ଲାଞ୍ଜିଗଡ଼ ବ୍ଳକ ରେ ଜିଲ୍ଲାପାଳ ଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ

187 0

ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଆଜି ସ୍ଥାନୀୟ ଲାଞ୍ଜିଗଡ଼ବ୍ଲକ ବିଶ୍ଵନାଥପୁର ବିଡିଓଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡ ଗାଭାଲି ପରାଗ ହର୍ଷଦ୍ ଙ୍କ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପି ଡି, ଡି ଆର୍ ଡି ଏ ଶ୍ରୀ ସୋମେଶ ଉପାଧ୍ୟାୟ, ଉପ ଜିଲ୍ଲାପାଳ ଭବାନୀପାଟଣା ଡ ବିଶ୍ୱଜିତ୍ ଦାସଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଓ ଲାଞ୍ଜିଗଡ଼ ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।ଏହି ଜନ ଶୁଣାଣି ଶିବିରରେ ମୋଟ୍ ୩୯୭ ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୩୪୦ଟି ବ୍ୟକ୍ତିଗତ ସମସ୍ୟା ଓ ୫୭ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ୬୨ଟି ଅଭିଯୋଗ ର ସମାଧାନ ତୁରନ୍ତ କରାଯାଇଥିଲା।

ଜନଶୁଣାଣୀ ଶିବିର ପୂର୍ବରୁ ଜିଲ୍ଲାପାଳ ଡ଼ ଗାଭାଲି ସାମାଜିକ ଗଣମାଧ୍ୟମ, ମେଲ୍ ଓ ପତ୍ର ମାଧ୍ୟମରେ ଆସିଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପୋର୍ଟାଲ,ଜନଶୁଣାଣୀ ପୋର୍ଟାଲ ତଥା ଜିଲ୍ଲାପାଳଙ୍କ ଅଫିସ୍ କୁ ଆସିଥିବା ଆବେଦନ ର ଅଭିଯୋଗ ଓ ସମସ୍ୟା ସମ୍ପୃକ୍ତ ଜିଲ୍ଲାର ବିଭାଗୀୟ ଅଧିକାରୀ ଠାରେ ପ୍ରାପ୍ତ ହୋଇଥିବା ଅଭିଯୋଗ ର ସମୀକ୍ଷା କରି ଏହାର ଅଗ୍ରଗତି ଓ ସମାଧାନ ଶୀଘ୍ର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅଭିଯୋଗ ମୁଖ୍ୟତଃ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପେନସନ,ରାସନ୍ କାର୍ଡ, ଭତ୍ତା,ପାନୀୟ ଜଳ ଉପରେ ଥିଲା।

Related Post

ଖପ୍ରାଖୋଲ ପୁଲିସର ଚଢାଉ ୧୫ ଦାଦନ ଶ୍ରମିକ ଉଦ୍ଧାର ,ତିନି କୋର୍ଟ ଚାଲାଣ

Posted by - December 21, 2021 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ ସୋମବାର ମଧ୍ଯାହ୍ନ ରେ ଚଢାଉ କରି ବେଆଇନ ଦାଦନ ଚାଲାଣ ବେଲେ ୧୫ ଦାଦନ ଶ୍ରମିକ ଉଦ୍ଧାର…

ବହୁମୁଖୀ ମହିଳା ଓ ପୁରୁଷ ମିଳିତ ସ୍ୱାସ୍ଥ୍ୟ କର୍ମୀ ସଙ୍ଘ ପକ୍ଷରୁ ଏକ ସଭା ଅନୁଷ୍ଠିତ 

Posted by - May 23, 2022 0
ଯାଜପୁର :(ଅନନ୍ଦ ଚାନ୍ଦ୍ର ଶହୁ )ଯାଜପୁର ଜ଼ିଲ୍ଲା ମା ମଣ୍ଡପରେ ବହୁମୁଖୀ ମହିଳା ଓ ପୁରୁଷ ମିଳିତ ସ୍ୱାସ୍ଥ୍ୟ କର୍ମୀ ସଙ୍ଘ ପକ୍ଷରୁ ଏକ ସଭା ଅନୁଷ୍ଠିତ…

ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ପରିଦର୍ଶନ କଲେ ପୂର୍ତ୍ତମନ୍ତ୍ରୀ , ଠିକାସଂସ୍ଥାକୁ ମେ ଶେଷ ସୁଦ୍ଧା କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ତାଗିତ

Posted by - April 29, 2022 0
ବୌଦ୍ଧ:(ଚିତ୍ତ ରଞ୍ଜନ ସିଂହ): ବୌଦ୍ଧ ଏବଂ ଅନୁଗୋଳ ଉଭୟ ଜିଲ୍ଲାକୁ ସଂଯୋଗ କରୁଥିବା ନିର୍ମାଣଧିନ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ପରିଦର୍ଶନ କଲେ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ।ମନ୍ତ୍ରୀ…

ଫୁର୍ଲିଝରଣ ପାଣିରେ ବୁଡି ପର୍ଯ୍ୟଟକ ମୃତ

Posted by - December 24, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଫୁରୁଳିଝରଣ ଜଳ ପ୍ରପାତକୁ ବୁଲିବାକୁ ଆସିଥିବା…