Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ବୁଦ୍ଧଙ୍କ ନାମରେ ନାମିତ ବୌଦ୍ଧଜିଲ୍ଲା, ବୁଦ୍ଧ ଜୟନ୍ତୀ ମହାସମାରୋହରେ ପାଳନ କରିବାକୁ ନିଷ୍ପତି

125 0

ବୌଦ୍ଧ: (ଚିତ୍ତ ରଂଜନ ସିଂ) ପ୍ରତିବର୍ଷ ବୁଦ୍ଧ ଜୟନ୍ତୀ କମିଟି ତରଫରୁ ବୁଦ୍ଧ ଜୟନ୍ତୀ ପାଳନ କରାଯାଉଥିବା ବେଳେ ଗତ ୨ବର୍ଷ କୋଭିଡ କଟକଣା ଯୋଗୁଁ ସାଧାରଣ ଭାବେ ପାଳନ କରାଯାଇଥିଲା । ଗତବର୍ଷ ବୌଦ୍ଧଜିଲ୍ଲା ପ୍ରଶାସନର ଉଦ୍ୟମରେ ବୁଦ୍ଧ ଜୟନ୍ତୀ ଦିନକୁ ଜିଲ୍ଲାରେ ସରକାରୀ ଛୁଟି ଘୋଷଣା କରାଯାଇଥିବା ବେଳେ ଚଳିତବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ବୁଦ୍ଧ ପୁର୍ଣ୍ଣିମାକୁ ସରକାରୀ ଛୁଟି ଘୋଷଣା କରାଯାଇଅଛି । ଚଳିତ ବର୍ଷ ବୁଦ୍ଧ ଜୟନ୍ତୀ କମିଟି ପକ୍ଷରୁ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ପାଳନ କରିବା ପାଇଁ ଅନୁରୋଧ କରିବା ପରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକରେ ମହା ସମାରୋହରେ ପାଳନ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ବୁଦ୍ଧଙ୍କ ନାମରେ ନାମିତ ହୋଇଥିବା ବୌଦ୍ଧଜିଲ୍ଲାର ବିଭିନ୍ନ ପଂଚାୟତ କାର୍ଯ୍ୟାଳୟ ପରିସରରେ ନିର୍ବାଚିତ ପ୍ରତିନିଧିମାନଙ୍କ ନେତୃତ୍ୱରେ ଚଳିତ ବର୍ଷ ପ୍ରତିମୂର୍ତି ଏବଂ ଆସନ୍ତା ବର୍ଷ ପଥରର ପ୍ରତିମୂର୍ତି ସ୍ଥାପନ କରିବା ପାଇଁ ଅନୁରୋଧ କରାଯାଇଥିଲା ।

ବୁଦ୍ଧ ଜୟନ୍ତୀ କମିଟି ତରଫରୁ ବିଭିନ୍ନ କାର୍ଯ୍ୟାଳୟର ମୁଖ୍ୟ ଦ୍ୱାରରେ ବୁଦ୍ଧଙ୍କ ପ୍ରତିମୂର୍ତି ସ୍ଥାପନା କରିବା ପାଇଁ ପ୍ରସ୍ତାବ ଆଗତ କରାଯାଥିଲା । ବୌଦ୍ଧଜିଲ୍ଲାର ପ୍ରବେଶ ଦ୍ୱାରର ଉଭୟ ପଟରେ ଆସନ୍ତା ବୁଦ୍ଧ ଜୟନ୍ତୀ ଦିନ ବୁଦ୍ଧ କିର୍ତୀରାଜୀ ଏବଂ ବୌଦ୍ଧଗଡ ଏନ୍‌.ଏ.ସି. ଏବଂ ତିନି ବ୍ଲକର କାର୍ଯ୍ୟାଳୟ ପରିସରରେ ବୁଦ୍ଧଙ୍କ ପ୍ରତିମା ସ୍ଥାପନ କରିବା ପାଇଁ ଚେୟାରମ୍ୟାନମାନଙ୍କୁ ଅନୁରୋଧ କରାଯାଇଥିଲା ।  ବୌଦ୍ଧଗଡ ବିଜ୍ଞାପିତ ଅଂଚଳ ପରିଷଦ ପରିସରରେ ଚେୟାରମ୍ୟାନ ମୃତ୍ୟୁଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ବୁଦ୍ଧ ଜୟନ୍ତୀ କମିଟିର ସଦସ୍ୟମାନଙ୍କ ସହିତ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୧୬ ତାରିଖ ଦିନ ସକାଳ ସମୟରେ ପ୍ରତ୍ୟେକ କୀର୍ତିରାଜୀରେ ପୁଜାଧ୍ୱଜା କରିବା ସହିତ ସଂଧ୍ୟାରେ ବୌଦ୍ଧ ସହରର ରାମନାଥ ମନ୍ଦିର ପରିସରରୁ ଏକ ଶାନ୍ତି ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ବୁଦ୍ଧ ପାର୍କଠାରେ ଏକ ସାଧାରଣ ସଭା ଆୟୋଜନ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।

