ରାହୁଲଙ୍କ ଚେତାବନୀ, ବିଶୃଙ୍ଖଳା କୁ ବରଦାସ୍ତ କରାଯିବ ନାହିଁ, କଂଗ୍ରେସ ଦଳରେ ଚାପ। ଗୁଞ୍ଜରଣ

144 0

ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଓଡିଶାରେ ବିଜୁ ଜନତା ଦଳ ର ମୂଳଦୁଆ ଏତେ ମଜଭୁତ ହୋଇଯାଇଛି ଯେ ବିରୋଧୀ ମାନଙ୍କ ରାଜନୈତିକ ଗୋଟି ଚାଳନା ଫେଲ ମାରୁଥିବା ବେଳେ ଓଡିଶାରେ ଉଭୟ କଂଗ୍ରେସ ଓ ବିଜେପି ର ପତିଆରା କ୍ରମାଗତଭାବେ ହ୍ରାସ ପାଇବାରେ ଲାଗିଛି। ବିଶେଷକରି ଉଭୟ ଦଳରେ ଲାଗିଥିବା ଗୋଷ୍ଠୀ କନ୍ଦଳ ଓ କ୍ଷମତା ଲାଳସା ତୀବ୍ର ହୋଇଥିବା ବେଳେ ଏହାର ଫାଇଦା ବିଜୁ ଜନତା ଦଳ କୁ ଯାଉଛି ବୋଲି ଆଲୋଚନା ହେଉଛି। ଓଡିଶା କଂଗ୍ରେସ ଦଳ ନେତାଙ୍କୁ ବର୍ତ୍ତମାନ ଦଳର ସୁପ୍ରିମୋ ରାହୁଲ ଗାନ୍ଧୀଙ୍କ ତାଗିଦ ବିଭିନ୍ନ ଗଣମାଧ୍ୟମରେ ଚର୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛି। ପି ସି ସି ସଭାପତି ଓ ଦଳର ସାଂଗଠନିକ ଆଲୋଚନା ପାଇଁ ଦିଲ୍ଲୀ ଯାଇଥିବା ଓଡିଶା କଂଗ୍ରେସ ନେତା ମାନଙ୍କୁ ରାହୁଲ ଗାନ୍ଧୀ କଡା ତାଗିଦ କରିବା ଘଟଣା ଦଳ ମଧ୍ୟରେ ଆଲୋଚନା ହେଉଛି।

 

 

ଦଳୀୟ ନେତାଙ୍କ ସହ ବସି ଆଲୋଚନା କରିବା ବଦଳରେ ଠିଆ ହୋଇ ସାମାନ୍ୟ ଆଲୋଚନା କରିବା ଘଟଣା କୁ କିଛି ନେତା ହଜମ କରିପାରୁନଥିବା ଶୁଣାଯାଉଛି। ବିଭିନ୍ନ ସମୟରେ ଗଣମାଧ୍ୟମରେ ଦଳୀୟ ନେତା ଙ୍କ ବିରୁଦ୍ଧରେ ମନ୍ତବ୍ଯ ରଖୁଥିବା ନେତାଙ୍କ ବିଶୃଙ୍ଖଳା କୁ ବରଦାସ୍ତ ବଦଳରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାହୁଲ କହିଥିବା ଜଣାପଡିଛି। ଅନ୍ୟ ପକ୍ଷରେ ପି ସି ସି ସଭାପତି ପଦବୀରୁ ନିରଞ୍ଜନ ପଟ୍ଟନାୟକ ୨୦୧୯ ମସିହାରୁ ଇସ୍ତଫା ଦେଇଥିଲେ ହେଁ ଏ ଆଇ ସି ସି ପକ୍ଷରୁ ତାହା ଏ ଯାବତ୍ ଗ୍ରହଣୀୟ ହୋଇନାହିଁ। ସେହିପରି ନିକଟ ଅତୀତରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଙ୍କ ବିରୁଦ୍ଧରେ କିଛି ବିଧାୟକ ମନ୍ତବ୍ଯ ଦେଇଥିଲେ।

 

