Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ଡିଏଭି ମହାବିଦ୍ୟାଳୟ ପରିସରରୁ ବିନା ଅନୁମତିରେ ଶାଗୁଆନ ଗଛ କଟା ଘଟଣା,ବନ ବିଭାଗ ଅଧିକାରୀଙ୍କ ପଦକ୍ଷେପ କଣ ?

217 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ଡିଏଭି ମହାବିଦ୍ୟାଳୟ ପରିସରରେ ନିର୍ମାଣ ହେବ ଟାଉନ ହଲ, ଟାଉନ ହଲ ପାଖରେ ବୋଏଜ ହଷ୍ଟେଲ ଏବଂ କମର୍ସ ବ୍ଲକରେ ନିର୍ମାଣ ହେବ ଏକାଡେମୀକ ବିଲ୍ଡିଂ।ଜାନୁଆରୀ ୮ ତାରିଖରେ ଟିଟିଲାଗଡର ବିଧାୟିକା ତଥା ମନ୍ତ୍ରୀ, ବ୍ଲକ ଅଧ୍ୟକ୍ଷା ଉପଜିଲ୍ଲାପାଳ ଆସି ଟାଉନ ହଲ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ତିନି ମାସ ଭିତରେ ଏହାର କାମ ଆରମ୍ଭ ପୂର୍ବରୁ ସ୍ଥାନ ଚିହ୍ନଟ ହୋଇଥିବା ସ୍ଥାନରେ ପୂର୍ବରୁ ଥିବା ୧୦ ଟି ଗଛ କଟା ପାଈଁ ବଲାଙ୍ଗିର ଡିଏଫଓ ଅନୁମତି ପ୍ରଦାନ କରିଥିଲେ। ଏକ ଲକ୍ଷ କୋଡିଏ ହଜାର ଟଙ୍କା ଠିକା ଭିତ୍ତିରେ ଗଛ କଟା ପାଇଁ ମହାବିଦ୍ୟାଳୟ ଅଧ୍ୟକ୍ଷ ଲୋକଙ୍କୁ ନିୟୋଜିତ କରିଥିଲେ। ମହାବିଦ୍ୟାଳୟର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଏହି ନିର୍ମାଣ କାମକୁ କେହି ବି ବିରୋଧ କରି ନଥିଲେ। ସୁରୁଖୁରୁରେ ଗଛ କଟା ହେଲା, ୧୦ ଟି ଗଛ ଭିତରୁ ଟାଉନ ହଲ ନିର୍ମାଣ ସ୍ଥାନରେ ୬ ଗୋଟି ଏବଂ ଗୋଟିଏ ବଡ ଗଛର ଅଧା ଡ଼ାଳ କଟା ହୋଇଛି,ଟାଉନ ହଲ ଫଳକ ସ୍ଥାନରେ ୧ , କମର୍ସ ବ୍ଲକରେ ୨, ଏବଂ ଡାକଘର ପାଖରେ ୧ ଗଛ କଟା ହୋଇଥିବା ବେଳେ ଅନୁମତି ପ୍ରଦାନ କରିଥିବା ଗଛ ସଂଖ୍ୟା ସରିଲା କିନ୍ତୁ କମର୍ସ ବ୍ଲକର ଲାଇବ୍ରେରୀ ହଲ ପଛପଟେ ଥିବା ଶାଗୁଆନ ଗଛ କଟା ହୋଇଥିବା ତଥ୍ୟ ବନ ବିଭାଗ ପାଖରେ ନ ଥିଲା, ବନ ବିଭାଗ କର୍ମଚାରୀ ମାନେ ଖବର ପାଇ ବୁଧୁବାର ସଂଧ୍ୟାରେ ମହାବିଦ୍ୟାଳୟରେ ପହଞ୍ଚି କିପରି ଏବଂ କାହିଁକି ଏହି ଗଛ କଟା ହେଲା ବୋଲି ପ୍ରଶ୍ନ କରିଥିଲେ ଅଧ୍ୟକ୍ଷଙ୍କୁ ?

