Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ନୃସିଂହ ଚରଣ ପତିଙ୍କ ସ୍ମୃତିରେ ଆନ୍ତର୍ଜାତିକ ଆଭାସି ଶୋକସଭା

211 0

ରୋଡସଆଇଲ୍ୟାଣ୍ଡ/ମସ୍କୋ/ଲଣ୍ଡନ/ମାଞ୍ଚେଷ୍ଟର/ସିଓଲ/ଦୁବାଇ/ସିଡନୀ/ଭୁବନେଶ୍ୱର/କଟକ, ତା ୧୧.୦୫ ପୂର୍ବତନ ଭାରତୀୟ ରେଳବାଇର ଅଧିକାରୀ ସ୍ୱର୍ଗତଃ ନୃସିଂହ ଚରଣ ପତିଙ୍କ ଉଦ୍ଦେଶ୍ୟରେ ୱାର୍ଲଡ୍ ଓଡ଼ିଶା ସୋସାଇଟି (ୱାଓସୋ) ପକ୍ଷରୁ ଏକ ଆନ୍ତର୍ଜାତିକ ଆଭାସି ଶୋକସଭା ଅନୁଷ୍ଠିତ ହୋଇଯାଇଛି। ୱାଓସୋର ପ୍ରତିଷ୍ଠାତ୍ରୀ ଗୁରୁମା ଡଃ ଅରୁନ୍ଧତୀ ଦେବୀଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ୱେବ ସମାବେଶରେ ବହୁ ପ୍ରବାସୀ ଓଡ଼ିଆ ନେତୃବୃନ୍ଦ, ବିଭିନ୍ନ ଦେଶର ଓଡ଼ିଆ ସମାଜର କର୍ମକର୍ତ୍ତା ଏବଂ ସ୍ୱର୍ଗତଃ ପତିଙ୍କ ପରିବାର ସଦସ୍ୟ ତଥା ଶୁଭେଚ୍ଛୁ ମାନେ ଯୋଗଦେଇଥିବା ଦେଖାଯାଇଥିଲା। ବରେଣ୍ୟ ବକ୍ତାମାନେ ଶ୍ରୀ ପତିଙ୍କର ଜୀବନ ଓ ଦର୍ଶନ ବାବଦରେ ସ୍ମୃତିଚାରଣ କରିବା ସହିତ ତାଙ୍କର ଅମର ଆତ୍ମାପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶୋକଆସରରେ ଯୋଗ ଦେଇ ସ୍ୱର୍ଗତଃ ପତିଙ୍କର ଜ୍ୟେଷ୍ଠ ପୁତ୍ର, ଅଷ୍ଟ୍ରେଲିଆ ଓଡ଼ିଆ ସମାଜର ସଭାପତି ଓ ୱାଓସୋର ଉପାଧ୍ୟକ୍ଷ ଡଃ ନଳିନୀ ପତି, ତାଙ୍କର ପିତା ଜଣେ ସାଧାରଣ ମଣିଷ ଥିଲେ କିନ୍ତୁ ତାଙ୍କର ଚିନ୍ତାଧାରା ସର୍ବଦା ଅସାଧାରଣ ଓ ଉଚ୍ଚକୋଟୀର ଥିଲା ବୋଲି କହିଥିଲେ।