ତାଙ୍କୁ ବଦଳାଇବାକୁ ଗଣମାଧ୍ୟମ ଜରିଆରେ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ଅଧିରାଜ ପାଣିଗ୍ରାହୀ ଙ୍କ ଦାବୀ ନେଇ ବିବାଦ ଦେଖା ଦେଇଥିଲା।ଏହି ଘଟଣା କୁ ଦୃଷ୍ଟିରେ ରଖି ସ୍ୱାଭୀମାନୀ ନରସିଂହ ମିଶ୍ର ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ, ଏ ସମ୍ପର୍କରେ ପରବର୍ତ୍ତୀ ସମୟରେ ଏ ଆଇ ସି ସି ବୈଠକରେ ଆଲୋଚନା ହୋଇଥିଲା। ଘଟଣାବଳୀ କୁ ରାହୁଲ ଗାନ୍ଧୀ ଗୁରୁତ୍ଵ ଦେଇଛନ୍ତି ବୋଲି କିଛି ନେତା କରୁଥିବା ବେଳେ ନେତାମାନଙ୍କୁ ବସିବାକୁ ସୁଯୋଗ ନ ଦେଇ ଠିଆ ଠିଆ ଆଲୋଚନା କରିବା ମାଧ୍ୟମରେ ରାହୁଲ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଏଭଳି ଆଲୋଚନାକୁ ମଧ୍ଯ କିଛି ନେତା ସହଜରେ ହଜମ କରିପାରୁ ନାହାନ୍ତି। ହେଲେ ଦଳରେ ଏ ଭଳି ସ୍ଥିତି ଲାଗିରହିଲେ କଂଗ୍ରେସ ପାଇଁ ବିପର୍ଯ୍ୟୟ ର କାରଣ ହେବାସହ ବିଜୁ ଜନତା ଦଳ ପାଇଁ ରାସ୍ତା ସୁଗମ ହେବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମାନେ ମତ ପ୍ରକାଶ କରିଛନ୍ତି।

Related Post

କୌଣସି ମତେ କ୍ରସର ଓ ପଥର କୁ୍ୱାରୀ ଚଲାଇ ଦିଆଯିବ ନାହିଁ ବୋଲି ସପଥ, କ୍ରସର ଚାଲିଲେ, ସ୍ଥିତି ଭୟାନକ 

Posted by - August 1, 2022 0
ବୌଦ୍ଧ:(ଚିତ ରଞ୍ଜନ ସିଂ ) ବୌଦ୍ଧ ଜିଲ୍ଲାପ୍ରଶାସନର ଘୋଷଣାପରେ ଆଜି ଖରଭୂଇଁଠାରେ ବନ୍ଦଥିବା କ୍ରସର ଓ ପଥର ଖାଦାନ ଗୁଡିକୁ କୌଣସି ପରିସ୍ଥିତିରେ କାର୍ଯ୍ୟକ୍ଷମ ନକରେଇବା ପାଇଁ…

ହରଭଙ୍ଗା ବ୍ଲକ ରେ ପାଳିତ ହେଲା ୭୫ ବର୍ଷ ସ୍ୱାଧୀନତା ଦିବସ

Posted by - August 15, 2021 0
ହରଭଙ୍ଗା:(ଚିତ୍ତରଂଜନସିଂ) ବୌଦ୍ଧ. ଭାରତ ସ୍ୱାଧୀନ ହେବାର ୭୫ ବର୍ଷ ଅବସରରେ ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ମହା ସମାରୋହରେ ପାଳିତ ହୋଇଛି ସ୍ୱାଧୀନତା ଦିବସ!ସରକାରୀ,…

ନିଜାମୁଦ୍ଦିନ୍‌ ଧର୍ମସଭାରେ ଓଡ଼ିଶାରୁ ୧୫ଜଣ,ଯାଜପୁର ଜିଲାର ଜଣେ ଚିହ୍ନଟ

Posted by - April 1, 2020 0
ଭୁବନେଶ୍ୱର:ନୂଆଦିଲ୍ଲୀର ନିଜାମୁଦ୍ଦିନ୍‌ଠାରେ ହୋଇଥିବା ମୁସଲମାନ୍‌ଙ୍କ ଧର୍ମସଭାରେ ଓଡ଼ିଶାରୁ ୧୫ଜଣ ଯୋଗଦେଇଥିତ୍ବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି। ତେବେ ପ୍ରକୃତପକ୍ଷେ ଓଡ଼ିଶାରୁ କେତେଜଣ ଯାଇଥିଲେ ତାହା ସରକାରଙ୍କ ପକ୍ଷରୁ…

ଛାତ୍ର ବିଜେଡିର ସାଙ୍ଗଠନିକ ପୁନର୍ଗଠନ, ଅବିନାଶ ହେଲେ କାର୍ଯ୍ୟକାରୀ ସଭାପତି

Posted by - August 22, 2022 0
ଭବାନୀପାଟଣା‌ :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଯୁବ କମିଟି ପରେ ଏବେ ଛାତ୍ର ବିଜେଡି ସାଂଗଠନିକ ପରିବର୍ତ୍ତନ କରାଯାଇଛି। ରାଜ୍ୟ…

ଅଷ୍ଟମୀ ପୂଜା ରେ ଶହସ୍ରାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ,ନୀଳଗିରି ରାଜବଂଶ ର କୁଳଦେବୀ ମା’ କନକ ଦୁର୍ଗା ଙ୍କ ପୀଠ ପୂଜା

Posted by - October 12, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ) ଶାରଦୀୟ ଦୁର୍ଗାପୂଜା ରେ ସମଗ୍ର ରାଜ୍ୟ ରେ ଦୂର୍ଗା ପୂଜା କୋଭିଡ କଟକଣା ମଧ୍ୟ ରେ, ପାଳିତ ହେଉଛି । ମନ୍ଦିର ଓ ପୀଠ…