ଉଠାଦୋକାନି‌ଙ୍କ କବଜାରେ ଭବାନିପାଟଣା ସହରର ରାସ୍ତା: ଟ୍ରାଫିକ ସମସ୍ୟା ରେ ସହରବାସୀ ହନ୍ତସନ୍ତ

118 0

‌ଭୁବନେଶ୍ଵର/କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲାର ସଦରମହକୁମା ଭବାନିପାଟଣା ଏକ ଜନବହୁଳ ବହୁ ପୁରାତନ ସହର ଭାବେ ପରିଚିତ l ତେବେ ସମୟ ସହ ତାଲ ଦେଇ ଏହି ପୁରାତନ ସହର ନିଜର କାୟା ବିସ୍ତାର କରିଚାଲିଥିବା ବେଳେ ସହରର ଜନସଂଖ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l ଅନ୍ୟ ପକ୍ଷରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପ୍ରତିଦିନ ହଜାର ହଜାର ଲୋକ ଜିଲ୍ଲା ସଦରମହକୁମାକୁ‌ ନିଜ ନିଜ କାମ‌ ପାଇଁ ଆସିଥାନ୍ତି l ଜନସଂଖ୍ୟା ସହ ଜାନବାହାନ ସଂଖ୍ଯା ମଧ୍ୟ ବହୁ ଗୁଣରେ ବୃଦ୍ଧି ପାଇଥିବାରୁ ସରହରରେ ଟ୍ରାଫିକ ସମସ୍ୟା ଉତ୍କଟ ହେଲାଣି l

ବୋଝ ଉପରେ ନଲିତା ବିଡା ସଦ୍ରୁଶ ସହରର ବିଭିନ୍ନ ସ୍ଥାନରେ ଉଠା ପରିବା ଓ ଅନ୍ୟ ଉଠା ଦୋକାନି ଙ୍କ ସକାସେ ଲୋକେ ଟ୍ରାଫିକ ସମସ୍ୟା ର ସମ୍ମୁଖିନ ହୋଇ ନାହି ନ‌ଥିବା ଅସୁବିଧା ରେ ପଡୁଛନ୍ତି l ବିଭିନ୍ନ ସମୟରେ ଅନେକ ଦୁର୍ଘଟଣା ମଧ୍ୟ ଘଟୁଥିବା ପରିଲକ୍ଷିତ ହେଉଛି। ପ୍ରତିଦିନ ସହରର ମୁଖ୍ୟତଃ ଗାନ୍ଧି ଛକରୁ ଷ୍ତେଚ୍ୟୁ ଛକ ପର୍ଜ୍ୟନ୍ତ ,ଗାନ୍ଧି ମାର୍ଗ ର ଉଭୟ ପାର୍ଶ୍ବରେ ତଥା ମାଣିକେଶ୍ଵରୀ ହାଇସ୍କୁଲ ଛକ ରୁ ପୁରୁଣା ସିନେମାହଲ୍ ଛକ ପର୍ଯ୍ଯନ୍ତ ରାସ୍ତାର ଉଭୟ ପାର୍ଶ୍ଵରେ ଉଠା ପରିବା ଦୋକାନି ଙ୍କ କବଜା ରହୁଥିବାରୁ ଜାନବାହାନ ଯିବା ଆସିବା ତ ବହୁ ଦୁରର କଥା ଲୋକେ ଚାଲିକି ବି ଯିବା ଆସିବା କରିବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l

ଏହି ସମସ୍ୟାର ସମାଧାନ ସକାସେ ଗତ ୨୦୧୭-୧୮ ମସିହାରେ ଭବାନିପାଟଣା ସହରର କଲେଜ୍ ଛକରେ ୬ ଟି,ବ୍ୟାଙ୍କ୍ ଛକରେ ୧୭ ଟି,ଇରିଗେସନ୍ କଲୋନି ଛକରେ ୧୩ ଟି,ମାଣିକେଶ୍ଵରୀ ହାଇସ୍କୁଲ ଛକ ରେ ୮ ଟି ଓ ମେଡିକାଲ୍ ଛକରେ ୪୪ ଟି କ୍ୟାବିନ୍ ନିର୍ମାଣ କରି ଭେଣ୍ଡିଂ ଜୋନ୍ ପ୍ରସ୍ତୁତ କରିଏହି ସମସ୍ତ ଉଠା ଦୋକାନି ମାନଙ୍କୁ ଥଇଥାନ କରିବା ବ୍ୟବସ୍ଥା କରୁଥିଲା ଭବାନିପାଟଣା ପୌର ପାଲିକା l

