Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ଖପ୍ରାଖୋଲ ରେ ବିଶ୍ଵ ରେଡକ୍ରସ ଦିବସ ପାଳିତ, ବିଶ୍ଵ ରେ ଶାନ୍ତି ପ୍ରତିଷ୍ଠା ପାଇଁ ଆହ୍ୱନ

139 0

ଖପ୍ରାଖୋଲ: (ତାପସ ରଞ୍ଜନ ବେହେରା) ସ୍ଥାନୀୟ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁବ ରେଡକ୍ରସ ତରଫରୁ ବିଦ୍ୟାଳୟ ପରିସରରେ ବିଶ୍ୱ ରେଡ଼ କ୍ରସ ଦିବସ ରବିବାର ପାଳିତ ହୋଇଯାଇଛି । ଏହି ଅବସର ରେ ଆୟୋଜିତ କର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ଯୋଗଦେଇ ରେଡକ୍ରସ ର ପ୍ରତିଷ୍ଠାତା ହେନେରି ଡୋନା ଙ୍କ ଫଟୋ ଚିତ୍ରରେ ଫୁପ୍ସ ମଲ୍ୟଦେଇ ତାଙ୍କ ସ୍ମୁତି ଚରଣ ସହ ରେଡକ୍ରସ ସମ୍ପର୍କରେ ଆଲୋକପାତ କରିଥିଲେ ।

ପରେ ଯୁବ ରେଡ଼ କ୍ରସ ସ୍ବେଚ୍ଛା ସେବୀ ମାନେଏକ ଶୋଭାଯାତ୍ରା ରେ ବାହାରି ଗାଁ ପରିକ୍ରମା କରିବାସହ ରୁଷ ଏବଂ ୟୁକ୍ରେନ ର ଯୁଦ୍ଧ ବନ୍ଦ ସହ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଆହ୍ୱନ ଦେଇଥିଲେ । ଏହି ଅବସରରେ ଗୋଟିଏ ବୃକ୍ଷ ରୋପଣ କରିବାସହ ସ୍ବାସ୍ଥ୍ୟ ସେବା ବନ୍ଧୁତ୍ୱ ସେବା ଏବଂ ରକ୍ତଦାନ ରେଡକ୍ରସ ର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ । କାର୍ଯ୍ୟକ୍ରମକୁ ଯୁବ ରେଡକ୍ରସ ପରାମର୍ଶ ଦାତା ଅଧ୍ୟାପକ ବଳଭଦ୍ର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କିଶୋର ବାଗ , ବାଳକୃଷ୍ଣ ପୁଞ୍ଜି ପ୍ରମୁଖ ଉପଷ୍ଟିତଥିଲେ ।

Related Post

ଯାଜପୁରରେ କାର୍ଯ୍ୟକ୍ଷମ ହେଲା ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ।

Posted by - April 10, 2020 10
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲ୍ଲାର ପ୍ରଥମ କୋଭିଡ଼ ହସ୍ପିଟାଲ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି । ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଏହାକୁ ଲୋକାର୍ପଣ କରିଛନ୍ତି ।…

ବିଶ୍ୱ ରକ୍ତ ଦାତା ଦିବସ ପାଳିତ

Posted by - June 14, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ପ୍ରଶିକ୍ଷଣ ପ୍ରକୋଷ୍ଟ ଠାରେ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଯାଇଛି l ଜିଲ୍ଲା ମୁଖ୍ୟ ଚିକିତ୍ସା ଓ…

ମ୍ୟାଗି ତିଆରି ହେବାର ସତ୍ୟତା କେହି ଜାଣିନଥିବେ – ଦେଖନ୍ତୁ କଣ ମିଶାଯାଇଥାଏ ଏଥିରେ – ଜାଣିଲେ ଆପଣ ମଧ୍ୟ ଚମକି ପଡିବେ…

Posted by - January 25, 2020 85
କଣ ଆପଣ ଜାଣିଛନ୍ତି ନେସଲେ କମ୍ପାନୀ ଉତ୍ପାଦରେ ମ୍ୟାଗି ଯେଉଁଥିରେ ଦର୍ଶାଯାଇଥାଏ ଏହା ୧୦୦ ପ୍ରତିଶତ ଶାକାହାରୀ ଉତ୍ପାଦନ ଅଟେ କି ଏହା କମ୍ପାନୀ ଦ୍ୱାରା କରାଯାଇଥିବା…

ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା

Posted by - December 20, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଭୁବନେଶ୍ବର ବିମାନବନ୍ଦରରେ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ପ୍ରଥମ ପର୍ଯ୍ୟାୟରେ ୫ ଟି ଜିଲ୍ଲାର ରୋଗୀଙ୍କ ଚିକିତ୍ସା ପାଇଁ ଏହି ସେବା ଆରମ୍ଭ…