Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଜିଲ୍ଲା ରେଡ଼କ୍ରସ ତରଫରୁ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ

140 0

ସୋନପୁର:(ଅଜିତ କୁମାର ପୂଜାହାରି)ସୁବର୍ଣ୍ଣପୁର ଜିଲ୍ଲା ରେଡକ୍ରସ ଶାଖା ତରଫରୁ ବିଶ୍ଵ ରେଡକ୍ରସ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସୁବର୍ଣ୍ଣପୁର ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାଶଙ୍କ ନେତୃତ୍ୱ ରେ ସୋନପୁର କଲେଜର ଏନ୍. ସି.ସି. କ୍ୟାଡେଟ ତଥା ଇନ୍ଫିନିଟୀ ଆଥେଲେଟିକ ଆସୋସିଏସନର ପିଲାମାନଙ୍କୁ ନେଇ ସକାଳ ୭ ଘଟିକା ସମୟରେ ଏକ ସଚେତନତା ଶୋଭାଯାତ୍ରା ସ୍ଥାନୀୟ ବ୍ଲକ୍ ଛକ ଠାରୁ ବାହାରି ପୁରୁଣା ଟାଉନ୍ ହଲ ପର୍ଯ୍ୟନ୍ତ ଯାଇଥିଲେ।

ଏହି ଶୋଭାଯାତ୍ରା କୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ) ଶ୍ରୀ ଦାଶ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଥିଲେ, ଶୋଭାଯାତ୍ରା ରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ରେଡକ୍ରସ ର ସମ୍ପାଦିକା ଶ୍ରୀମତୀ ଇପ୍ସିତା ମିଶ୍ର, ଉପ ସଭାପତି ଶ୍ରୀଯୁକ୍ତ ଗୌରିଶ୍ୟାମ ପଣ୍ଡା, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟନାରାୟଣ ହୋତା, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଲକ୍ଷ୍ମଣ ଭୋଇ, ଆଜୀବନ ସଦସ୍ୟ ଉମାକାନ୍ତ ନାଗ, ଅମ୍ବୁଜ ବିହାରୀ ଶତପଥି, ଗତିକୃଷ୍ଣ ମିଶ୍ର, ଜୁନିଅର ରେଡକ୍ରସ ର ବିଭିନ୍ନ କାର୍ଯ୍ୟକର୍ତ୍ତା ମାନେ ସାମିଲ ହୋଇଥିଲେ। ପୁରୁଣା ଟାଉନ୍ ହଲ ଠାରେ ଶୋଭାଯାତ୍ରା ପହଞ୍ଚିବା ପରେ ଅତିଥିମାନେ ରେଡ଼କ୍ରସ ର ପ୍ରତିଷ୍ଠାତା ହେନେରୀ ଦୁନାଣ୍ଟ ଙ୍କ ପ୍ରତିଛବିରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l

ଉକ୍ତ ଅନୁଷ୍ଠିତ ସଂକ୍ଷିପ୍ତ ସଭାରେ ଅତିଥିବୃନ୍ଦ ପିଲାମାନଙ୍କୁ ଆଜି ଦିନର ମହତ୍ତ୍ଵ ବିଷୟରେ ଧାରଣା ଦେବା ସହିତ ଦୈନନ୍ଦିନ ଜୀବନ ରେ ସେମାନେ କେମିତି ଅଧିକ ଶୃଙ୍ଖଳିତ ହୋଇ ପାରିବେ ସେଥିପ୍ରତି ଯତ୍ନବାନ୍ ହେବାକୁ ପରାମର୍ଶ ଦେଇଥିଲେ। ତତ୍ ସଂଗେସଂଗେ ରେଡକ୍ରସ ର ଯେଉଁ ସାତ ଗୋଟି ମୌଳିକ ନୀତି ଉପରେ ଆଲୋକପାତ କରି ଜୀବନରେ ସେହି ନୀତି କୁ ଅନୁସରଣ କରିବାପାଇଁ ପରାମର୍ଶ କରିଥିଲେ । ସଭା ପରେ ସମସ୍ତ ଅତିଥିଙ୍କ ଉପସ୍ଥିତିରେ ସ୍ଥାନୀୟ ନାରାୟଣୀ ଆଶ୍ରମର ଅନ୍ତେବାସୀଙ୍କୁ ହାଇଜିଂ କିଟ ଓ ଶିଶୁଗୃହରେ ଫଳ ଓ ମିଷ୍ଟାନ୍ନ ପ୍ରଦାନ କରାଯାଇଥିଲା ।

