତ ଜିଲାପାଳ ସୂଚନା ଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ପୌରପାଳିକା କର୍ମଚାରୀ ସମେତ ୧୫୦ରୁ ଉର୍ଦ୍ଧ ସଫେଇ କର୍ମଚାରୀ ଉପସ୍ଥିତ ଥିଲେ ।

ମେଧାବୀ ଛାତ୍ରଛାତ୍ରୀଙ୍କୁ “ଅନୁଧ୍ୟାନ”ପକ୍ଷରୁ ସମ୍ବର୍ଦ୍ଧନା

Posted by - August 9, 2022 0
ଭବାନୀପାଟଣା::( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଭବାନୀପାଟଣା ସ୍ଥିତ ଅମଲା ଭବନ ଠାରେ ଅନୁଧ୍ୟାନ ଖବର କାଗଜ ଓ ଟିଭି ଚ୍ୟାନାଲ ପକ୍ଷରୁ କଳାହାଣ୍ଡି ଜିଲ୍ଲାର…