ପିତା ଖଲି ପତି ଓ ମାତା ମାଳତୀ ପତିଙ୍କ ଔରସରୁ ଗଞ୍ଜାମ ଜିଲ୍ଲାର ଆର୍.ଦାମୋଦରପଲ୍ଲୀ ଗ୍ରାମରେ ୧୯୪୩ ମସିହା ଜୁଲାଇ ୭ ତାରିଖରେ ଜନ୍ମ ଗ୍ରହଣ କରିଥିବା ସ୍ୱର୍ଗତଃ ନୃସିଂହ ଚରଣ ପତି ଗତ ଏପ୍ରିଲ ୧୫ ତାରିଖରେ ୭୯ ବର୍ଷ ବୟସରେ ଇହଧାମ ତ୍ୟାଗ କରିଥିଲେ। ସେ ଜଣେ ଅମାୟିକ, ସରଳ, ସହୃଦୟ ଓ ବନ୍ଧୁବତ୍ସଳ ବ୍ୟକ୍ତି ଥିଲେ। ଜଣେ ଦକ୍ଷ, କଷ୍ଟସହିଷ୍ଣୁ ଏବଂ ପରୋପକାରୀ ଅଧିକାରୀଭାବେ ନିଜ କର୍ମକ୍ଷେତ୍ର ରେଳବାଇ ବିଭାଗରେ ସେ ଯଥେଷ୍ଟ ସୁନାମ ଅର୍ଜନ କରିଥିଲେ । ରେଳବାଇରୁ ୨୦୦୩ ମସିହାରେ ଅବସର ଗ୍ରହଣ କରିବା ପରେ ପତ୍ନୀ ବିଜୟଲକ୍ଷ୍ମୀଙ୍କ ସହିତ ସେ ଭୁବନେଶ୍ଵରରେ ଅବସ୍ଥାନ କରୁଥିଲେ। ତାଙ୍କର ଦୁଇ ଭାଇ କୃଷ୍ଣ ଚରଣ ପତି ଓ ବିଘ୍ନେଶ୍ୱର ପତି , ଦୁଇ ପୁଅ ନଳିନୀ ଓ ନିରଞ୍ଜନ ପତି ଏବଂ ଝିଅ ଜ୍ୟୋତ୍ସ୍ନାରାଣୀ ଓ ଜାମାତା ବିଶ୍ୱଜିତ୍ ତ୍ରିପାଠୀ ଅଟନ୍ତି।

ଶୋକ ବୈଠକକୁ ସମ୍ବୋଧନ କରି ଗୁରୁମା ଡଃ ଅରୁନ୍ଧତୀ ଦେବୀ , ୱାଓସୋ ଓ ଆନ୍ତର୍ଜାତିକ ଶୋଭନୀୟ ଆନ୍ଦୋଳନ ତରଫରୁ ସ୍ୱର୍ଗତଃ ପତିଙ୍କର ଶାଶ୍ଵତ ଆତ୍ମାର ଚିର ଶାନ୍ତି ଓ ସଦଗତି କାମନା କରିଥିଲେ।

ୱାଓସୋର ଅଧ୍ୟକ୍ଷ କିଶୋର ଦ୍ଵିବେଦୀ, ସ୍ୱର୍ଗତଃ ପତି ଜଣେ ମହତ୍ ଆକାଂକ୍ଷା ସମ୍ପନ୍ନ ମହାମାନବ ଥିଲେ ବୋଲି ଉଲ୍ଲେଖ କରିଥିଲେ। ସ୍ୱର୍ଗତଃ ପତିଙ୍କର ବୋହୂ ଅଷ୍ଟ୍ରେଲିଆରେ ଅବସ୍ଥାପିତ ଚିକିତ୍ସକ ଏବଂ ୱାଓସୋର ମହିଳା ଶାଖାର ଉପସଭାପତି ଡଃ ପ୍ରଭାତୀ ପାଣିଗ୍ରାହୀ, ତାଙ୍କର ଶ୍ଵଶୁର ଜଣେ ଉଦାରମନା ଏବଂ ଯତ୍ନଶୀଳ ବ୍ୟକ୍ତିତ୍ଵ ଥିଲେ ବୋଲି ଦର୍ଶାଇଥିଲେ। ସ୍ୱର୍ଗତଃ ପତିଙ୍କ ସାନଭାଇ କୃଷ୍ଣ ଚରଣ ପତି , ତାଙ୍କୁ ଜଣେ ମହାନ୍ ପୁରୁଷର ଆଖ୍ୟା ଦେଇଥିଲେ। ୱାଓସୋର ଆନ୍ତର୍ଜାତିକ ଆବାହକ ଏବଂ ଋଷର ଓଡ଼ିଆ ସମାଜର ସଭାପତି ସନ୍ତୋଷ ମିଶ୍ର, ଶ୍ରୀ ପତିଙ୍କ ନିଧନକୁ ଏକ ଅପୂରଣୀୟ କ୍ଷତି ବୋଲି ବର୍ଣ୍ଣନା କରି ତାଙ୍କର ମୋକ୍ଷ ପାଇଁ ପ୍ରାର୍ଥନା କରିଥିଲେ।

