Breaking News
2:05 pmତେଲ ରେଟ କମିବାରୁ କମିଲା ବସ ଭଡା ,ସାଧାରଣ ବସରେ କିଲୋମିଟର ପିଛା ୩ ପଇସା ହ୍ରାସ, 2:04 pmପାରାଦୀପ ରେ ଫାଟିଲା IOCL ତେଲ ପାଇପ ,ଘଟଣା ସ୍ଥଳ ରେ ପହଞ୍ଚିଲେ IOCL ଅଗ୍ନିଶମ ବାହିନୀ, ପ୍ରଚୁର ମାତ୍ର ରେ ତେଲ ବହି ପାଣି ରେ ମିଶୁଚି 1:58 pmଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ 10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ଓଡିଶାରେ ୪୩ ହଜାରରୁ ଅଧିକ ଛାତ୍ର ଛାତ୍ରୀ ଦଶମ ଶ୍ରେଣୀ ପରିକ୍ଷାରେ ଅନୁପସ୍ଥିତ ,ରାଜ୍ୟ ସରକାରଙ୍କ ତଦନ୍ତ ନିର୍ଦ୍ଦେଶ

36 0

ଭୁବନେଶ୍ବର: (ବ୍ୟୁରେ।) ଚଲିତ ବର୍ଷ ହାଇସ୍କୁଲ ସାର୍ଟିଫିକେଟ ପରିକ୍ଷାରେ ୪୩ ,୪୮୯ ଜଣ ଛାତ୍ରଛାତ୍ରୀ‌ ଅନୁପସ୍ଥିତ ରହିବା ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର l ସୁଚନା ଅନୁଯାୟୀ ରାଜ୍ୟର ମୋଟ ୫ଲକ୍ଷ ୭୧ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବା ସକାସେ ଫର୍ମ ପୁରଣ କରିଥିବା ବେଳେ କେବଳ ୫.୩ ଲକ୍ଷ ଛାତ୍ରଛାତ୍ରୀ ପ୍ରକୃତରେ ପରୀକ୍ଷା ଦେଇଥିଲେ ଏବଂ ୪୩ ହଜାର ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ lଏନେଇ ସୁଚନା ମିଲିବା ପରେ ବିଦ୍ୟାଲୟ ଓ ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରି ଙ୍କୁ ପତ୍ର ଜରିଆରେ ନିଜ ନିଜ ଜିଲ୍ଲାର ପରୀକ୍ଷାରେ ଅନୁପସ୍ଥିତ ଛାତ୍ରଛାତ୍ରୀ ଙ୍କ ବିଷୟରେ ଯାଞ୍ଚ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି l

ମୟୁରଭଞ୍ଜ ,ଗଞ୍ଜାମ ଓ ବଲାଙ୍ଗିର ଜିଲ୍ଲାରେ ସର୍ବାଧିକ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିବା ଜଣାପଡ଼ିଛି l ପ୍ରାପ୍ତ ସୁଚନା ମତେ , ମାଧ୍ୟମିକ ଶିକ୍ଷା ବୋର୍ଡ୍ ( ବି ଏସ୍ ଇ) ଦ୍ଵାରା ପରିଚାଲିତ ଏଚ୍ ଏସ୍ ସି ପରୀକ୍ଷା ଗତ ଏପ୍ରିଲ୍ ୩୦ ତାରିଖରୁ ଆରମ୍ଭ ହୋଇଥିଲା l ରାଜ୍ୟର ୩,୫୪୦ କେନ୍ଦ୍ରରେ ପରୀକ୍ଷା ଆୟୋଜିତ କରାଯାଇଥିଲା l ଗତ ୨୦୨୧ ମସିହାରେ ମାତ୍ର ୪,୪୧୨ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ l ଅନ୍ୟପକ୍ଷରେ ଏହି ମାମଲାରେ ବିଦ୍ୟାଲୟ ଓ ଗଣଶିକ୍ଷା ମନ୍ତ୍ରି ସମିର ରଞ୍ଜନ ଦାସ କହିଛନ୍ତି ଯେ , କୋଭିଡ କାରଣରୁ ଛାତ୍ରଛାତ୍ରୀଙ୍କ ପାଠ ପଢା ଅତି ଖରାପ ରହିଥିଲା lପ୍ରସ୍ତୁତି ଅଭାବରୁ ଛାତ୍ରଛାତ୍ରୀମାନେ ପରୀକ୍ଷାରୁ ଓହରି ଯାଇଥିବେ ବୋଲି ପ୍ରକାଶ କରିବା ସଙ୍ଗେ ସଙ୍ଗେ ଚଲିତ ବର୍ଷ କୋଭିଡ ସ୍ଥିତି କୁ ଦୃଷ୍ଟିରେ ରଖି ମାଟ୍ରିକ ଛାତ୍ରଛାତ୍ରୀମାନଙ୍କ ପାଇଁ ପରୀକ୍ଷା ଫିଜ୍ ଛାଡ କରାଯାଇଥିବା ଜଣାଇଛନ୍ତି l