ପରିଶେଷରେ ଦିବସ ପରିପ୍ରେକ୍ଷୀରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର ଠାରେ ଆୟୋଜିତ ରକ୍ତଦାନ ଶିବିରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର କର୍ମକର୍ତ୍ତାଙ୍କ ସମେତ, ସୋନପୁର ମ୍ୟୁନିସିାଲିଟି, ସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ର କର୍ମକର୍ତ୍ତା, ଜୁନିଅର ରେଡ଼କ୍ରସ ର କାଉନସିଲର ପ୍ରଭୁତି ରକ୍ତଦାନ କରିଥିଲେ। ରକ୍ତଦାନ କରି ଜୀବନ ବଞ୍ଚାଇବା ଏକ ମହାନ୍ କାର୍ଯ୍ୟ ବୋଲି କହି ସମସ୍ତଙ୍କ ମନୋବଳ ବୃଦ୍ଧି ପୂର୍ବକ ଅତିରିକ୍ତ ଜିଲ୍ଲାପାଳ ନିଜେ ତଥା ମ୍ୟୁନିସିାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରମୁଖ ରକ୍ତଦାନ ଶିବିରରେ ରକ୍ତଦାନ କରିଥିଲେ। ଆଜି ବିଶ୍ଵ ରେଡକ୍ରସ ଦିବସ ଅବସରରେ ମୋଟ୍ ୪୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।

 

Related Post

ଅନୁଗୋଳ ଜିଲ୍ଲାରୁ ୪୦ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ୍ ସଂଖ୍ୟା ପହଞ୍ଚିଲା ୬୧୯ରେ

Posted by - August 22, 2020 0
ଅନୁଗୋଳ:(ମହେଶ ଭୋମରାଜ )ଜିଲ୍ଲାରୁ ଅାଜି ୪୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ସେମାନଙ୍କ ମଧ୍ୟରୁ ବଅଁରପାଳ ବ୍ଲକ ଅଞ୍ଚଳର ୧୭ ଜଣ,ତାଳଚେର ବ୍ଲକ ଅଞ୍ଚଳର ୧୧ଜଣ,ଅନୁଗୋଳ ପୌରାଞ୍ଚଳରୁ…

ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

Posted by - May 2, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ବ୍ଳକ ଭୁବନେଶ୍ୱରପୁର ପଂଚାୟତ ଜମୁନା ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।…

ଟିଟିଲାଗଡ ଲାୟନ୍ସକ୍ଲବ ତରଫରୁ ଅକ୍ସିଜେନ କନସର୍ନଟ୍ରେଟର ବ୍ୟାଙ୍କ ଲୋକାର୍ପିତ

Posted by - October 26, 2021 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)କୋଭିଡ ସଂକ୍ରମଣ ସମୟରେ ଅକ୍ସିଯେନର ଘୋର ଅଭାବ ଦେଖାଦେଇଥିଲା, ସରକାର ସମେତ ବହୁତ ସ୍ୱେଚ୍ଛାସେବି ସଙ୍ଗଠନ ଲୋକଙ୍କୁ ଅକ୍ସିଯେନ ଯୋଗାଇବାରେ ଆଗକୁ ସାହାଯ୍ୟର ହାତ…

ବୌଦ୍ଧ ଜିଲ୍ଲାରେ ନିୟମିତ ଟୀକାକରଣ କାର୍ଯ୍ୟକ୍ରମରେ ସାମିଲ ହେଲା ନିମୋକୋକାଲ କନଜୁଗେଟ ଟୀକା

Posted by - June 30, 2021 0
ବୌଦ୍ଧ :(ଚିତ୍ତରଞ୍ଜନ ସିଁ ) ନିମୋନିଆ ଜନିତ ଶିଶୁ ମୃତ୍ୟୁକୁ ରୋକିବା ପାଇଁ ସାରା ରାଜ୍ୟରେ ନୀମୋକୋକାଲ କନଜୁଗେଟ ଟିକାକୁ ନିୟମିତ ଟୀକାକରଣ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି।…