ଟିଟିଲାଗଡ :(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ସହରରେ ରାଜନୀତି ସଦାବେଳେ ଚର୍ଚ୍ଚାରେ ରୁହେ, ପଞ୍ଚାୟତ ହେଉ କି ପୌର ପରିଷଦ ନିର୍ବାଚନ। ବିଜେଡି କବଜାରେ ଥିବା ପୌର ପରିଷଦ ଅଧ୍ୟକ୍ଷ ପଦ ଏଥର ବିଜେପି ହାତକୁ ଯାଇଥିବା ବେଳେ ଟିଟିଲାଗଡର ପୌରଦ୍ଧକ୍ଷା ହୋଇ ସିଧାସଳଖ ଭାବରେ ଲୋକେ ବିପୁଳ ମାତ୍ରାରେ ଭୋଟ ପାଇ ଜୟଯୁକ୍ତ ହୋଇଥିଲେ ଶ୍ରୀମତୀ ମମତା ଜୈନ।୧୫ ଟି ୱାର୍ଡରୁ ୧୦ ଟିରେ ବିଜେଡି ଏବଂ ୫ ଟି ୱାର୍ଡ ବିଜେପି ହାତକୁ ଯାଇଥିଲା। ଟିଟିଲାଗଡର ବିଧାୟିକା ତଥା ମନ୍ତ୍ରୀ ଥିବା ଶ୍ରୀମତୀ ଟୁକୁନି ସାହୁ ନିଜ ସହରରେ ପରାଜୟ ବରଣ କରିଥିଲେ। ସେତେବେଳଠୁ ହିଁ ସହରରେ ଚର୍ଚ୍ଚା ଜୋର ଧରିଥିଲା ଯେ ସହରର ବିକାଶ କିପରି ହେବ ?
ଯେହେତୁ ପୌରଦ୍ଧକ୍ଷା ବିଜେପି ଏବଂ ବିଧାୟିକା ତଥା ମନ୍ତ୍ରୀ ବିଜେଡ଼ି।ସତକୁ ସତ ପୌରପରିଷଦ ଅଧ୍ୟକ୍ଷ। ଶ୍ରୀମତୀ ମମତା ଜୈନ ପ୍ରଥମ କାଉନସିଲର ବୈଠକ ଡାକି ସହରର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିବା ପାଇଁ ସମସ୍ତ ୧୫ ଜଣ କାଉନସିଲରଙ୍କୁ ଡାକିବା ସହ ଉପଜିଲ୍ଲାପାଳ ତଥା ପୌର ନିର୍ବାହୀ ଅଧିକାରୀ ଶ୍ରୀ ମନୋଜ ସତ୍ୟବାନ ମହାଜନ ଏବଂ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଡକାଇଥିଲେ। ବୈଠକ ଆରମ୍ଭ ହେଲା, ପୌରଅଧ୍ୟକ୍ଷା ନିଜର ୮ ଗୋଟି ପ୍ରସ୍ତାବ ସହ ଅନ୍ୟାନ୍ୟ ସମସ୍ୟା ବିଷୟରେ ଆଲୋଚନା କରିବା ପାଇଁ ବିଷୟ ଆରମ୍ଭ କଲେ ରାସ୍ତାରେ ଧୂଳି ଜମା ହେଉଥିବାରୁ ଭେକ୍ୟୁଁମ ମେସିନ କିଣିବା ପାଇଁ, ଏଥିରୁ ଆରମ୍ଭ ହେଲା କଥା କଟାକଟି , ଯିଏ ଯାହାର ପାୱାର ଦେଖାଇବା ଆରମ୍ଭ କଲେ, କିଏ କଣ କରିପାରିବ, କାହା ବିନା କିଏ କଣ କରିପାରିବେନି ଇତ୍ୟାଦି, କଥା ଏତେ ଦୂର ଗଲାଜେ ମନ୍ତ୍ରୀ ବୈଠକ ଛାଡ଼ି ପଳାଇଲେ।
