Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ବଲାଙ୍ଗିର ଯାଦବ ସମାଜ ପକ୍ଷରୁ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜୟୀ ହୋଇଥିବା ପ୍ରତିନିଧିଙ୍କୁ ଦିଆଗଲା ସମ୍ବର୍ଦ୍ଧନା

103 0

ଟିଟିଲାଗଡ/ ବଲାଙ୍ଗିର: – ବଲାଙ୍ଗିର ଯାଦବ ଭବନ ଠାରେ ଜିଲ୍ଲା ଯାଦବ ମହାସଭା ତରଫରୁ ପଞ୍ଚାୟତ ଓ ପୌରନିର୍ବାଚନରେ ନବ ନିର୍ବାଚିତ ହୋଇଥିବା ଯାଦବ ସମାଜର ଭାଇ ଭଉଣୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଅଛି।ବଲାଙ୍ଗିର ଜିଲ୍ଲାର ୪ ଜିଲ୍ଲା ପରିଷଦ,୧୬ ସମିତି ସଭ୍ୟ,୨୮ ସରପଞ୍ଚ, ଜଣେ ବ୍ଲକ ଅଧ୍ୟକ୍ଷ ଓ ଜଣେ ବ୍ଲକ ଉପଧକ୍ଷ।ଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଏହି ସମ୍ବର୍ଦ୍ଧ୍ୱନା ସଭାରେ ମୁଖ୍ୟ ଅତିଥି ଭାବେ ସଭାପତି ଜିଲ୍ଲା ପରିଷଦ ସୋନପୁର ସୁପାର ଠେଲା, ମୁଖ୍ୟ ବକ୍ତା ଭାବେ ବଲାଙ୍ଗିର ତହସିଲଦାର ମାଗବାନ ବାଗ, ଜିଲ୍ଲା ଯାଦବ ମହାସଭା ସଭାପତି ପରମାନନ୍ଦ ହାତୀ, ବିଜେଡି ମହିଳା ସଭାପତି ଦମୟନ୍ତୀ ବାଗ,ଯାଦବ ମହାସଭା ସଂଯୋଜକ ମନୋଜ ହାତୀ, ରାଜ୍ୟ ସଭାପତି ପ୍ରୋଜେକ୍ଟ ସେଲ ଲକ୍ଷ୍ମଣ ବାଗ, ଯୁବ ସଭାପତି ଦିଲିପ ରାଜପାଲିଆ, ବଲାଙ୍ଗିର ବ୍ଲକ ଅଧ୍ୟକ୍ଷା ସରିତା ବାଗ ମଞ୍ଚାସିନ ଥିଲେ।

ଏହି ଅବସରରେ ଅତିଥି ଏବଂ ସଦସ୍ୟ ମାନେ ସମାଜର ଉନ୍ନତି ନିମନ୍ତେ କଣ କଣ କରିବେ ସେ ବିଷୟରେ କହିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଗୌର ଚନ୍ଦ୍ର ରାଜପାଲିଆ, ଗୀତା ବିଶି, ସୁବ୍ରତ ନାଗ, ଶ୍ରୀପତି ବାଗ ପ୍ରମୁଖ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ସନ୍ଦୀପ ବାଗ, ଦିନେଶ ନାଗ ୟାଦବ, ଜୟଦେବ ଜାଲ, ଅଷ୍ଟମୀ ନାଗ, ବିରେନ୍ଦ୍ର ପାଣ୍ଡେ, ବିଘ୍ନେଶ୍ୱର କାଲସାଏ ପ୍ରମୁଖ ସହଯୋଗ କରିଥିଲେ। ସଭା ପରିଚାଳନା କରିଥିଲେ ବିନୋଦ କୁମାର କାଲସାଏ, ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ହରେସ ବଗର୍ତ୍ତି। ଟିଟିଲାଗଡରୁ ସଞ୍ଜୟ କୁମାର ନାୟକଙ୍କ ରିପୋର୍ଟ।

Related Post

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକ ଗୁରୁତର

Posted by - May 29, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୋପାଲପୁର ଲୋହରାଯୋର ଗ୍ରାମରେ ଘଟିଯାଇଛି ଏକ ଅଘଟଣ । ଆମ୍ବ ତୋଳିବାକୁ…

ରବି ରୁତୁ ଜଳସେଚନ ବ୍ୟବସ୍ଥା ରେ ଅନିଶ୍ଚିତତା, ସର୍ବନିମ୍ନ ସ୍ତରରେ ଇନ୍ଦ୍ରାବତୀ ଜଳଭଣ୍ଡାର

Posted by - May 9, 2022 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡିର ଜୀବନ ରେଖା ବୋଲାଉଥିବା ଉପର ଇନ୍ଦ୍ରାବତୀ ଯୋଜନା ଚଳିତ ରବି ଋତୁରେ ଜଳସେଚନ ବ୍ୟବସ୍ଥା କୁ…

ଗ୍ୟାସ ଟାଙ୍କି ଫାଟି ଜଣେ ଆହତ ଜଣେ ଗୁରୁତର

Posted by - February 14, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ଗ୍ୟାସ ଟାଙ୍କି ଫାଟି ଜଣେ ଆହତ ଜଣେ ଗୁରୁତର lଏପରି ଅଘଟଣ ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ତରଭା ଥାନା ତୁଲୁଣ୍ଡା ଗ୍ରାମପଞ୍ଚାୟତ…