ସୋନପୁର:(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଲଛିପୁର ଫାଣ୍ଡି ଡ଼ୁମେରଖୋଲ ନିକଟରୁ ମିଳିଛି ଏକ ଗଳିତ ମୃତ ଦେହ l ଖବରପାଇ ଲଛିପୁର ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି l ମୃତ ବ୍ୟକ୍ତି ଜଣକ ତରଭା ଥାନା ମେଣ୍ଡା ଗାଁର ହିରୋ ହାତୀ ବୋଲି ଜଣା ପଡିଛି l ଗତ ବୁଧବାର ଦିନ ଠାରୁ ଘରୁ ନିଖୋଜ ଥିଲେ ହିରୋ l ଡ଼ୁମେରଖୋଲ ନିକଟ ଜଙ୍ଗଲ ଘାଟି ରାସ୍ତାନିକଟରେ ଏକା ମୃତ ଦେହ ପଡ଼ିଥିବା କୌଣସି ଏକା ସୂତ୍ରରୁ ଖବର ପାଇ ଘରଲୋକେ ପହଂଚି ଶବକୁ ଚି଼ହ୍ନଟ କରିଛନ୍ତି l
ମୃତକଙ୍କ ଦେହର ଅନେକ ସ୍ଥାନରେ କ୍ଷତ ଚି଼ହ୍ନ ଥିବାବେଳେ କେହି ଦୁର୍ବୁତ୍ତ ଯୁବକଙ୍କୁ ହତ୍ୟା କରିଥିବା ଆଶଙ୍କା କରୁଛନ୍ତି ପରିବାର ଲୋକେ। ତେବେ ଶବ ଟି ଫୁଲିଯିବା ସହ ଦେହରୁ ଗନ୍ଧ ବାହାରୁଥିବାରୁ ଦୁଇ ତିନିଦିନ ପୂର୍ବରୁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି l ବାଲାଙ୍ଗୀରରୁ ସାଇଣ୍ଟିଫିକ ଟିମ ପହଂଚି ତଦନ୍ତ କଳାପରେ ହିଁ ଏହା ହତ୍ୟା ନା ଆଉ କିଛି ଜଣାପଡିବ ଏବଂ ଏହାର ରହସ୍ୟ ଉନ୍ମୋଚିତ ହେବ ବୋଲି ପୋଲିସ କହିଛି l