ବୌଦ୍ଧ ଜିଲାପରିଷଦ ବୈଠକ

214 0

ବୌଦ୍ଧ:(ଚିତ୍ତ ରଂଜନ ସିଂ) ବୌଦ୍ଧ ଜିଲା ପରିଷଦ ବୈଠକ ପଞ୍ଚାୟତ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିଥି ଭାବରେ ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ ଓ କଣ୍ଟାମାଳ ବିଧାୟକ ମହୀଧର ରଣା ଯୋଗଦେଇଥିଲେ । ଜିଲାପାଳ ଲଲାଟେନ୍ଦୁ ମିଶ୍ର ବୈଠକରେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଜିଲାରେ ଚାଲିଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପ ସଂପର୍କରେ ବିଷଦ ବିବରଣୀ ପ୍ରଦାନ କରିଥିଲେ । ବୈଠକରେ ବିଭିନ୍ନ ବିଭାଗୀୟ ସମୀକ୍ଷା କରାଯିବା ସହିତ ଅଧାରେ ରହିଥିବା ପ୍ରକଳ୍ପ ଗୁଡିକ ତୁରନ୍ତ ସଂପୁର୍ଣ୍ଣ କରାଯିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ବୈଠକରେ ଦିଆଯାଇଥିବା ସୂଚନା ମୁତାବକ ମନରେଗା ଯୋଜନାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୨୫୨୦୩୯୩ ଲକ୍ଷ ଶ୍ରମ ଦିବସ ସୃଷ୍ଟି ପାଇଁ ଅଟକଳ ଧାର୍ଯ୍ୟ କରାଯାଇଥିବାବେଳେ ଅଦ୍ୟାବଧି ୧୭୯୩୧୨ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରାଯାଇଛି ।

ଏଥିପାଇଁ ୯୮୮୪ ୯୮୧୩୫ କୋଟି ବ୍ୟୟ ଅଟକଳ କରାଯାଇଥିବାବେଳେ ଏପର୍ଯ୍ୟନ୍ତ ୪୪୦୨୪୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । କୃଷିକ୍ଷେତ୍ର ପୋଖରୀ ଖନନ ଯୋଜନାରେ ବୌଦ୍ଧ ବ୍ଲକ କୁ ୬୪ ଗୋଟି ହରଭଙ୍ଗା ବ୍ଲକକୁ ୭୨ ଗୋଟି ଏବଂ କଣ୍ଟାମାଳ ବ୍ଲକକୁ ୧୬୫ ଗୋଟି ପ୍ରକଳ୍ପ ଏହିପରି ମୋଟ ୩୦୩ ଗୋଟି କୃଷିକ୍ଷେତ୍ର ପୋଖରୀ ଖନନ ପାଇଁ ମଂଜୁର କରାଯାଇଛି । ଭୂମି ଉନ୍ନତିକରଣ ଯୋଜନାରେ ହରଭଙ୍ଗା ବ୍ଲକ ପାଇଁ ୧୦ ଗୋଟି ପ୍ରକଲ୍ପ ମଂଜୁରୀ ଦିଆଯାଇ କାର୍ଯ୍ୟ ଚାଲୁରହିଛି । ମନରେଗା ଯୋଜନାରେ ଖେଳପଡିଆ ନିର୍ମାଣ ପାଇଁ ହରଭଙ୍ଗା ବ୍ଲକରେ ୩ ଗୋଟି ଏବଂ କଣ୍ଟାମାଳ ବ୍ଲକରେ ଗୋଟିଏ ପ୍ରକଳ୍ପକୁ ମଂଜୁରୀ ଦିଆଯାଇ କାର୍ଯ୍ୟ ଚାଲୁଅଛି ।

