କୋଦୋଭଟା ଠାରେ ପଥପ୍ରାନ୍ତ ସୁବିଧା କେନ୍ଦ୍ରଠାରେ ନ୍ୟାୟ ପାଇ ଭୁର୍ଷାଗୁଡା ସରପଞ୍ଚ ଙ୍କ ସାମ୍ବାଦିକ ସମ୍ମିଳନୀ

160 0

ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ତଥା ସିନ୍ଧେକେଲା ଥାନା ଭୁର୍ଷାଗୁଡା ପଞ୍ଚାୟତରେ ମନରେଗା କାମକୁ ନେଇ ଗାଁରେ ଗଣ୍ଡଗୋଳ ପରେ ଥାନାରେ ଦ୍ୱାରସ୍ତ ହେଇଥିଲେ ସରପଞ୍ଚ ପୁଷ୍ପାଞ୍ଜଳି ଛୁରା । ତେବେ ଘଟଣାର ଗାଁର କିଛିଲୋକ ମାନେ ମନରେଗା କାମ କରାଇଦେବୁ ନାହିଁ ବୋଲି ମହିଳା ସରପଞ୍ଚ ଙ୍କୁ ଆକ୍ରମଣ ସହ ଗାଳିଗୁଲଜ କରିଥିଲେ । ଗାଁର ଶ୍ରମିକ ମାନଙ୍କୁ ନେଇ କରୁଥିବା ଏଇ ମନରେଗା କାମକୁ ଗାଁ ଲୋକ ବିରୋଧ କରୁଥିବାବେଳେ ଘଟଣା ସ୍ଥଳରେ ପ୍ରଶାସନ ପହଞ୍ଚି ଏହାର ସମାଧାନ କରିବାକୁ ଚେଷ୍ଟା କରୁଥିଲେ l

ତେବେ ଘଟଣାକୁ ମାସେ ବିତିଯାଇଥିଲେ ସୁଦ୍ଧା ନ୍ୟାୟ ପାଇନଥିବା ରୁ ଆଜି ବଙ୍ଗୋମୁଣ୍ଡା କଣ୍ଟାବାଞ୍ଜି ମୁଖ୍ୟ ରାସ୍ତା ର କୋଦୋଭଟା ଠାରେ ଥିବା ପାଠପ୍ରାନ୍ତ ସୁବିଧା କେନ୍ଦ୍ରଠାରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ନ୍ୟାୟ ପାଇ ଅନୁରୋଧ କରିଛନ୍ତି l ସରପଞ୍ଚ ପୁଷ୍ପାଞ୍ଜଳି ଛୁରା ସିନ୍ଧେକେଲା ଥାନାରେ ଏନେଇ ୧୪ଜଣଙ୍କ ନାଁରେ ଲିଖିତ ଅଭିଯୋଗ ପରେ   ବି ପୋଲିସ ଚୁପଥିବା ଜଣାପଡିଛି l ବନ୍ଦ ଥିବା ନରେଗା କାର୍ଯ୍ୟ ଆରମ୍ଭ କରିବା ସହ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି l

Related Post

ଯାଜପୁରରେ ଥିବା ବଲ୍ଲଭିଘାଟ ପୋଲ ଦବିବା ପଂଳରେ ଲୋକେ ଭୟଭିତ

Posted by - March 11, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ପୋଲ ଦବିବା ପଂଳରେ ଲୋକେ ଭୟଭିତ । ଯାତାୟତ ବାଧାପ୍ରାପ୍ତ । ଯାଜପୁର ଜିଲା ସୀମାନ୍ତ ମଣିନାଥପୁର ନିକଟସ୍ଥ ବଲ୍ଲଭି ପୋଲର ମଝି ଭାଗରେ…

ବ୍ୟାପକ କାର୍ଯ୍ୟର ସମୀକ୍ଷା ଓ ବ୍ରଜମୋହନ ହାଇ ସ୍କୁଲ୍ ଛାତ୍ରାବାସ ର ଶିଳାନ୍ୟାସ କଲେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ

Posted by - June 4, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ କୁମାର ତ୍ରିପାଠୀ ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ଆସି…

ବାଇକ୍ ଚୋରି ରାକେଟ ଧରା ପଡ଼ିଲେ

Posted by - September 9, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ଧରା ପଡିଲା ଆନ୍ତଃ ଜିଲ୍ଲ‍ା ବାଇକ ଚୋରୀ ରାକେଟ । ସୁବର୍ଣ୍ଣପୁର ଜିଲ୍ଲା ବିରମହ‍ାରାଜପୁର ପୋଲିସ ଦ୍ବାରା ମୋଟ ୧୨ ଟି…

ସ୍ଥାୟୀ ନିଯୁକ୍ତି ଓ ଦରମା ବୃଦ୍ଧି ନେଇ ବୈଠକ

Posted by - December 25, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ନିଖିଲ ଓଡିଶା ଜଳଯୋଗାଣ ଓ ପରିମଳ ସଂଘ ସମ୍ବଲପୁର ଯୋନ ର କର୍ମଚାରୀ ମାନେ ସ୍ଥାୟୀ ନିଯୁକ୍ତି ଓ ଦରମା ବୃଦ୍ଧି ଦାବି କରି ବିଶେଷ…

ଯାଜପୁର ଟାଉନ ସ୍ଥିତ ସରକାରୀ ବାଳିକା ବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ପାଳନ

Posted by - March 1, 2021 0
ଯାଜପୁର ଅଫିସ:ଯାଜପୁର ସ୍ଥିତ ସରକାରୀ ବାଳିକା ବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ପାଳନ ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ଅର୍ଣ୍ଣପୁର୍ଣ୍ଣା ମିଶ୍ର ଙ୍କ ସଭାପତିତ୍ୱ ରେ ଉଦ୍ଘାଟକ…