ସଂଧ୍ୟାରେ ବୌଦ୍ଧଜିଲ୍ଲାର ବିଭିନ୍ନ ସ୍ଥାନରେ ଦୀପଦାନ କରିବା ପାଇଁ ଅନୁରୋଧ କରାଯାଇଛି । ଶ୍ୟାମସୁନ୍ଦରପୁର ଓ ପରଗଳପୁର ଠାରେ ରହିଥିବା ଐତିହାସିକ କୀର୍ତିରାଜୀ ପରିସରରେ ମହା ସମାରୋହରେ ପାଳନ କରିବା ପାଇଁ ବୈଠକରେ ଚୂଡାନ୍ତ ହୋଇଥିବା ପ୍ରକାଶ ପାଇଛି । ଏହି ବୈଠକରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକୃ ସ୍ୱାଇଁ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂ ଉପସ୍ଥିତ ରହିଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପରିସରରେ ଅନୁଷ୍ଠିତ ଜିଲ୍ଲା ପରିଷଦ ସଭାରେ ସଦସ୍ୟ ବିଶ୍ୱଜିତ୍ ମିଶ୍ର ବୁଦ୍ଧ ଜୟନ୍ତୀ ପାଳନ କରିବା ପାଇଁ ପ୍ରସ୍ତାବ ଦେବାପରେ ସର୍ବସମ୍ମତି କ୍ରମେ ଗୃହିତ ହୋଇଥିଲା । ସଂଧ୍ୟାରେ ବୁଦ୍ଧ ଜୟନ୍ତୀ କମିଟି ପକ୍ଷରୁ ଅନୁଷ୍ଠିତ ବୈଠକରେ ମହା ସମାରୋହରେ ପାଳନ କରିବା ପାଇଁ ଆଲୋଚନା କରାଯାଇଥିଲା ।

Related Post

ଗମ୍ଭାରି ଗାଁ ର ଗ୍ରାମ୍ୟ କବି ରତ୍ନ ଚୂଡ଼ାମଣି ପାଣିଗ୍ରାହୀ ଙ୍କ ବିଯୋଗ

Posted by - December 16, 2021 0
ପାଟଣାଗଡ଼ ୧୫/୧୨(ତାପସ ରଞ୍ଜନ ବେହେରା) ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଲକ ଗମ୍ଭରି ଗାଁ ର ଅବସର ଶିକ୍ଷକ ତଥା ଗ୍ରାମ୍ୟ କବିରତ୍ନ ଚୂଡ଼ାମଣି ପାଣିଗ୍ରାହି (୭୧) ଙ୍କ…

ପାଟଣାଗଡ଼ ବ୍ଲକ ସ୍ଥିତ ରହେନମାଲ ପଲ୍ଲି ବିକାଶ ଉଚ୍ଚ ବିଦ୍ୟାଳୟ ଠାରେ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର

Posted by - September 25, 2022 0
ପାଟଣାଗଡ଼ : (ତାପସ ରଞ୍ଜନ ବେହେରା) ପୁସ୍ତକ ପଠନରେ ବୟସର ତାରତମ୍ୟ ନାହିଁ, ପୁସ୍ତକ ହିଁ ଜ୍ଞାନର ବିକାଶ କରେ। ପୁସ୍ତକ ହିଁ ଛାତ୍ର ଛାତ୍ରୀ ମାନଙ୍କର…

ବାଲିକୁଟି ପଞ୍ଚାୟତ ସଭାଗୃହରେ ମାଛ ଚାଷ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

Posted by - December 13, 2021 0
ବାଲେଶ୍ଵର: ସରକାର ବେକାରୀ ଯୁବକ ଯୁବତୀ ଏବଂ ସ୍ୱୟଂ ସହାୟକ ମହିଳା ଗୋଷ୍ଠିର ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରି ଏହାର…

ଜଙ୍ଗଲରେ ମଖନା ହାତୀର ସଦେହ ଜନକ ଭାବେ ମୃତ୍ୟୁ

Posted by - June 21, 2020 0
ଅନୁଗୁଳ:(ମହେଶ ଭୋମରାଜ )ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳର ଛେଣ୍ଡିପଦା ଗୋଡିମରା ଜଙ୍ଗଲରେ ଏକ ମଖନା ହାତୀର ସଦେହ ଜନକ ଭାବେ ମୃତ୍ୟୁ ହୋଈଛି ।ଗତ ରାତିରେ ଏହି…