ସେହିପରି ଗ୍ରାମାଂଚଳ ପାର୍କ ଯୋଜନାରେ ହରଭଙ୍ଗା ଓ କଣ୍ଟାମାଳ ବ୍ଲକରେ ଗୋଟିଏ ଲେଖାଏଁ ପ୍ରକଳ୍ପକୁ ମଂଜୁରୀ ଦିଆଯାଇ କାର୍ଯ୍ୟ ଚାଲୁଅଛି । ଗ୍ରେଡ ୧ ରାସ୍ତା ଉନ୍ନତିକରଣ ଯୋଜନାରେ ବର୍ତ୍ତମାନ ସୁଧା ବୌଦ୍ଧ ବ୍ଲକରେ ୨୧ ଗୋଟି ହରଭଙ୍ଗା ବ୍ଲକରେ ୨ ଗୋଟି ଓ କଣ୍ଟାମାଳ ବ୍ଲକରେ ୭ ଗୋଟି ଏହିପରି ମୋଟ ୩୦ ଗୋଟି ପ୍ରକଳ୍ପ କାର୍ଯ୍ୟ ଚାଲୁରହିଛି । ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଏପର୍ଯ୍ୟନ୍ତ ୯୨୮୦ ଗୋଟି ଗୃହ ନିର୍ମାଣ ପାଇଁ ଲକ୍ଷଧାର୍ଯ୍ୟ କରାଯାଇଥିବାବେଳେ ସେଥିମଧ୍ୟରୁ ୮୭୭୧ ଗୋଟି ଗୃହ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ବୈଠକରେ ଆଲୋଚନା ପାଇଁ ସମସ୍ତ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଉନଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦର ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, ଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେରଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦର ସଭ୍ୟସଭ୍ୟା ବ୍ଲକ ଅଧ୍ୟକ୍ଷ ଅଧ୍ୟକ୍ଷା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Related Post

ଯାଜପୁର ରେ ଚିହ୍ନଟ ଆକ୍ରାନ୍ତ ଙ୍କ ମଧ୍ୟରୁ ସୁପର ସ୍ପ୍ରେଡର ଥିବାର ଆଶଙ୍କା

Posted by - April 24, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲାରେ ଚିନ୍ତା ଜନକ ରହିଛି କୋରୋନା। ବର୍ତ୍ତମାନ ସୁଦ୍ଧା ୧୨ ଜଣ କୋରୋନା ରୋଗୀ ଚିହ୍ନଟ ହୋଇସାରିଛନ୍ତି। ଚିହ୍ନଟ ଆକ୍ରାନ୍ତ ଙ୍କ…

ମୃତଦେହ ରଖି ରାସ୍ତା ଅବରୋଧ

Posted by - January 23, 2020 0
ମୟୂରଭଞ୍ଜ:(ସୀତାରାମ ଦୀକ୍ଷିତ)ବାରିପଦା-ଚିତ୍ରଡା ମୁଖ୍ୟ ରାସ୍ତାର ଜାମ୍ଭୀରଡ଼ିହା ଛକ ଠାରେ ଅବରୋଧ। ଯାତାୟାତ ସମ୍ପୁର୍ଣ୍ଣ ପ୍ରଭାବିତ ହୋଇ ବନ୍ଦ ରହିଛି। ତେବେ ଗତ 20 ତାରିଖରେ ବାରିପଦା ସଦରଥାନା…

ଫ୍ରେଣ୍ଡସିଫ୍ କ୍ଲବ୍ ବୌଦ୍ଧ ର ପ୍ରଥମ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଛି

Posted by - July 26, 2021 0
ବୌଦ୍ଧ:(ଚିତ୍ତରଂଜନ ସିଂ)ଏଥିରେ ୨୦୨୦ ୨୧ ବର୍ଷ ରେ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ଆଲୋଚନା ହେବା ସହିତ, ଆଗାମୀ ଦିନରେ ସମାଜର ହିତରେ କାର୍ଯ୍ୟକ୍ରମ କୁ ହାତକୁ…

ବିରଜା ମନ୍ଦିର ପରିସରରେ ଗ୍ଲୋବାଲ ପିସ ଫାଉଣ୍ଡେସନ ପକ୍ଷରୁ ଦୀପ ଦାନ

Posted by - March 7, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ୟୁକ୍ରେନ ଉପରେ ରୁଷ ଆକ୍ରମଣ କୁ ନେଇ ବିଶ୍ୱରେ ଆସନ୍ତି ଦେଖା ଦେଇଛି।ଏହାର ପ୍ରତିବାଦରେ ଯାଜପୁର ବିରଜା ମନ୍ଦିର ପରିସରରେ ଗ୍ଲୋବାଲ…

ଟିଟିଲାଗଡ ଲାୟନ୍ସକ୍ଲବ ତରଫରୁ ଅକ୍ସିଜେନ କନସର୍ନଟ୍ରେଟର ବ୍ୟାଙ୍କ ଲୋକାର୍ପିତ

Posted by - October 26, 2021 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)କୋଭିଡ ସଂକ୍ରମଣ ସମୟରେ ଅକ୍ସିଯେନର ଘୋର ଅଭାବ ଦେଖାଦେଇଥିଲା, ସରକାର ସମେତ ବହୁତ ସ୍ୱେଚ୍ଛାସେବି ସଙ୍ଗଠନ ଲୋକଙ୍କୁ ଅକ୍ସିଯେନ ଯୋଗାଇବାରେ ଆଗକୁ ସାହାଯ୍ୟର ହାତ…