Breaking News
2:23 pmରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଆଦି ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି 2:22 pmଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପୂର୍ବ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ‌କ୍ଷେତ୍ର ଘନୀଭୂତ ହୋଇ ଏକ ସୁଦୃଶ ଲଘୁଚାପରେ ପରିଣତ, ୩ ଦିନ ଯାଏଁ ଛେଚିବ, 2:21 pmସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସର ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲେ ୬ ଜଣିଆ କେନ୍ଦ୍ରୀୟ ଟିମ୍ 2:20 pm୨ ବିଧାୟକଙ୍କ ନିଲମ୍ବନକୁ ବିରୋଧ କରି ବିଜେପି ସଦସ୍ୟଙ୍କ ହଟ୍ଟଗୋଳ: ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ 2:19 pmହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳସ୍ତର ଛୁଇଁଲା ୬୩୦ ଫୁଟ। ଅପରାହ୍ନ ୩ଟା ସୁଦ୍ଧା ୭ଟି ଗେଟ୍ ଦେଇ ହୀରାକୁଦରୁ ଜଳ ନିଷ୍କାସନ ଜାରି

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ,ଲୋକଙ୍କୁ ଫୋନ୍ କରି ସମସ୍ୟା ବୁଝିବେ ନବୀନ

1033 0

ଭୁବନେଶ୍ୱର: ପ୍ରଦର୍ଶନୀ ପଡିଆରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।ସ୍ବାଧୀନତା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି,‘  ଆମର ପ୍ରତ୍ୟେକ କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁ ସାଧାରଣ ଲୋକେ। ସେମାନଙ୍କୁ  ହକ୍ ଦେବାକୁ 5T କାର୍ଯ୍ୟକାରୀ କରିଛୁ। ଏହା ପ୍ରଶାସନକୁ  ଅଧିକ ଶକ୍ତିଶାଳୀ କରିବ । ଗାନ୍ଧୀ ଜୟନ୍ତୀରୁ ସମଗ୍ର ରାଜ୍ୟରେ  5T କାର୍ଯ୍ୟକାରୀ ହେବ । 5Tକୁ ଭିତ୍ତି କରି ଗାନ୍ଧୀ ଜୟନ୍ତୀରୁ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ଏହା ଥାନା, ଜିଲ୍ଲା ମୁଖ୍ୟାଳୟ ଓ ହସ୍ପିଟାଲରେ ଲାଗୁ ହେବ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ଆପଣଙ୍କୁ ଫୋନ୍ କରି ଆପଣଙ୍କ ସମସ୍ୟା ପଚାରି ବୁଝିବି।’ସେ ଆହୁରି ମଧ୍ୟ କହିଛନ୍ତି, ସାଧାରଣ ଲୋକମାନଙ୍କ ପାଇଁ କାମ କରୁଛନ୍ତି ସରକାର । ନୂଆ ଓଡ଼ିଶା ଗଠନ ଦିଗରେ ଆମେ ସମସ୍ତେ କାମ କରିବା ଦରକାର  । ସାଧାରଣ ଲୋକମାନଙ୍କପାଇଁ କାମ କରୁଛନ୍ତି ସରକାର ।କେବଳ ମୁଖ୍ୟମନ୍ତ୍ରୀ ନୁହନ୍ତି, ମନ୍ତ୍ରିମଣ୍ଡଳର ସଦସ୍ୟ, ରାଜ୍ୟ ଓ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀ ମଧ୍ୟ ସରକାରୀ ଅଫିସ୍‌ରେ ମିଳୁଥିବା ସେବା ସଂପର୍କରେ ଫୋନରେ ପଚାରି ବୁଝିବେ। ଏଥିସହ ବିଜୁଳି ସଂଯୋଗ ପାଇନଥିବା ବ୍ୟକ୍ତି ପଞ୍ଚାୟତରେ ଆବେଦନ କଲେ ୪୮ ଘଣ୍ଟା ମଧ୍ୟରେ ବିଜୁଳି ସଂଯୋଗ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Related Post

ସଂପୂର୍ଣ୍ଣ ସଫଳ ହୋଇଛି କୃଷକଙ୍କ ଭାରତ ବନ୍ଦ ଡାକରା : କଂଗ୍ରେସ

Posted by - December 9, 2020 0
ଭୁବନେଶ୍ବର :କୃଷକମାନଙ୍କ ଦ୍ୱାରା ଡାକରା ଦିଆଯାଇଥିବା ଭାରତ ବନ୍ଦ ସଂପୂର୍ଣ୍ଣ ରୁପେ ସଫଳ ହୋଇଛି ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ନିର୍ଦେଶ କ୍ରମେ ଜିଲା କଂଗ୍ରେସ,…