Facebook Notice for EU! You need to login to view and post FB Comments!

Related Post

ଆମ୍ବୁଲାନ୍ସରେ ଶିଶୁ ମୃତ୍ୟୁ ଘଟଣା, ଘଣ୍ଟାଏ ନୁହେଁ ୨୨ ମିନିଟରେ ହସ୍ପିଟାଲ୍ ପହଞ୍ଚିଥିଲା ଆମ୍ବୁଲାନ୍ସ:-କମିସନରେଟ୍ ପୁଲିସ

Posted by - February 14, 2020 0
ଭୁବନେଶ୍ପର: ରାଜଧାନୀରେ ଟ୍ରାଫିକ ଜାମରେ ଫସି ଆମ୍ବୁଲାନ୍ସରେ ଶିଶୁମୃତ୍ୟୁ ଘଟଣା ନୂଆମୋଡ ନେଇଛି । ଶିଶୁମୃତ୍ୟୁ ନେଇ ଆଜି କମିସନରେଟ ପୁଲିସ ଟୁଇଟ୍ କରି ସ୍ପଷ୍ଟୀକରଣ ଦେଇଛି…

ଅଳ୍ପ ବର୍ଷାରେ ପୋଲର ଉଭୟ ପାର୍ଶ୍ଵ ଆପ୍ରୋଚ ଧୋଇଗଲା

Posted by - June 15, 2021 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ବ୍ଲକ ଅଧିନସ୍ଥ ବାଲିବିଲି ପଞ୍ଚାୟତ ଅନ୍ତର୍ଗତ ଦୁଢେଇ ନଦୀ ଉପରେ ଢିଅସାହି ଗ୍ରାମକୁ ସଂଯୋଗି କରିବାଲାଗି ଏକ ସେତୁ ନିର୍ମାଣ ହୋଇଥିଲା |…

ଓଡ଼ିଶା-ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ,ବହୁ ପ୍ରସଙ୍ଗରେ ‌ହେଲା ଆଲୋଚନା

Posted by - November 10, 2021 0
ଭୁବନେଶ୍ୱର:ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଲା ପରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଶ୍ରୀ ରେଡ୍ଡି ଅପରାହ୍ନ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା…

ତୃଟିପୂର୍ଣ୍ଣ ବନ୍ଦୋବସ୍ତ ବ୍ୟବସ୍ଥା ର ଶିକାର କଳାହାଣ୍ଡି ରୟତ, ସମସ୍ୟା ର ସମାଧାନ ପାଇଁ ଦାବୀ

Posted by - April 12, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲାରେ ହୋଇଥିବା ତ୍ରୁଟିପୂର୍ଣ୍ଣ ବନ୍ଦୋବସ୍ତ ଯୋଗୁଁ ରୟତ ବିଶେଷକରି ଚାଷୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।…

କୋହଳ ହେଲା ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ କଟକଣା:ଏଣିକି ତିନି ଶହ ରେ ସଭା, କୋଡ଼ିଏ ଜଣରେ କ୍ୟାମ୍ପେନିଂ

Posted by - February 7, 2022 0
ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କୋହଳ ହେଲା ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ କଟକଣା:ଏଣିକି ତିନି ଶହ ରେ ସଭା, କୋଡ଼ିଏ ଜଣରେ କ୍ୟାମ୍ପେନିଂ।…