ବିଜେଡ଼ି ପକ୍ଷରୁ କୁହାଯାଉଛି ଯେ ପୌର ଅଧକ୍ଷ। ମନ୍ତ୍ରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କଲେ ବୋଲି, ଅନ୍ୟ ପଟେ ମମତା ଜୈନ କାନ୍ଦି କାନ୍ଦି ଅଭିଯୋଗ କରିଛନ୍ତି ଯେ ମନ୍ତ୍ରି ଏବଂ ପୌର ପରିଷଦର କର୍ମଚାରୀ ତାଙ୍କୁ ସହଯୋଗ କରୁ ନାହାନ୍ତି, କେବଳ ଠିକା କାମ କରିଥିବା ବିଲରେ ଖାଲି ଦସ୍ତଖତ କରାଉଛନ୍ତି, ବୈଠକରେ ମନ୍ତ୍ରୀ ତାଙ୍କୁ ଧମକ ଦେବା ସହ ଫଣ୍ଡ କେଉଠୁ ଆଣିବ ଦେଖିବା, ମୁଁ ପୌରପରିଷଦର ସବୁ କିଛି, ମୋ ବିନା କିଛି କରିପାରିବେନି ବୋଲି ଯୁକ୍ତି ତଥା ଅଭିଯୋଗ କରିଛନ୍ତି। ତେବେ ସମ୍ମିଳନୀ କକ୍ଷରେ ଯେଉଁ ମାନେ ଉପସ୍ଥିତ ଥିଲେ ସେମାନେ ହିଁ ଜାଣିଛନ୍ତି ଅସଲ ଘଟଣା କଣ।
ଏହି ବିଷୟରେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଉଭୟ ଦଳ ତରଫରୁ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରି ଉଭୟେ ଉଭୟଙ୍କୁ ଦୋଷାରୋପ କରିଛନ୍ତି। ସେ ଯାହାବି ହେଉ ପ୍ରଥମେ ଗୋଟିଏ ନାରୀ ଅନ୍ୟ ନାରୀକୁ ସମ୍ମାନ ଦେବା ଉଚିତ, ଉଭୟଙ୍କୁ ଲୋକେ ନିର୍ବାଚିତ କରିଛନ୍ତି ସହରର ତଥା ଅଞ୍ଚଳର ବିକାସ କରାଇବା ପାଇଁ। ମନ୍ତ୍ରୀ ଟୁକୁନି ସାହୁଙ୍କୁ ତଥା ବିଜେଡ଼ି ଦଳର ପୌରାଧ୍ଧକ୍ଷା ପ୍ରାର୍ଥୀଙ୍କୁ ପୌରନିର୍ବାଚନରେ ଲୋକେ ପ୍ରତ୍ୟାଖ୍ୟାନ କରି ବିଜେପି ପୌରାଦ୍ଧକ୍ଷ। ପ୍ରାର୍ଥୀଙ୍କୁ ସୁଯୋଗ ଦେଲେ କାରଣ ହେଉଛି ସହରରେ ବିଦ୍ୟୁତ, ପିଇବା ପାଣି, ଡାକ୍ତରଙ୍କ ଅଭାବ ଭଳି ସମସ୍ୟାର ସମାଧାନ ନ କରିପାରିଲେନି। ଯଦି ବିକାଶ କାର୍ଯ୍ୟ ପାଇଁ ଉଭୟେ କାମ କରିବାକୁ ଇଚ୍ଛୁକ ତାହେଲେ ବ୍ୟତିକ୍ରମ ରହିଲା କେଉଁଠି ? ବିରୋଧ କରୁଛି କିଏ ? ଲୋକ ବୁଝି ସାରିଲେଣି ଯେ କିଏ ଏମିତି କରୁଛି, ନିଜ ନିଜର ପତିଆରା ଦେଖାଇବା ପାଇଁ ଚାଲିଚି କସରତ, ସୁଯୋଗ ଲୋକ ଦେଇଛନ୍ତି, ଲୋକଙ୍କ ଜନମତକୁ ସମର୍ଥନ ଦେଇ ସମସ୍ୟାର ସମାଧାନ ଦିଗରେ କାମ କଲେ ଭଲ ହେବ, ଯିଏ ବି ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରିବ ଲୋକ ତାଙ୍କୁ ପୁଣି ପ୍ରତ୍ୟାଖାନ କରିବେ। ଆରମ୍ଭ ରୁ ଘରେ ପଶୁ ପଶୁ ମୁଣ୍ଡରେ ଚାଳ ବାଜିଲାଣି, ଆଗକୁ ଦେଖାଯାଉ କଣ ହେଉଛି ?