ଅଧ୍ୟକ୍ଷ ଙ୍କ ପାଖରେ ଅନୁମତି ପତ୍ର ଅଛି କି ବୋଲି ପ୍ରଶ୍ନ କରିଥିଲେ ରେଞ୍ଜର ଶିବ ନାୟକ। ଶାଗୁଆନ ଗଛ କଟା ହୋଇଥିବା ମୂଳ, ଗଣ୍ଡିର ଫଟୋ ଉଠାଇ ଚାଲି ଆସିଥିଲେ। ଗୁରୁବାର ସକାଳୁ ପୁଣି ମହାବିଦ୍ୟାଳୟକୁ ଯାଇ ପୁଣି ପଚରାଉଚୁରା କରି ଫେରିଥିବା ସୂଚନା ମିଳିଛି। ତେବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରି ମଧୁସୂଦନ ମିଶ୍ରଙ୍କୁ ଆମ ପ୍ରତିନିଧି ଏ ବିଷୟରେ ପଚାରିବାରୁ ଝଡ ତୋଫାନ ଯୋଗୁଁ ଶାଗୁଆନ ଗଛ ଭାଙ୍ଗି ଯାଇଥିଲା , ପିଲାଙ୍କ ଜିବାଆସିବାରେ ଅସୁବିଧା ଯୋଗୁଁ ଗଛ କାଟିଲା ଲୋକଙ୍କ ସାହାଯ୍ୟରେ ଗଛ କାଟିଥିବା ପ୍ରକାଶ କରିଥିଲେ। ତାଙ୍କ ଅନୁସାରେ ସେ କହିଛନ୍ତି ଯେ ବିକାଶ କାମ କଲେ ଲୋକ ସହିପାରୁନାହାନ୍ତି, ଏଠାରେ ପ୍ରଶ୍ନ ଉଠେ ଯେ ବଲାଙ୍ଗିର ଡିଏଫଓଙ୍କ ଚିଠିରେ ଉଲ୍ଲେଖ ରହିଛି ଯେ ୧୦ ଟି ଗଛ ବ୍ୟତୀତ ଅନ୍ୟ କୌଣସି ଗଛ କଟାଗଲେ ସେ ଦାୟୀ ରହିବେ। ଶାଗୁଆନ ଗଛ ବିନା ଅନୁମତିରେ କିପରି କାଟିଲେ ? ଡିଏଫଓଙ୍କ ନିକଟକୁ ଏକ ପତ୍ର ଲେଖିଛି ବୋଲି ଅଧ୍ୟକ୍ଷ କହିଥିବା ବେଳେ ଅନୁମତି ପ୍ରଦାନ ନ କରିବା ପୂର୍ବରୁ କାହିଁକି ଗଛ କାଟିଲେ ? ଅନ୍ୟ ୧୦ ଟି ଗଛ କଟା ହେବା ପରେ ଯେଉଁ ସ୍ଥାନରେ କଟା ହୋଇଛି ସବୁ ଗଣ୍ଡୀ ସେଠାରେ ପଡ଼ିଥିବା ବେଳେ ଶାଗୁଆନ ଗଛ ର ତିନି ଗଣ୍ଡୀ କମର୍ସ ବ୍ଲକର ଗେଷ୍ଟ ହାଉସ ଲେଖା ଥିବା ଭୋକେଶନଲ ଜୁନିଅର କଲେଜ କୋଠରୀରେ କାହିଁକି ରଖିଲେ ?

