ମଟରସାଇକେଲ ଚାଳକ ମୃତ ଓ ତିନିଜଣ ଗୁରୁତର

168 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ସଠିପୁର ନିକଟରେ ମିନି ଟ୍ରକ ଧକ୍କାରେ ବାଇକ ଆରୋହି ଙ୍କ ମୃତ୍ୟୁ। ମୃତକ ହେଲେ ଜଗନ୍ନାଥ ପ୍ରସାଦ ଗାଁ ର ଗୁରୁ ଚରଣ ଦାସ। ଏହି ଦୁର୍ଘଟଣା ଅନ୍ୟ ୩ ଜଣ ଗୁରୁତର ହୋଇ ଜିଲା ମୁଖ୍ୟ ଡାକ୍ତର ଖାନା ରେ ଚିକିତ୍ସିତ ହେଉଛନ୍ତି। ଗୁରୁତର ମଧ୍ୟରେ ସ୍ଥାନୀୟ ମାଧପୁର ଗାଁ ର ଚଂଚଳା ମହାନ୍ତି ଘଟଣା କୁ ଏକ ହତ୍ୟା ଉଦ୍ୟମ ବୋଲି ଅଭିଯୋଗ କରିଛନ୍ତି।

ଦୁର୍ଘଟଣା ଘଟାଇଥିବା ଗାଡି ତାଙ୍କ ସମ୍ପର୍କୀୟ ପ୍ରଫୁଲ୍ଲ ମହାନ୍ତି ଙ୍କର। ତାଙ୍କ ସହିତ ପୂର୍ବରୁ ଚଂଚଳା ଙ୍କ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ଆଜି ପ୍ରଫୁଲ ଙ୍କ ପୁଅ ପ୍ରଦୀପ ମିନି ଟ୍ରକ ଚଳାଉଥିବା ବେଳେ ଚଂଚଳାଙ୍କ ସ୍ୱାମୀ ନୃସିଂହ ମହାନ୍ତି ସାଇକେଲ ରେ ଯାଉଥିବା ସମୟରେ ମିନିଟ୍ରକ ତାଙ୍କ ଆଡକୁ ମାଡି ଯାଇଥିଲା। ଫଳରେ ନୃସିଂହ ଅଳ୍ପକେ ରକ୍ଷା ପାଇଯାଇଛନ୍ତି କିନ୍ତୁ ଅନ୍ୟ ଜଣେ ବାଇକ ଆରୋହିଙ୍କ ମୃତ୍ୟୁ ଘଟିଥିଲା।

ବାଇକରେ ବସିଥିବା ଦୁଇଜଣ ମହିଳା ମଧ୍ୟ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଏହି ଘାଟଣା ର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ସେ ଦାବି କରିଛନ୍ତି। ପାଣିକୋଇଲି ପୋଲିସ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି କିନ୍ତୁ ଦୁର୍ଘଟଣା ଗ୍ରସ୍ତ ଗାଡି ଫେରାର ହେବାକୁ ସକ୍ଷମ ହୋଇଛି

Related Post

ଗାଁ ସା ଥୀ ମିଳିତ କ୍ରିୟାନୁଷ୍ଠାନ କମିଟି ଓ ବ୍ଲକ ପ୍ରଶାସନ ବୈଠକ

Posted by - August 21, 2021 0
ବାଲିଆପାଳ:( ପ୍ରଭାକର ମଲ୍ଲିକ) ବାଲିଆପାଳ ବ୍ଲକ ଗାଁ ସା ଥୀ ମିଳିତ କ୍ରିୟାନୁଷ୍ଠାନ କମିଟି ଓ ବ୍ଲକ ପ୍ରଶାସନ ଙ୍କ ମଧ୍ୟରେ ଗାଁ ସା ଥୀ ମାନଙ୍କ…

ବିଂଝାରପୁର ବ୍ଲକ ଟିଣl ପଞ୍ଚାୟତରେ ପ୍ରବଳ ବର୍ଷା କାରଣରୁ କୃତିମ ବନ୍ୟା

Posted by - August 22, 2020 0
ବିଂଝାରପୁର :(ଗୁଲସାହାନୱାଜ ଅଲି ଖାଁ)ଯାଜପୁର ଜିଲା ବିଂଝାରପୁର ବ୍ଲକ ଟିଣl ପଞ୍ଚାୟତରେ ପ୍ରବଳ ବର୍ଷା କାରଣରୁ କୃତିମ ବନ୍ୟା ସୁସ୍ତୀ ହୋଇଛି l ବିଭିନ୍ନ ଗାଁ ଗଣ୍ଡାରେ…

ନିରବ ପ୍ରାର୍ଥନା କରିବା ସହ ଚୀନ ନିର୍ମିତ ସାମଗ୍ରୀ କୁ ବର୍ଜନ

Posted by - June 19, 2020 0
କେନ୍ଦୁଝର:(ସୀତାରାମ ଦୀକ୍ଷିତ )କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅଧୀନରେ ଥିବା ବଲାଣୀ ପଞ୍ଚାୟତରେ  ସ୍ଥାନୀୟ ଯୁବ ଗୋଷ୍ଠୀ ତରଫରୁ ଭାରତୀୟ ଯବାନ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି…

ସିଏଏକୁ ସମର୍ଥନ ରେ ଯାଜପୁର ନଗର ବଜରଙ୍ଗ ଦଳ ର ବିଶାଳ ମଟର ସାଇକେଲ ଶୋଭାଯାତ୍ରା 

Posted by - February 1, 2020 60
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ସିଏଏକୁ ସମର୍ଥନ କରି  ଯାଜପୁର ନଗର ବଜରଙ୍ଗ ଦଳ ପକ୍ଷରୁ ଏକ ବିଶାଳ ମଟର ସାଇକେଲ ଶୋଭାଯାତ୍ରା  ଅନୁଷ୍ଠିତ ହୋଇଯାଇଛି ।  ଭାରତୀୟ ସଂସଦ…

“ଗଡ଼ଜାତ ମହୋତ୍ସବ ର ଦ୍ଵିତୀୟ ଦିନରେ ଗୋପାଳନ ଓ କୃଷି କର୍ମଶାଳା”

Posted by - December 16, 2021 0
ବୌଦ୍ଧ:(ଚିତ୍ତରଂଜନସିଂ) ହରଭଙ୍ଗା ବ୍ଲକ ର ବୀରନରସିଂହପୁର ଠାରେ ପଞ୍ଚମ ଗଡ଼ଜାତ ଲୋକ ମହୋତ୍ସବ ର ଦ୍ଵିତୀୟ ଦିନରେ ବିଭିନ୍ନ ପଞ୍ଚାୟତ ର ଅନେକ ଗ୍ରାମରୁ ବହୁସଂଖ୍ୟକ ଗୋପାଳକ…