ଭୁବନେଶ୍ୱର : ପୂର୍ବରୁ ଅନେକ ମାମଲାରେ ଫଶିଥିବା ଓଡ଼ିଆ ହାସ୍ୟ ଅଭିନେତା ତତ୍ତ୍ବ ପ୍ରକାଶ ଶତପଥୀ ଓରଫ୍ ପପୁ ପମ୍ ପମ୍ ଏବେ ନିଜର ଆଗାମୀ ଚଳଚ୍ଚିତ୍ରର ପୋଷ୍ଟରକୁ ନେଇ ପୁଣି ଥରେ ବିବାଦ ଘେରକୁ ଚାଲି ଆସିଛନ୍ତି। ଆସନ୍ତା ମାସ ଗଣେଶ ପୂଜା ଅବସରରେ ମୁକ୍ତିଲାଭ ହେବାକୁ ଥିବା ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ମିଷ୍ଟର କହ୍ନେୟା’ର ପୋଷ୍ଟରକୁ ନେଇ ସାମାଜିକ ଗଣମାଧ୍ୟମରେ ଏବେ ଝଡ଼ ସୃଷ୍ଟି ହୋଇଛି। ଏପରିକି ମାମଲା ଯାଇ ଥାନାରେ ପହଞ୍ଚିଲାଣି।ଫିଲ୍ମରେ ମହିଳାମାନଙ୍କୁ ଅପମାନିତ କରାଯାଇଥିବା ସେ ଏଫଆଇଆର୍ରେ ଉଲ୍ଲେଖ କରିଛନ୍ତି। ଫିଲ୍ମର ପ୍ରଯୋଜକ, ନିର୍ଦ୍ଦେଶକଙ୍କ ସହ ଅଭିନେତା ପପୁ ପପୁପମ୍ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି। ଏହାସହ ଫିଲ୍ମକୁ ସଂପୂର୍ଣ୍ଣ ବ୍ୟାନ୍ ପାଇଁ ମଧ୍ୟ ଦାବି କରିଛନ୍ତି ସାମାଜିକ କର୍ମୀ ଲିଙ୍କନ ସୁବୁଦ୍ଧି।କେତେବେଳ କାଷ୍ଟିଂ କାଉଚ୍ ତ କେତେବେଳ ମହିଳାଙ୍କୁ ଅଶାଳୀନ ବ୍ୟବହାର କରି ବିବାଦରେ ଥିବା ପପୁ ପମ୍ ପମ୍ ଆଉ ଏକ ବିବାଦରେ ଛନ୍ଦି ହୋଇଯାଇଛନ୍ତି । ଏକ ଫିଲ୍ମ ପୋଷ୍ଟରରେ ମହିଳାଙ୍କୁ ପୁଣି ଅସମ୍ମାନ କରିଛନ୍ତି ପପୁ । ଏଥିରେ ପପୁଙ୍କୁ ସାରଥି ଏବଂ ମହିଳାଙ୍କୁ ଘୋଡ଼ା ରୂପେ ଚିତ୍ରିତ କରାଯାଇଛି ।

ଥାନାକୁ ଗଲା ଫିଲ୍ମ ‘ମିଷ୍ଟର କହ୍ନେୟା’ ପୋଷ୍ଟର ବିବାଦ,ପପ୍ପୁଙ୍କ ପୋଷ୍ଟରକୁ ନେଇ ଦୂତି ଚାନ୍ଦ ମଧ୍ୟ ଉଠାଇଲେ ପ୍ରଶ୍ନ
Facebook Notice for EU!
You need to login to view and post FB Comments!
I had a broken day but now I’m happy