ଯଦି ଶାଗୁଆନ ଗଛ କଟା ହେବା ବିଷୟରେ ଟିଟିଲାଗଡ ବନ ବିଭାଗର ଅଧିକାରୀ ଜାଣି ନ ଥିଲେ ତାହେଲେ କାହା ଅନୁମତିରେ ଶାଗୁଆନ ଗଛ କଟାଗଲା ? ଟିଟିଲାଗଡ ସହରବାସି ସଦାବେଳେ ବିକାଶ କାର୍ଯ୍ୟକୁ ସମର୍ଥନ ଜଣାଇଛନ୍ତି, ଉଦାହରଣ ସ୍ୱରୂପ ରେଳ ଓଭର ବ୍ରିଜ, ଭୂତଳ ପୋଲ ଇତ୍ୟାଦି। ନିଜର ଭୁଲ ସ୍ୱୀକାର ନ କରି ବିରୋଧୀ/ ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଲୋକ ବୋଲି ବଦନାମ କରିବା କେତେ ଦୂର ଯଥାର୍ଥ ? ଯିଏ ସ୍ୱାଭିମାନ ରଖି କାମ କରେ ତା ବିରୁଦ୍ଧରେ କେହି ବି ପ୍ରଶ୍ନ ପଚାରିବାର ସାହସ କରିବେନି। ଟାଉନ ହଲ ନିର୍ମାଣ ନାମରେ ବଡ ବଡ ବହୁ ବର୍ଷର ପୁରୁଣା ଗଛ କଟା ହେବା ଦେଖି ସହରର ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବି ମାନେ ଆଲୋଚନା କରୁଥିବା ବେଳେ ପରିବେଶବିତ୍ ମାନେ ଏହାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି, ସେହିପରି ଚର୍ଚ୍ଚା ସିନା କଲେ କିନ୍ତୁ କେହି ବୀ ବିରୋଧ କରି ନାହାନ୍ତି, ଯେତେବେଳେ ଶାଗୁଆନ ଗଛ କଟା ହେଲା, ତାପରେ ଲୋକେ ପ୍ରଶ୍ନ କରିବା ଆରମ୍ଭ କଲେ, ସତକୁ ସତ ବନ ବିଭାଗ କର୍ମଚାରୀ ମାନେ ବି ଶାଗୁଆନ ଗଛ କଟା ବିଷୟରେ ଅବଗତ ନ ଥିଲେ, ଦୁଇ ଦିନ ବ୍ୟାପୀ ମହାବିଦ୍ୟାଳୟକୁ ଆସୀ ଅନୁସନ୍ଧାନ କରିବା ପରେ ଜାଣି ପାରିଥିଲେ। ପାଟଣାଗଡ଼ରେ ଏହିଭଳି ଘଟଣା ଘଟିଥିବା ବେଳେ ବନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଶାଗୁଆନ ଗଛ କଟା ପାଇଁ ଡିଏଫଓ ଅନୁମତି ଦେଇଛନ୍ତି କି ? ଯଦି ଦେଇଥିଲେ ଟିଟିଲାଗଡ ବନ ବିଭାଗ ଅଧିକାରୀ କିପରି ଜାଣିଲେନି ?

ତଦନ୍ତ କାହିଁକି କଲେ ? ଅଧ୍ୟକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଗଲା, ଗଛର ଫଟୋ ଉଠାଇ ନିଆଗଲା କିନ୍ତୁ କାହାର ଚାପରେ ବନ ବିଭାଗ ଚୁପ ହୋଇ ଚାଲିଗଲା କିଛି ଜଣା ପଡିଲାନି, ଆଗକୁ ଦେଖାଯାଉ ବନ ବିଭାଗ ପକ୍ଷରୁ କଣ ପଦକ୍ଷେପ ଗ୍ରହଣ କରାଯିବ? ଗଛ କଟା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ କି ? ସାଧାରଣ ଲୋକ ଯଦି ଶାଗୁଆନ ଗଛ କାଟିଥାଆନ୍ତା ତାହେଲେ ସିଏ ଦୋଷୀ ହୋଇଥାନ୍ତା କିନ୍ତୁ ଏହି ଘଟଣାରେ କଣ ହେବ ଆଗକୁ ଦେଖିବାକୁ ରହିଲା। ଏ ବିଷୟରେ ଆମ ପ୍ରତିନିଧି ଏବଂ ବ୍ୟୁରୋଚିଫ ବଲାଙ୍ଗିର ଡିଏଫଓଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ, ଫୋନ ରିଙ୍ଗ ହୋଇ କଟିଯାଇଥିଲା, ପରେ ବ୍ୟୁରୋ ଚିଫ ହ୍ୱାଟସଏପ ମେସେଜ ଦ୍ଵାରା ଏ ଘଟଣା ବିଷୟରେ ଅବଗତ କରାଇବା ପରେ ଡିଏଫଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁଚନା ଦେଇଛନ୍ତି। ଏ ବିଷୟରେ ଆଇନଜୀବି ପ୍ରଦୀପ ମହାନ୍ତି ଏବଂ ପୂର୍ବତନ ଜଗୁଆ ସରପଞ୍ଚ ନିଜ ନିଜର ପ୍ରତିକ୍ରିୟା ଦେଇ ଯିଏ ଦୋଷୀ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ଏଠାରେ ପୁରା ଭିଡିଓ ଦେଖନ୍ତୁ 