ୱାଓସୋର ଆନ୍ତର୍ଜାତିକ ସଂଯୋଜକ ଅକ୍ଷୟ ମହାନ୍ତି, ମହାନୁଭବ ସ୍ୱର୍ଗତଃ ପତିଙ୍କର ଉପଯୁକ୍ତ ସ୍ମୃତିରକ୍ଷା ପାଇଁ ପ୍ରସ୍ତାବ ଦେଇଥିଲେ। ୱାଓସୋର ମହାସଚିବ ଶିବରଞ୍ଜନ ବିଶ୍ବାଳ, ୟୁ.କେ ଓଡ଼ିଶା ସମାଜ ତରଫରୁ ଶ୍ରଦ୍ଧାସୁମନ ଅର୍ପଣ କରି, ସେ ଜଣେ ଅତ୍ୟନ୍ତ ନିରୀହ ଓ ନମ୍ର ସ୍ୱଭାବର ବ୍ୟକ୍ତି ଥିଲେ ବୋଲି ସୂଚାଇଥିଲେ। ୱାଓସୋର ଭାରତ ଅଧ୍ୟାୟର ଉପସଭାପତି ରବି ମହାପାତ୍ର, ରେଳବାଇ ତରଫରୁ ତାଙ୍କପ୍ରତି ଶ୍ରଦ୍ଧା ନିବେଦନ କରିଥିଲେ। ଲଣ୍ଡନସ୍ଥିତ ଶ୍ରୀ ଜଗନ୍ନାଥ ସେବା ଟ୍ରଷ୍ଟର ସମ୍ପାଦକ ଡଃ ପ୍ରକାଶ ଦେ, ସ୍ୱର୍ଗତଃ ପତିଙ୍କର ସୁକର୍ମ, ସଦାଚାର ଏବଂ ଆଶୀର୍ବାଦକୁ ପାଥେୟ କରି ଆମେ ସମାଜସେବା ଜାରି ରଖିବା ହିଁ ତାଙ୍କ ପ୍ରତି ସଠିକ୍ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଥିଲେ। ୱାଓସୋର ପ୍ରଧାନ ପ୍ରୋତ୍ସାହକ ପ୍ରିତୀଶ ଦାଶ, ମହିଳା ଶାଖାର ଉପସଭାପତି ରିତା ପାତ୍ର, ଯୁଗ୍ମ ମହାସଚିବ ଡଃ ସିତାଂଶୁ ଶେଖର ନନ୍ଦ, ସାଂସ୍କୃତିକ ସାଧାରଣ ସଂପାଦକ କାବେରୀ ବେହେରା ଏବଂ ବରିଷ୍ଠ ସଦସ୍ୟ ସତ୍ୟବ୍ରତ ମହାନ୍ତି ମଧ୍ୟ ଏହି ଅବସରରେ ଦିବଂଗତ ଆତ୍ମା ଉଦ୍ଦେଶ୍ୟରେ ସେମାନଙ୍କର ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ଧୀରେନ୍ଦ୍ର କର, ସୁଜିତ କୁମାର ପରିଚ୍ଛା, ବିଘ୍ନେଶ୍ୱର ପତି ଓ ଡଃ ସ୍ନିଗ୍ଧା ମିଶ୍ର ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।

Related Post

ରକ୍ତଭିଜା ବ୍ୟାଣ୍ଡେଜ ମିଳିଲା ଅନ୍‌ଲାଇନ୍‌ ଫୁଡ ଅଡରିଙ୍ଗ ଓ ଡେଲିଭରି ପ୍ଲାଟଫାର୍ମ ସୁଇଗି ଜରିଆରେ ମଗାଇଥିବା ଖାଦ୍ୟରେ

