ପ୍ରତାପପୁର ଗ୍ରାମରେ ବୀର ଚାଉଁରିଆ ବାବା ଙ୍କ ବାର୍ଷିକ ଯାତ୍ରା ଅନୁଷ୍ଠିତ

98 0

କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲା ରେ ବିଭିନ୍ନ ସମୟରେ ଅନେକ ଦେବାଦେବୀଙ୍କ ଯାତ୍ରା ଅନୁଷ୍ଠିତ ହୋଇଥାଏ। ହଜାର ହଜାର ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଓ ଜନସାଧାରଣ ଆରାଧ୍ଯ ଦେବା ଦେବୀ ଙ୍କ ପୂଜା ନିଷ୍ଠାର ସହ ପାଳନ କରିଥାନ୍ତି। ଦୀର୍ଘ ଦୁଇବର୍ଷ ପରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ପ୍ରତାପପୁର ଠାରେ ଅଞ୍ଚଳର ଆରାଧ୍ଯ ଦେବ ବୀର ଚାଉଁରିଆ ବାବାଙ୍କ ବାର୍ଷିକ ଯାତ୍ରା ମହାସମାରୋହର ସହ ପାଲିତ ହୋଇଯାଇଛି।

ଗ୍ରାମରେ ଜନବସତି ଆରମ୍ଭ ହେବା ଦିନଠାରୁ ପୂଜା ପାଇ ଆସୁଥିବା ଇଷ୍ଟଦେବତା ପ୍ରତି ମାସ ରେ ପୂଜା ପାଇ ଆସୁଥିଲେ ହେଁ ଏହି ବାର୍ଷିକ ଉତ୍ସବ ବହୁ ଗୁରୁତ୍ୱ ବହନ କରିଥାଏ। ଯାତ୍ରା ରେ ସ୍ଥାନୀୟ ଓ ଆଖପାଖ ଅଞ୍ଚଳର ବହୁ ମାନସିକ ଧାରୀ, ଭକ୍ତ, ଶ୍ରଦ୍ଧାଳୁଙ୍କ ସମେତ ହଜାର ହଜାର ସଂଖ୍ୟାରେ ଜନ ସାଧାରଣ ଦେବା ଦେବୀ ଙ୍କ ଆଶିର୍ବାଦ ଲାଭ ପାଇଁ ଏକତ୍ରୀତ ହୋଇଥାନ୍ତି।

ଆୟୋଜିତ ଉତ୍ସବରେ ଜୟପାଟଣା ଅଞ୍ଚଳର ବହୁ ଦେବା ଦେବୀ ଙ୍କ ପ୍ରତୀକ ଲାଠି, ଆଶନ ଉତ୍ସବ ରେ ଯୋଗଦେଇ ପୂଜା ଗ୍ରହଣ କରିଥିଲେ। କାଳିସୀ ଙ୍କ ଦେହରେ ଦେବାଦେବୀ ପ୍ରବେଶ କରି ଭକ୍ତ ମାନଙ୍କୁ ଆଶୀର୍ବାଦ ପ୍ରଦାନ କରୁଥିବା ଦେଖିବାକୁ ମିଳିଥିଲା। ଦୁଇ ବର୍ଷ ପରେ ଆୟୋଜିତ ଏହି ଉତ୍ସବରେ ଅଭୂତପୂର୍ବ ଜନ ସମାଗମ ଦେଖିବାକୁ ମିଳିଥିଲା।

ଏଠାରେ ଦେଖନ୍ତୁ ଭିଡିଓ 

 

Related Post

ବେଲଗୁଣ୍ଠା ରେ ଦଶମ ଶ୍ରେଣୀ ପାସ୍ ହାର ସର୍ବୋତ୍ତମ

Posted by - June 26, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ଗତକାଲି ପ୍ରକାଶ ପାଇଛି । ବିନା ପରୀକ୍ଷାରେ ପ୍ରକାଶିତ ହୋଇଥିବା ପରୀକ୍ଷା…

ନୂତନ ଶାଖା ପରିଚାଳକଙ୍କ ଯୋଗଦାନ

Posted by - February 15, 2022 0
ମାଲକାନଗିରି:(ଅବଦୁଲ ଗନି)କୁଡୁମୁଲୁଗୁମ୍ମା ସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ନୂତନ ଶାଖା ପରିଚାଳକ ଭାବେ ସୈ।ରଭ ରଞ୍ଜନ ସେନାପତି ଯୋଗ ଦେଇଛନ୍ତି । ଶ୍ରୀ ସେନାପତି କାର୍ଯ୍ୟ ରେ…

କୃଷିବୀମା ପାଉଣା ଦାବୀରେ ଖପ୍ରାଖୋଲ ତହସିଲ ସମ୍ମୁଖରେ ଚାଷୀଙ୍କ ଧାରଣା

Posted by - August 29, 2022 0
ଖପ୍ରାଖୋଲ: ୨୯/୦୮(ତାପସ ରଞ୍ଜନ ବେହେରା) ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୨୦୨୧ କୃଷିବୀମା ରାଶି ପାଉଣା ଦାବୀରେ ସୋମବାର ଚାଷୀ ଧାରଣା ଦେଇଥିଲେ । ବୀମା କମ୍ପାନୀ…

ଚାଲି ଚାଲି ଆସୁଥିବା ଶ୍ରମିକଙ୍କୁ ଉଦ୍ଧାର କଲେ ଗାଙ୍ଗପୁର ସରପଞ୍ଚ

Posted by - June 9, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ଦିଗପହଣ୍ଡି ଅଞ୍ଚଳରୁ ଚାଲି ଚାଲି ଆସୁଥିବା ଏକ ସାତ ଜଣିଆ ଶ୍ରମିକ ଗୋଷ୍ଠୀଙ୍କୁ ଉଦ୍ଧାର କରିବା ସହିତ ସେମାନଙ୍କ ଅନୁରୋଧ କ୍ରମେ ସେମାନଙ୍କୁ…

ନୂତନନିର୍ମାଣ ପଞ୍ଚାୟତ ଗୃହ ଉଦଘାଟନ

Posted by - December 16, 2021 0
ବଙ୍ଗୋମୁଣ୍ଡା: ତା୧୬/୧୨(ଅଭିମନ୍ୟୁ ବହିଦାର)ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଜାମଖୁଣ୍ଟା ପଞ୍ଚାୟତର ନୂତନ ଭାରେ ନିର୍ମାଣଧୀନ ଗ୍ରାମ ପଞ୍ଚାୟତ ଗୃହ ଆଜି ଶୁଭ ଉଦଘାଟନ ହୋଇଛି ମୁଖ୍ୟଅତିଥି…