Related Post

ଅମାନିଆ ଙ୍କ ପାଇଁ ବଢିଲା ସଂକ୍ରମଣ,ଯାଜପୁର ଏକାଥରକେ ୧୪ ,ମୋଟ ୩୬,ବସିଲା ଜରୁରୀ ବୈଠକ

Posted by - April 30, 2020 0
ଭୁବନେଶ୍ବର:(ନିଉଜ ଡେସ୍କ)ଯାଜପୁର ଜିଲ୍ଲାରୁ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ରେ ପହଞ୍ଚିଛନ୍ତି। ଏଥସହିତ ଯାଜପୁର ଜିଲ୍ଲାରେ କରୋନା…

ମନ୍ଥର ଗତିରେ ଚାଲିଛି ପାଇପ ଲାଇନ କାମ କେନ୍ଦ୍ରୀୟ ବିଦ୍ୟାଳୟ ସମ୍ମୁଖରେ ପ୍ରତ୍ୟେକ ଦିନ ଟ୍ରାଫିକ ଜାମ

Posted by - August 11, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ସମ୍ବଲପୁର ଠାକୁରପଡା ଠାରୁ କେନ୍ଦ୍ରୀୟ ବିଦ୍ୟାଳୟ ପର୍ଯ୍ୟନ୍ତ ଦୀର୍ଘ ଦିନ ହେଲା ପାଇପ କାମ ଚାଲିଛି ମାସ ମାସ ଧରି ଠିକା ସଂସ୍ଥା ତାଙ୍କ…

କ୍ୟାମେରାମ୍ୟାନ୍‌ ମାନସ ହତ୍ୟା ମାମଲା: ସତ ମାନିଲେ ଶର୍ମିଷ୍ଠା ଆଉ ନିରଞ୍ଜନ

Posted by - April 2, 2022 0
ଭୁବନେଶ୍ବର: ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାର ତଦନ୍ତ ଅଗ୍ରଗତି ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି। ମାନସ ସ୍ବାଇଁ ହତ୍ୟା ମାମଲାର ଅନ୍ୟତମ ମୁଖ୍ୟ…

ପୁଣି ଖରଭୁଇଁ ରେ ରାସ୍ତା ରୋକ, ସାତଦିନ ମଧ୍ୟରେ ଅସମୀକୁ ଗିରଫ ନ କଲେ ,ଏସପି ଅଫିସରେ ଧାରଣା

Posted by - April 5, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ଖରଭୂଇଁ ଗ୍ରାମରେ ଜମିଜମା ମକଦ୍ଦମାକୁ ନେଇ ଗତ ୨୪ମାର୍ଚ୍ଚ ଅପରାହ୍ନରେ ୫୪ ବର୍ଷିୟ ବିଷ୍ଣୁ ରଣାଙ୍କୁ ଟାଙ୍ଗିଆରେ ହାଣି ଗୁରୁତର କରିଥିଲେ ବିସୁଦ୍ଧା ଆଜିପର୍ଯ୍ୟନ୍ତ ଆସାମୀକୁ…

ପ୍ରଶାସନର ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକ

Posted by - July 2, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ପ୍ରଶାସନର ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକ। ହେଲେ ଜାରି ରହିଛି 5ମ ଦିନରେ ଆମରଣ ଅନଶନ। ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଜରି ପଂଚାୟତରେ…