ସଫଲ୍‌ ଗୁଟଖା ଫ୍ୟାକ୍ଟ୍ରି ଅଗ୍ନିକାଣ୍ଡ: ମ୍ୟାନେଜର୍‌କୁ ଗିରଫ କଲା ପୁଲିସ

Posted by - January 14, 2022 0
ସମ୍ବଲପୁର: :(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ପରଧିଆପାଲିସ୍ଥିତ ପାନ ମସଲା କାରଖାନା କେପି ସୁଗନ୍ଧ ପ୍ରାଇଭେଟ ଲିମିଟେଡ୍‌ (ସଫଲ୍ ଗୁଟ୍‌ଖା ଫ୍ୟାକ୍ଟ୍ରି) ବିସ୍ଫୋରଣ ଓ ଅଗ୍ନିକାଣ୍ଡ ମାମଲାରେ ପୁଲିସ କମ୍ପାନିର…

ଯାଜପୁରରେ ମାଟ୍ରିକ ପରିକ୍ଷା

Posted by - April 29, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଆଜି ଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରିକ୍ଷା । ଯାଜପୁର ଜିଲାର ୧୬୧ଟି ପରିକ୍ଷା କେନ୍ଦ୍ରରେ ୨୬ହଜାର ୬୨୨ ଜଣ ପରିକ୍ଷାର୍ଥୀ ପରିକ୍ଷା ଦେଉଛନ୍ତି ।ଆଜି ସକାଳ ୮ଟାରେ ପରିକ୍ଷା କେନ୍ଦ୍ର ଗେଟ ଖୋଲିବା ପରେ ପରିକ୍ଷାର୍ଥୀ ମାନେ ଧାଡିବାନ୍ଧି ପରିକ୍ଷାକେନ୍ଦ୍ରକୁ ଯାଇଥିଲେ ।ଗତକାଲି ଠାରୁ ପ୍ରଶ୍ନପତ୍ର ପ୍ରତ୍ୟେକ ପରିକ୍ଷାକେନ୍ଦ୍ରରେ ପହଂଚିସାରିଛି । ଶୃଙ୍ଖଳିତ ପରିକ୍ଷା ପରିଚାଳନା କରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି ।କପି ରୋକିବା ପାଇଁ ୫ଟି ସ୍କାର୍ଡ ଗଠନ କରାଯାଇଛି । ଯାଜପୁର ଜିଲା ଶିକ୍ଷାଅଧିକାରୀ ଜିଲାପାଳ ରଂଜନ କୁମାର ଗିରି ବିଭିନ୍ନ ପରିକ୍ଷା କେନ୍ଦ୍ରକୁ ଯାଇ ପରିକ୍ଷା ବ୍ୟବସ୍ଥାର ଯାଂଚ କରିଥିଲେIପରିକ୍ଷାର୍ଥୀଙ୍କ ପାଇଁ ପାନୀୟ ଜଳ ସହିତ ଟଏଲେଟ୍ ବ୍ୟବସ୍ଥାର ଯାଂଚ ମଧ୍ୟ କରିଥିଲେ ଆଜି ପ୍ରଥମେ ଇଂରାଜି ପରିକ୍ଷା ଥିବା ବେଳେ ଏଥିପାଇଁ ପରିକ୍ଷାର୍ଥୀ ସଂପୁର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ଆସିଥିବା ସୂଚନା ଦେଇଥିଲେ ।

ବର୍ଷାର ଲୁଚକାଳି ଖେଳ ସାଙ୍ଗକୁ ଧାନ ତଳିକୁ ଦାଉ ସାଧୁଛି ରୋଗ ; ଚିନ୍ତାରେ ଚାଷୀ କୁଳ

Posted by - July 19, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ପ୍ରଥମେ ବର୍ଷାର ଲୁଚକାଳି ଖେଳ, ତା’ପରେ ଧାନ ତଳିରେ ମହିଷା ଏବଂ ପତ୍ରପୋଡ଼ା ରୋଗ ଚାଷୀଙ୍କ ମୁହଁରୁ ହସ ଛଡ଼ାଇ ନେଇଛି I ବିଶେଷ…

ବିରଜା ମନ୍ଦୀର ଅଂଚଳରେ ଉଚ୍ଛେଦ

Posted by - January 18, 2023 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ଙ୍କ ପୀଠର ସୌନ୍ଦର୍ଯ୍ୟ କରଣ ପାଇଁ ଆରମ୍ଭ ହୋଇଛି ଜମି ଅଧିଗ୍ରହଣ କାର୍ଯ୍ୟ।…

Leave a comment

Your email address will not be published.