Posted by - February 12, 2019 0
ଚେନ୍ନାଇରେ ରହୁଥିବା ବାଲମୁରୁଗନ୍‌ ଦିନଦୟାଲନଙ୍କ ଖାଦ୍ୟରେ ବାହାରିଥିବା ରକ୍ତଭିଜା ବ୍ୟାଣ୍ଡେଜକୁ ନେଇ ଫେସ୍‌ବୁକ୍‌ରେ ପୋଷ୍ଟ କରି ଲେଖିଛନ୍ତି, ଗତ ରବିବାର ସେ ସୁଇଗି ଆପ୍‌ ଜରିଆରେ ଚାପ୍‌…

ବେଙ୍ଗାଲୁରୁରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ଗଣେଶ ପୂଜା ପାଇଁ ବ୍ୟାପକ ପ୍ରସ୍ତୁତି

Posted by - August 28, 2022 0
ବେଙ୍ଗାଲୁରୁ: ୨୭.୦୮ ପ୍ରବାସୀ ଓଡ଼ିଆମାନଙ୍କ ତରଫରୁ ବେଙ୍ଗାଲୁରୁଠାରେ ଗଣେଶ ପୂଜା ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଜଣାଯାଇଛି। ଭାରତର ବଗିଚା ନଗରୀଠାରେ ଓଡ଼ିଶା ପୂଜା କମିଟି…

ଆଦିବାସୀ ସମାଜ ପ୍ରତି ଅସମ୍ମାନ ଜନକ ପ୍ରଦର୍ଶନ ଅଭିଯୋଗ ,ବଲିଉଡ ଅଭିନେତ୍ରୀ ରାଖି ସାୱନ୍ତଙ୍କ ବିରୁଦ୍ଧରେ ଏସ୍ ସି-ଏସ୍ ଟି ଥାନାରେ ଲିଖିତ ଅଭିଯୋଗ

Posted by - May 27, 2022 0
ଭୁବନେଶ୍ଵର (ବ୍ୟୁରେ।) : ବଲିଉଡ ଅଭିନେତ୍ରୀ ରାଖୀ ସାୱନ୍ତ ବିଭିନ୍ନ ସମୟରେ ଅନେକ ବିବାଦୀୟ ମନ୍ତବ୍ୟ ଦେଇ ଗଣମାଧ୍ୟମ ରେ ଆଲୋଚନା ଓ ସମାଲୋଚନା ର ପାତ୍ର…

ବିସ୍ମୟ ସ୍ରୁଷ୍ଟି କଲା ହିମାଳୟ ଗ୍ଲାସିଅର୍, ଅଚାନକ ପରିବର୍ତ୍ତନ କଲା ମାର୍ଗ

Posted by - December 20, 2021 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ଆଧୁନିକ ଯୁଗର ବିକାଶ ପାଇଁ ବିପର୍ଯ୍ଯସ୍ତ ହୋଇପଡ଼ିଛି ବିଶ୍ଵ ପରିବେଶ। ଦିନ ପ୍ରତିଦିନ ଏହାର ପ୍ରତିକୂଳ ପ୍ରଭାବ ମଣିଷ ଓ ଜୀବଜନ୍ତୁ ସମେତ ଉଭୟ…

ପ୍ରବାସୀ ଓଡ଼ିଆ ନେତୃବୃନ୍ଦଙ୍କୁ ବିଶ୍ୱ ଓଡ଼ିଶା ସମାଜ ପକ୍ଷରୁ ସମ୍ବର୍ଦ୍ଧନା

Posted by - February 5, 2022 0
ଭୁବନେଶ୍ୱର: ୩୦ା୧ : ନିକଟରେ ଓଡ଼ିଶା ଗସ୍ତରେ ଆସିଥିବା ବିଶ୍ୱ ଓଡ଼ିଶା ସମାଜ (ବିଓସ)ର କର୍ମକର୍ତ୍ତା, ସଦସ୍ୟ ଓ ଶୁଭେଚ୍ଛୁମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା…