ପୁରୁଣାକଟକ ପଂଚାୟତରେ ଲଟ୍ରି ମାଧ୍ୟମରେ ଦୋକାନ ଗୃହ ବଣ୍ଟନ

82 0

ବୌଦ୍ଧ :(ଚିତ୍ତ ରଂଜନ ସିଂ) ହରଭଙ୍ଗା ବ୍ଲକ ପୁରୁଣାକଟକ ପଞ୍ଚାୟତର ୬ ଟି ଦୋକାନଗୃହ ମଙ୍ଗଳବାର ଲଟେରୀ ମାଧ୍ୟମରେ ଆବଣ୍ଟନ କାରାଯାଇଛି । ଦୋକାନ ଗୃହ ପାଇଁ ୨୦ ଜଣ ଆବେଦନ କରିଥିବା ବେଳେ ୬ ଜଣ କୁ ଲଟେରୀ ମାଧ୍ୟମରେ ଦୋକାନ ଗୃହ ଆବଣ୍ଟନ କରାଯାଇଛି ।ଏଥିରେ ହରଭଙ୍ଗା ବ୍ଲକ ଜିପିଇଓ ଇନଚାର୍ଜ ବିରଞ୍ଚି ନାରାୟଣ ପଣ୍ଡା ଲଟେରୀ କାର୍ଯ୍ୟକ୍ରମ ରେ ଯୋଗଦେଇ ପାଞ୍ଚୟତ ଦୋକାନ ଗୃହ ଆବଣ୍ଟନ କରିଥିଲେ। ପୁରୁଣା କଟକ ସରପଞ୍ଚ ଅଶୋକ ସେଠିଙ୍କ ସଭାପତିତ୍ୱ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିଲେ ପିଇଓ ବିରଞ୍ଚି କାଳସାଏ ଉପସ୍ଥିତ ଥିଲେ । ମନୋଜ କୁମାର ସାହୁ, ଭଗବାନ ସାହୁ, ସୁମନ୍ତ ସାହୁ, ତୁଷାର କାନ୍ତ ସାହୁ, ଦୁର୍ଯ୍ୟୋଧନ ସେଠି, ଵିଷ୍ଣୁ ଚରଣ ବାରିକ ଲଟେରୀ ମାଧ୍ୟମରେ ଦୋକାନ ଗୃହ ପାଇଥିବା ସୂଚନା ମିଳିଛି।

Related Post

ଓମିକ୍ରୋନ ପାଇଁ ସଚେତନତା ଅଭିଯାନ

Posted by - January 7, 2022 0
ମାଲକାନଗିରି :(ଅବଦୁଲ ଗନି)ଆଜି କୁଡୁମୁଲୁଗୁମ୍ମା ବଜାରରେ ସ୍ଥାନୀୟ ତହସିଲ ପ୍ରଶାସନ ଓ ପୋଲିସ ପ୍ରଶାସନର ମିଳିତ ସହଯୋଗରେ ଏକ ସଚେତନତା ସୃଷ୍ଟି ଅଭିଯାନ ଆରମ୍ଭ ହୋଇଯାଇଛି ।…

ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ସମ୍ପୂର୍ଣ୍ଣ ପୋଡ଼ି ଭସ୍ମୀଭୂତ

Posted by - July 8, 2021 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି) ବରୀ ବ୍ଲକ କଳାମାଟିଆ ପଂଚାୟତ ର କଳାମାଟିଆ ଗ୍ରାମ ଅନ୍ତର୍ଗତ ଦଳିତ ସାହିରେ ଗତକାଲି ବିଳମ୍ବିତ ରାତ୍ରୀ ସମୟରେ ସନାତନ ମଲ୍ଲିକଙ୍କ ପୁଅ…