ସାମାଜିକ ଓ ମାନବିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟପାଳ ଙ୍କ ଦ୍ଵାରା ସମ୍ମାନିତ ହେଲେ ଅଶ୍ବିନୀ କୁମାର ପରିଡା

228 0

ଭୁବନେଶ୍ବର: (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ର ସୁଯୋଗ୍ୟ ସନ୍ତାନ ତଥା ବରିଷ୍ଠ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଶ୍ବିନୀ କୁମାର ପରିଡା, ଆଇ ଏ ଏସ୍, ସାମାଜିକ ଓ ମାନବିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମାନ୍ୟବର ରାଜ୍ୟପାଳ ଙ୍କ ଦ୍ଵାରା ସମ୍ମାନିତ ହୋଇଛନ୍ତି।  ବିଶ୍ଵ ରେଡକ୍ରସ ଦିବସ ଅବସରରେ ଶ୍ରୀଯୁକ୍ତ ପରିଡା ଙ୍କୁ ଆନ୍ଧ୍ରପ୍ରଦେଶ ର ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ଵଭୂଷଣ ହରିଚନ୍ଦନ ସମ୍ମାନିତ କରିଛନ୍ତି। ଶ୍ରୀଯୁକ୍ତ ପରିଡା ଲାଞ୍ଜିଗଡ଼ ବ୍ଳକ ବିଶ୍ଵନାଥପୁର ରେ ଜନ୍ମ ଗ୍ରହଣ କରିଥିବା ବେଳେ ତାଙ୍କ ନିଜ ଘର ନର୍ଲା ବ୍ଳକ ମୁସ୍କୁଟି ଗ୍ରାମ। କେସିଙ୍ଗା ହାଇ ସ୍କୁଲ ରେ ଶିକ୍ଷା ସମାପ୍ତ ପରେ କଳାହାଣ୍ଡି ମହାବିଦ୍ୟାଳୟ ଓ ପରେ ଦିଲ୍ଲୀ ୟୁନିଭରସିଟିରେ ପୋଷ୍ଟ ଗ୍ରାଜୁଏଟ୍ ଏବଂ ଯେ ଏନ୍ ୟୁ ରେ ଏମ୍ ଫିଲ୍ କରିଥିଲେ।

୧୯୮୦ ମସିହାରେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଦେଶର ବିଭିନ୍ନ ସ୍ଥାନରେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବରେ ପାରଦର୍ଶିତା ଦେଖାଇ ଆନ୍ଧ୍ରପ୍ରଦେଶ ର ମୁଖ୍ୟ ସଚିବ ପଦବୀ ଅଳଙ୍କୃତ ପରେ ଅବସର ଗ୍ରହଣ କରିଥିଲେ। ବର୍ତ୍ତମାନ ସେ ଆନ୍ଧ୍ରପ୍ରଦେଶ ର ପରିବେଶ ନିୟନ୍ତ୍ରଣ ବୋର୍ଡ ଅଧ୍ୟକ୍ଷ ଏବଂ ଭାରତୀୟ ରେଡକ୍ରସ ସୋସାଇଟି ର ଆନ୍ଧ୍ରପ୍ରଦେଶ ରାଜ୍ଯ ଶାଖା ର ସାଧାରଣ ସମ୍ପାଦକ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ଦାୟିତ୍ଵ ସମ୍ପାଦନ କରୁଛନ୍ତି।ଦେଶ ମାତୃକାର ସେବା ରେ ବ୍ରତୀ ଶ୍ରୀଯୁକ୍ତ ଅଶ୍ବିନୀ ପରିଡା ସମ୍ମାନୀତ ହୋଇଥିବା ରୁ ଜିଲ୍ଲା ତଥା ରାଜ୍ୟରେ ଖୁସିର ଲହରୀ ଖେଳିଯାଇଛି।

Related Post

ରେଙ୍ଗାଲି ସ୍ୱାଧୀନ ଏକତା ସଂଗଠନ ପକ୍ଷରୁ ରୁ ଶ୍ରଦ୍ଧାଞ୍ଜଳୀ

Posted by - December 10, 2021 0
ସମ୍ବଲପୁର: (ରମାକାନ୍ତ ବିଶ୍ବାଳ)ହେଲିକେପ୍ଟର ଦୁର୍ଘଟଣା ରେ ପ୍ରାଣ ହରାଇଥିବା ଭାରତର ପ୍ରଥମ ସିଏସଡି ଜେନେରାଲ ବିପିନ ରାୱତ ତଥା ତାଙ୍କ ପତ୍ନୀ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ…

ଟିଟିଲାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳାଙ୍କ ଆତ୍ମହୁତି ଉଦ୍ୟମ

Posted by - November 11, 2021 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ମହିଳା ନିଜ ଦେହରେ କିରୋସିନି ଢ଼ାଳି ଆତ୍ମହୁତି ଉଦ୍ୟମ କରୁଥିବା ସମୟରେ ପୋଲିସ କାବୁ କରି ଉକ୍ତ…

ମଲିକୁଦ ସାହାଜପିଟା ରାସ୍ତା ପ୍ରତି ପ୍ରଶାସନର ଶୁଭ ଦୃଷ୍ଟି ପଡୁ

Posted by - July 4, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ): କଣ୍ଟାମାଳ ବ୍ଲକ୍‌ର ଦୁର୍ଗମ ବରଗାଁ ପଞ୍ଚାୟତର ଅନେକ ଗାଁ ଗଣ୍ଡା ଜଙ୍ଗଲ ପରିବେଷ୍ଟିତ ଅଞ୍ଚଳରେ ରହିଥିବାବେଳେ ଅଞ୍ଚଳବାସୀ ବିଶେଷ କରି ନିଜ ପଞ୍ଚାୟତ ଭିତରେ…

ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

Posted by - August 19, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ସମ୍ବଲପୁର ଡ଼ଃ ସୁରେଶ ଚନ୍ଦ୍ର ଦଳେଇ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ରେ ଆସି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସହ ଅନ୍ୟାନ୍ୟ…

ସୁବର୍ଣ୍ଣପୁର ଜିଲ୍ଲାରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ

Posted by - April 11, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲାରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ I ଜିଲ୍ଲାର ବିନିକା ବ୍ଲକ ମହଦା ଗାଁ ନିକଟ ଜଙ୍ଗଲରେ ଏକ ଦନ୍ତା ହାତୀର…