ଇଟା ଭାଟି ପାଲଟିଲା ସାପ ଅଣ୍ଡା ଭାଟି

195 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଇଟା ଭାଟି ପାଲଟିଲା ସାପ ଅଣ୍ଡା ଭାଟି। ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଠାକୁର ପାଟଣା ଗ୍ରାମର ଦିବ୍ୟରଞ୍ଜନ ବେହେରାଙ୍କ ଘର ବାଡ଼ିରେ ଥିବା ଏକ ପୁରୁଣା ଇଟା ଭାଟି ରୁ ଉଦ୍ଧାର ହୋଇଛି ଶତାଧିକ ସାପ ଅଣ୍ଡା। ଯାହାକୁ ନେଇ ସାଧାରଣରେ ଚର୍ଚା ଜୋର ଧରିଛି। ଦିବ୍ୟ ରଞ୍ଜନ ଙ୍କ ଇଟା ଗଦା ଆଜି ଭଙ୍ଗା ଯାଉଥିବା ବେଳେ କେତେକ ଅଣ୍ଡା ଦେଖିବାକୁ ମିଳିଥିଲା।

ଏହାକୁ ଭାଙ୍ଗିବାରୁ  ତା ଭିତରେ ସାପ ଛୁଆ ଭଳି ପଦାର୍ଥ ଦେଖିବାକୁ ମିଳିଥିଲା । ଏହି ଇଟା ଭାଟି ରେ  ଅଧିକରୁ ଅଧିକ ଅଣ୍ଡା ଦେଖି ସ୍ନେକ ହେଲ୍ପ ଲାଇନ ସଦସ୍ୟ ଙ୍କୁ ଖବର ଦିଆଯାଇଥିଲା। ଯାଜପୁର ରୁ ସ୍ନେକ ହେଲ୍ପ ଲାଇନ ସଦସ୍ୟ ପ୍ରମୋଦ କୁମାର ସାହୁ ଏବଂ ଚିତ୍ତ ରଞ୍ଜନ ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ଅଣ୍ଡା ଗୁଡିକୁ ଉଦ୍ଧାର କରିଥିଲେ।

ସେହି ସ୍ଥାନରୁ କେତେକ ସାପ କାତି ମଧ୍ୟ ଉଦ୍ଧାର କରାଯାଇଛି। କିନ୍ତୁ ଏହି ଅଣ୍ଡା ଗୁଡିକ କେଉଁ ସାପ ର ତାହା।ଜଣାପଡିନାହିଁ। ଉଦ୍ଧାର ସାପ ଅଣ୍ଡା ଗୁଡିକୁ ସୁରକ୍ଷିତ ସ୍ଥାନ ରେ ରଖାଯିବ ବୋଲି ସୂଚନା ଦେଇଛନ୍ତି ସ୍ନେକ ହେଲ୍ପ ଲାଇନ ସଦସ୍ୟ।

ଏଠାରେ ଦେଖନ୍ତୁ ଭିଡିଓ 

 

 

Related Post

ନୀଳ ଆକାଶ ନିମନ୍ତେ ସ୍ଵଚ୍ଛ ବାୟୁ ଦିବସ ପାଳିତ

Posted by - September 8, 2022 0
ସୋନପୁର: (ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ଵରଂଜନ ପତିଙ୍କ ଅଧ୍ୟକ୍ଷତାରେ ତାଙ୍କ…

ଖପ୍ରାଖୋଲ ତହସିଲ ରେ ଯୋଗ ଦେଲେ ତିନି ରାଜସ୍ୱ ନିରୀକ୍ଷକ

Posted by - April 10, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ତହସିଲ ରେ ତିନିଜଣ ନୂତନ ରାଜସ୍ୱ ନିରୀକ୍ଷକ ଯୋଗ ଦେଇଥିବା ଜଣାଯାଇଛି । ତହସିଲ ଅଞ୍ଚଳରେ ୬ ଟି…

ଆଦୀବାସ ଉନ୍ନୟନ କ୍ଯାବିନେଟ ଆଇନ ମନ୍ତୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ମୁନିଗୁଡା ବ୍ଲକ ଗସ୍ତ

Posted by - August 27, 2022 0
ମୁନିଗୁଡା : (ରମାକାନ୍ତ ପଡାଲ)ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ସମିତି ସଭା ଗୃହ ଠାରେ ଆଦୀବାସୀ ହରିଜନ ଓ ପଛୁଆବର୍ଗ ତଥା ଆଇନ ମନ୍ତୀ ଶ୍ରୀଯୁକ୍ତ…

ବିଦ୍ୟାଳୟରେ ଦୀପାବଳି ସଚେତନତା କାର୍ଯ୍ୟକ୍ରମ

Posted by - October 31, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ଆଗକୁ ଆଲୋକର ପର୍ବ ଦୀପାବଳି ଆସୁଥିବାରୁ ଏହାକୁ ନିରାପଦରେ ପାଳନ କରିବା ପାଇଁ ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ସଚେତନତା କାର୍ଯ୍ୟକ୍ରମ…