ତେବେ ପୌର ପାଲିକା ନିଦାବିଷ୍ନୁ ସାଜିଥିବା ବେଲେ ଉଠା ଦୋକାନି ଙ୍କ୍ ତରଫରୁ କ୍ୟାବିନ୍ ପ୍ରଦାନ କରାଯିବା ପାଇଁ ବାରମ୍ବାର ନିବେଦନ କରାଯାଇ ଥିବା ତଥା ବିଭାଗିୟ ଅଧିକାରି ଏଥିପ୍ରତି କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ହୋଇଛି l ଫଳରେ ନିର୍ମାଣ ଜରାଜାଇଥିବା କ୍ୟାବିନ୍ ଗୁଡିକ ନଷ୍ଟ ହେବାକୁ ବସିଥିବା ବେଲେ ସହରର ଟ୍ରାଫିକ ସମସ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି l ଏନେଇ ନବନିର୍ବାଚିତ ପୌରାଧକ୍ଷ୍ୟା ଶ୍ରୀମତୀ ସଂଯୁକ୍ତା ବେହେରା ଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଯଥାଶୀଘ୍ର ସମସ୍ୟାର ସମାଧାନ ଜରାଜାଇ ଉଠା ଦୋକାନି ମାନଙ୍କୁ ଥଇଥାନ କରାଯିବ ବୋଲି ଜଣାଇଛନ୍ତି l

Related Post

ସମ୍ଭାବ୍ୟ ତୃତୀୟ ଲହର କରୋନା ମୁକାବିଲା ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଳା ପ୍ରଶାସନ ସମ୍ପୂର୍ଣ ପ୍ରସ୍ତୁତ

Posted by - January 11, 2022 0
ସୋନପୁର:(ଅଜିତ କୁମାର ପୁଝାରୀ)କରୋନା ର ତୃତୀୟ ଲହର ଓମିକ୍ରନର ସଫଳ ମୁକାବିଲା କରିବା ପାଈଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି l ଏହି…

ଓଡିଶା ବାସୀ ସାହାସିକତା ସହ ବାତ୍ୟା ଅମ୍ଫାନକୁ ସାମ୍ନା କଲେ :- ପ୍ରଧାନମନ୍ତ୍ରୀ

Posted by - May 21, 2020 18
ଭୁବନେଶ୍ବର :ଅମ୍ପନ ବାତ୍ୟାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଶ୍ୱସନା ଦେଇଛନ୍ତି। ରାଜ୍ୟବାସୀ ଯେପରି ଭାବେ ସାହସର ସହ ବାତ୍ୟାର ମୁକାବିଲା କଲେ, ସେଲାଗି ଓଡ଼ିଶାବାସୀଙ୍କୁ ମୋଦି…

ଇ-ଶ୍ରମକାର୍ଡ ପାଇଁ ଲୋକଙ୍କୁ ଲୁଟୁଛନ୍ତି ଜନସେବା କେନ୍ଦ୍ର

Posted by - October 1, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ସରକାରୀ ଯୋଜନାରେ ସାଧାରଣ ଜନତାଙ୍କୁ ଅସାଧୁ ଙ୍କ ଚାଲିଛି ହରିଲୁଟ!କେନ୍ଦ୍ର ସରକାର ଅଣ ସଂଗଠିତ ଶ୍ରମିକ ଙ୍କ ପାଇଁ ଇ-ଶ୍ରମକାର୍ଡ ପ୍ରଚଳିତ କରିଛନ୍ତି ।ଯେଉଁ ଥିରେ ବିଭିନ୍ନ…